ETV Bharat / state

ପୁ୍ରୀର ଜାତୀୟ ସଡକ ସୁରକ୍ଷା ମାସ ଉଦଯାପିତ

author img

By

Published : Feb 18, 2021, 8:06 AM IST

ପୁରୀ ନିଳାଦ୍ରି ବେଳାଭୂମିରେ ଉଦଯାପିତ ହୋଇଯାଇଛି ପୁରୀ ଜାତୀୟ ସଡକ ସୁରକ୍ଷା ମାସ । ତେବେ ଗତ ମାସ ୧୮ ତାରିଖରୁ ଏହି ମାସ ଆରମ୍ଭ ହୋଇଥିବା ବେଳେ ଫେବ୍ରୃଆରୀ 17 ତାରିଖରେ ଏହା ଉଦଯାପିତ ହୋଇଛି । ଅଧିକ ପଢନ୍ତୁ...

ଉଦଯାପିତ ହେଲା ପୁ୍ରୀର ଜାତୀୟ ସଡକ ସୁରକ୍ଷା ମାସ

ପୁରୀ: ଉଦଯାପିତ ହେଲା ସଡକ ସୁରକ୍ଷା ମାସ । ଏନେଇ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ନିଳାଦ୍ରି ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ତେବେ ଗତ ମାସ ୧୮ ତାରିଖରୁ ଏହି ମାସ ପାଳିତ ହୋଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ରୋଟାରୀ କ୍ଲବ, ପୁରୀ ସାଇକେଲ କ୍ଲବ, ୱାଇଏଫଏସ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବହନ କମିଶନର ସଞ୍ଜିବ କୁମାର ପଣ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଡକ ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ । ଏହି ଅବସରରେ କୋରୋନା ସମ୍ମୁଖ ଯୋଦ୍ଧା ଭାବେ ୪୦ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପୁରସ୍କୃତ କରାଯାଇଥିଲା ।

ତେବେ ଯୁଗବ୍ରତ କର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.