ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ମଠ ଉଚ୍ଛେଦ ଏବେ ବିବାଦୀୟ ମୋଡ ନେଇଛି । ମଠ ମହନ୍ତ ଓ ମଠାଧିଶମାନେ ସୁପ୍ରିମକୋର୍ଟର ମୁଖ୍ଯ ବିଚାରପତିଙ୍କୁ ପଠାଇଛନ୍ତି ଦସ୍ତଖତ ସମ୍ବଳିତ ଏକ ଓପନ୍ ଲେଟର ।
ରାଜ୍ଯ ସରକାର ମଠ ଉଚ୍ଛେଦ ନାଁରେ ଐତିହ୍ଯ ସଂସ୍କୃତି ଧ୍ୱଂସ କରୁଛନ୍ତି । ତେଣୁ ଆମିକସ କ୍ଯୁରୀ ଓ ସଲିସିଟର ଜେନେରାଲ ଆସନ୍ତା ୬ ତାରିଖରେ ଦୁଇଦିନିଆ ଗସ୍ତରେ ପୁରୀ ଆସୁଥିବାରୁ ସେତେଦିନ ପର୍ଯ୍ୟନ୍ତ ଉଚ୍ଛେଦରେ ରହିତାଦେଶ ପାଇଁ ଅନୁରୋଧ କରାଯାଇଛି ।
ଶ୍ରୀମନ୍ଦିର ସୁରକ୍ଷା ଜୋନଠୁ ନେଇ ୭୫ ମିଟର ପର୍ଯ୍ୟନ୍ତ ହେଉଥିବା ଉଚ୍ଛେଦ ପ୍ରକ୍ରିୟାରେ ୧୮ରୁ ଉର୍ଦ୍ଧ୍ବ ମଠ ଭଙ୍ଗାଯିବ । ସରକାର ଯେଭଳି ଏକତରଫା ଭାବେ ମଠ ଉଛେଦ କରିଚାଲିଛନ୍ତି ତାକୁ ସାଧୁ ସନ୍ଥମାନେ ନିନ୍ଦା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ