ପୁରୀ: ଆଗାମୀ ନିର୍ବାଚନ ପାଇଁ ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା କଳା । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ସମୃଦ୍ଧ ଭାରତ ବିକାଶ ପାଇଁ ସମସ୍ତ ନାଗରିକ ଭୋଟ ଦେବା ଆବଶ୍ୟକ ବୋଲି କଳା ମାଧ୍ୟମରେ ବାର୍ତ୍ତା ବାଣ୍ଟିଛନ୍ତି ସେ ।
ତେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କଳା ପ୍ରତି ଆକୃଷ୍ଟ ହୋଇ ପୁରୀ ଗସ୍ତରେ ଆସିଥିବା ଜଣାପଡିଛି । ସୁଦର୍ଶନଙ୍କ ଏହି କଳାର ପ୍ରଶଂସା କରିଛନ୍ତି ସେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ