ETV Bharat / state

କିଏ ଜିତିବ ଆମେରିକା ନିର୍ବାଚନ ? ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକାକଳା

author img

By

Published : Nov 5, 2020, 9:24 PM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନ ବର୍ତ୍ତମାନ ସମୟର ଏକ ମୁଖ୍ୟ ଖବର ଥିବାବେଳେ ପୁରୀ ବେଳାଭୂମିରେ ନିର୍ବାଚନକୁ ନେଇ ଏକ ସୁନ୍ଦର ବାଲୁକା କଳା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକାକଳା

ପୁରୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାହାର ହେବ ଜିତାପଟ ? କିଏ ହେବ ରାଷ୍ଟ୍ରପତି ? କାହା ମୁଣ୍ଡରେ ଆମେରିକାବାସୀ ସୁନାକଳସୀ ଢାଳିବେ, ସେନେଇ ସାରା ବିଶ୍ୱର ନଜର ରଖିଛି । ଜୋ ବିଡେନ ତାଙ୍କର ପ୍ରତୀପକ୍ଷ ପ୍ରାର୍ଥୀ ଟ୍ରମ୍ପଙ୍କ ଠାରୁ କେତେକ ସ୍ଥାନରେ ଆଗରେ ଅଛନ୍ତି ।

ସେପଟେ ଭୋଟରେ ଜାଲିଆତି ଅଭିଯୋଗ ଆଣି ଟ୍ରମ୍ପ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ନିର୍ବାଚନୀ ଫଳାଫଳକୁ ସମସ୍ତେ ଚାହିଁରହି ଥିବାବେଳେ କିଏ ଆମେରିକାର ରାଷ୍ଟ୍ରପତି ହେବେ ସେନେଇ ଚର୍ଚ୍ଚା ଜୋରଧରିଛି ।

ଏନେଇ ପୁରୀ ବେଳାଭୂମିରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ପ୍ରଦର୍ଶନୀ କରିଛନ୍ତି । ଏହି କଳାରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ ମୁହାଁମୁହିଁ ଥିବା ଦେଖିବାକୁ ମିଳୁଛି । ଏଥିସହ ଉଭୟଙ୍କ ଚିତ୍ର ନିକଟରେ ଆମେରିକା ଜାତୀୟପତାକା ଚିହ୍ନ ଥିବାବେଳେ ଉଭୟ ପ୍ରାର୍ଥୀଙ୍କ ମଝିରେ ପ୍ରଶ୍ନବାଚୀ ଚିହ୍ନ ଦୃଶ୍ୟମାନ ହେଉଛି । ଏହି ପ୍ରଶ୍ନବାଚୀ ଚିହ୍ନ ଏକପ୍ରକାର ଆମେରିକାର ଫଳାଫଳକୁ ସମସ୍ତେ ଚାହିଁ ରହିଥିବା ସୂଚାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.