ETV Bharat / state

କୋଣାର୍କ ମନ୍ଦିରରୁ ବାହାରିବ ବାଲି, ଲିଫ୍ଟ ପାଇଁ ମୂଳଦୂଆ ନିର୍ମାଣ - କୋଣାର୍କ ମନ୍ଦିରର ଗର୍ଭଗୃହରୁ ବାଲି କାଢିବା ପ୍ରକ୍ରିୟା

କୋଣାର୍କ ମନ୍ଦିରର ଗର୍ଭଗୃହରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ । ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ମନ୍ଦିରରେ ଲିଫ୍ଟ ପାଇଁ ମୂଳଦୂଆ ନିର୍ମାଣ କରାଯାଇଛି । ଅଧିକ ପଢ଼ନ୍ତୁ

konark sun temple
ବିଶ୍ଵ ପ୍ରସିଦ୍ଧ କୋଣାର୍କ ମନ୍ଦିର
author img

By

Published : Jan 4, 2023, 4:54 PM IST

କୋଣାର୍କ ମନ୍ଦିରରୁ ବାହାରିବ ବାଲି

ପୁରୀ: ବିଶ୍ଵ ପ୍ରସିଦ୍ଧ କୋଣାର୍କ ମନ୍ଦିରର(Sun Temple in Konark) ଗର୍ଭଗୃହରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟ । ଏଥିପାଇଁ ସୂର୍ଯ୍ୟମନ୍ଦିରରେ ଲିଫ୍ଟ ପାଇଁ ମୂଳଦୂଆ ତିଆରି ହୋଇଛି । ଏଣିକି ଗର୍ଭଗୃହରୁ ବାଲି କଢାଯିବ । 1903ରୁ ଗର୍ଭ ଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Russian Tourists Death: ଷଷ୍ଠ ଦିନରେ ତଦନ୍ତ ଜାରି, ଜବତ ସାମଗ୍ରୀ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

ସୂର୍ଯ୍ୟମନ୍ଦିର(Sun Temple) ଜଗମୋହନରୁ ବାଲି କଢ଼ାଯିବା ନେଇ ଗତ ସେପେଟମ୍ବର ୮ ତାରିଖରୁ ASI ପକ୍ଷରୁ କାମ ଆରମ୍ଭ ହୋଇଛି । କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ ବ୍ରିଟିଶ ସରକାର ୧୯୦୩ ମସିହାରେ ସୁର୍ଯ୍ୟ ମନ୍ଦିରରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ୱାରକୁ ବନ୍ଦ କରାଯାଇଥିଲା । କେବେଳ ଜଗମୋହନ ନୁହେଁ । ମନ୍ଦିର ତିନି ଦ୍ବାର ମଧ୍ୟ ବାଲି ପକାଇ ବନ୍ଦ କରି ଦିଆଯାଇଥିଲା । ASI ପକ୍ଷରୁ ବାଲି ବାହାର କରିବା ପାଇଁ ଲିଫ୍ଟର ମୂଳଦୂଆ ଓ ଉତ୍ତର-ପଶ୍ଚିମ କୋଣରେ ରାସ୍ତା ନିର୍ମାଣ କାମ ଚାଲିଛି । ଗୋଟିଏ ବଡ ଲୁହା ବିମକୁ ମନ୍ଦିର ଉତ୍ତର କୋଣରେ ଲଗାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବ୍ଲାକ୍‌ ପାଗୋଡ଼ା ପ୍ରତି ବିପଦ, କୋଣାର୍କ ଗର୍ଭଗୃହରୁ ବାଲି ବାହାର କରିବ ASI

ଆଗାମୀ ଦିନରେ ଆହୁରି ୩ଟି ବିମ୍ ଲାଗିବ । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏକ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିରରେ ରହିଥିବା ବାଲିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯିବ । ପରେ ପାଇପ ସହାୟତାରେ ବାଲିକୁ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର-ପଶ୍ଚିମ କୋଣରେ ପକାଯିବ । ଏଥିପାଇଁ ୩ ବର୍ଷ ସମୟ ଲାଗିବ । ଏହି କାର୍ଯ୍ୟ ସମୟରେ ମନ୍ଦିର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ । ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲାଯିବ । ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରେ 120 ବର୍ଷ ହେଲା ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରାଯାଇଛି । ତେବେ ବର୍ତ୍ତମାନ ଏହାଦ୍ବାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ମନ୍ଦିର ଭିତରୁ ବାଲି କାଢ଼ିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ୧୩ଶ ଶତାବ୍ଦୀର ଐତିହ୍ୟ ମନ୍ଦିର ଆହୁରି ୫୦୦ରୁ ୭୦୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିପାରିବ ।

ଇଟିଭି ଭାରତ, କୋଣାର୍କ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.