ପୁରୀ: ଜିଲ୍ଲାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଜୋରସୋରରେ ଚଲାଇଛନ୍ତି ନିର୍ବାଚନୀ ପ୍ରଚାର । କେତେବେଳେ ଗରିବ ଲୋକଙ୍କ ଘରକୁ ଯାଇ ତାଙ୍କ ଦୁଃଖ ସୁଖ ବୁଝୁଛନ୍ତି ତ କେତେବେଳେ ଘର ଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ତେବେ ଏଥର ସମ୍ପୂର୍ଣ୍ଣ ଏକ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଛି ସମ୍ବିତଙ୍କୁ। ନିର୍ବାଚନୀ ପ୍ରଚାର ସମୟରେ ଲୋକଙ୍କୁ ଗୀତ ଗାଇ ଶୁଣାଇଛନ୍ତି ସମ୍ବିତ । ଯାହାର ଭିଡିଓ ସମ୍ବିତ ଟ୍ବିଟ କରି ସେୟାର କରିଛନ୍ତି ।
-
Puri has a sizeable Telugu Population as well. While Campaigning amidst them sang a famous Telugu number on demand. The frenzy in the crowd was palpable, don’t believe ? A must watch! Lots of love to my adorable Telugu friends. @BJP4Odisha #IndiaBoleModiDobara #SambitPatra4Puri pic.twitter.com/ULI8xJdnhU
— Chowkidar Sambit Patra (@sambitswaraj) April 19, 2019 " class="align-text-top noRightClick twitterSection" data="
">Puri has a sizeable Telugu Population as well. While Campaigning amidst them sang a famous Telugu number on demand. The frenzy in the crowd was palpable, don’t believe ? A must watch! Lots of love to my adorable Telugu friends. @BJP4Odisha #IndiaBoleModiDobara #SambitPatra4Puri pic.twitter.com/ULI8xJdnhU
— Chowkidar Sambit Patra (@sambitswaraj) April 19, 2019Puri has a sizeable Telugu Population as well. While Campaigning amidst them sang a famous Telugu number on demand. The frenzy in the crowd was palpable, don’t believe ? A must watch! Lots of love to my adorable Telugu friends. @BJP4Odisha #IndiaBoleModiDobara #SambitPatra4Puri pic.twitter.com/ULI8xJdnhU
— Chowkidar Sambit Patra (@sambitswaraj) April 19, 2019
ଟ୍ବିଟ କରି ସମ୍ବିତ ଲେଖିଛନ୍ତି ଯେ ‘‘ପୁରୀରେ ମଧ୍ୟ ଅନେକ ସଂଖ୍ୟାରେ ତେଲୁଗୁ ଲୋକ ରହିଛନ୍ତି । ନିର୍ବାଚନୀ ପ୍ରଚାର ସମୟରେ ଲୋକଙ୍କ ଅନୁରୋଧ କ୍ରମେ ମୁଁ ତେଲୁଗୁରେ ଏକ ଗୀତ ଗାଇଲି। ଯଦି ଆପଣଙ୍କୁ ବିଶ୍ବାସ ହେଉନି ତାହେଲେ ନିଶ୍ଚିତ ଏହି ଭିଡିଓ ଦେଖନ୍ତୁ । ମୋ ତେଲୁଗୁ ବନ୍ଧୁ ମାନଙ୍କୁ ବହୁତ ଭଲପାଇବା ।’’
ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଖୁବ ଭାଇରାଲ ହୋଇଛି । ସମ୍ବିତ ହିନ୍ଦି ଗୀତ ‘ତୁମ ମିଲେ ଦିଲ ଖିଲେ’ ଗୀତକୁ ତେଲୁଗୁରେ ଗାଇଛନ୍ତି । ସୂଚନାଯୋଗ୍ୟ ଯେ ସମ୍ବିତଙ୍କୁ ପୁରୀରୁ ବିଜେପି ପ୍ରାର୍ଥୀ ଘୋଷଣା କରାଯିବା ପରେ ନିର୍ବାଚନୀ ଚର୍ଚ୍ଚା ଜୋର ଧରିଛି । ସମ୍ବିତ ସୋସିଆଲ ମିଡିଆରେ ତାଙ୍କ ବୟାନଙ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି । ପୁରୀରୁ ସମ୍ବିତଙ୍କ ପ୍ରତିଦ୍ୱନ୍ଦୀ ଭାବେ ବିଜେଡିରୁ ପିନାକି ମିଶ୍ର ଓ କଂଗ୍ରେସରୁ ସତ୍ୟ ପ୍ରକାଶ ନାୟକ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ।