ETV Bharat / state

ବାଲୁକା କଳାରେ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା - ପୋଲିସଙ୍କ ପାଇଁ ସୁଦର୍ଶନଙ୍କ ବାଲୁକାକଳା

ବାଲୁକା କଳାରେ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା । କୋରୋନା ମହାମାରୀକୁ ରୋକିବାକୁ ପୋଲିସ ବହିନୀ ପ୍ରମୂଖ ଯୋଦ୍ଧା ବୋଲି କହିଛନ୍ତି କହିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

greetings to police by sand art in puri
ବାଲୁକା କଳାରେ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା
author img

By

Published : Apr 5, 2020, 6:44 PM IST

ପୁରୀ: ସାରା ଦେଶରେ ଚାଲିଛି ଲକ ଡାଉନ । ଲୋକଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମାନେ ଦିନ ରାତି ଏକ କରି ଦେଇଛନ୍ତି । କୋରୋନା ମହାମାରୀକୁ ରୋକିବାକୁ ପୋଲିସ ବାହିନୀ ପ୍ରମୁଖ ଯୋଦ୍ଧା ସାଜିଛି । ତେବେ ପୋଲିସ କର୍ମଚାରୀଙ୍କ ଏହି କର୍ତ୍ତବ୍ୟ ପରାୟଣତା ଓ ଦେଶସେବାକୁ ବାଲୁକା କଳାରେ ପ୍ରଶଂସା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକା କଳାରେ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା

ପୁରୀରେ ସେ ତିଆରି କରିଥିବା ବାଲୁକା କଳାରେ ପୋଲିସ ବିଭାଗର କ୍ୟାପକୁ ସ୍ଥାନ ଦେବା ସହ ‘‘ଉଇ ଷ୍ଟାଣ୍ଡ ଫର ୟୁ, ଷ୍ଟେ ହୋମ ଷ୍ଟେ ସେଫ’’ର ବାର୍ତ୍ତା ରହିଛି । ଲକ ଡାଉନ ସମୟରେ ଘରେ ରହିବା ସହ ନିଜ ପରିବାର, ସମାଜ ଓ ଦେଶକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.