ETV Bharat / state

ସୂର୍ଯ୍ୟପରାଗ ପରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା । ଏହି କ୍ରମରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି ।

ସୂର୍ଯ୍ୟପରାଗ ପରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ
ସୂର୍ଯ୍ୟପରାଗ ପରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ
author img

By

Published : Dec 26, 2019, 11:57 AM IST

ପୁରୀ: ପୌଷ ଅମାବାସ୍ୟାରେ ଖଣ୍ଡ ଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟପରାଗ । ସୂର୍ଯ୍ୟ ପରାଗ ପାଇଁ ବୁଧବାର ରାତି ୮ଟା ୨୦ରୁ ପାକ ତ୍ୟାଗ, ଅନ୍ନ ଭୋଜନ, ଦେବନୀତି ଆଦି ନିଷେଧ ହୋଇଥିଲା । ଆଉ ଗୁରୁବାର ସକାଳ 8ଟା 20 ମିନିଟ 8ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ 3 ଘଣ୍ଟା 9ମିନିଟ୍ ପର୍ଯ୍ୟନ୍ତ ରହିଥିଲା ।

ସୂର୍ଯ୍ୟପରାଗ ପରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ

ଏହି କ୍ରମରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି । ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଚନ୍ଦ୍ର ଗ୍ରହଣ ହେଉ ଅବା ସୂର୍ଯ୍ୟପରାଗ ସ୍ପର୍ଶ ସମୟରେ ସମସ୍ତ ଦେବାଦେବୀ ମନ୍ଦିରରେ ଦେବନୀତି ନିଷେଧ ଥିବାବେଳେ ଶ୍ରୀମନ୍ଦିରରେ ସମସ୍ତ ଦେବନୀତି ଚାଲିଥାଏ । ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗ୍ରହରୂପି ଜନାର୍ଦ୍ଦନ, ତେଣୁ ତାଙ୍କର ପରାଗ କିମ୍ବା ଗ୍ରହଣ ପରେ ଦେବନୀତି ଆରମ୍ଭ ହୋଇଥାଏ ।

ଶ୍ରଦ୍ଧାଳୁମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ଏହି ଦିନେ। ତେବେ ଆଜି ସକାଳେ ପ୍ରଥମେ ମହାପ୍ରଭୁଙ୍କ ପରାଗ ମହାସ୍ନାନ ପରେ ତଡପ ଲାଗି, ମଇଲମ, ବେଶ, ମଙ୍ଗଳ ଆରତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗ୍ରହଣ ସାଦା ବେଶ, ପରେ ଗ୍ରହଣ ଭୋଗ, ମଇଲମ ବେଶ, ଗୋପାଳ ବଲ୍ଲଭ, ପହିଲି ଭୋଗ ଓ ସକାଳ ଧୂପ ନୀତି ହେବ । ପରେ ମାଜଣା ଓ ଏକାନ୍ତ ଆଦି ନୀତିମାନ ହେବ । ଆଜିର ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଣୁ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ବେଶ ଭିଡ଼ ଜମିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଗ୍ରହଣ ନୀତିBody:ଆଜି ପୌଷ ଅମାବାସ୍ୟାରେ ହେଉଛି ଖଣ୍ଡ ଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟପରାଗ | ତେବେ ସୂର୍ଯ୍ୟ ପରାଗ ପାଇଁ (ବୁଧବାର) ରାତି ୮ଟା ୨୦ରୁ ପାକ ତ୍ୟାଗ, ଅନ୍ନ ଭୋଜନ, ଦେବନୀତି ଆଦି ନିଷେଧ ହୋଇଛି | ତେବେ ଆଜି ସକାଳ 8ଟା 20ମିନିଟ 8ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ 3 ଘଣ୍ଟା 9ମିନିଟ ପର୍ଯ୍ୟନ୍ତ ରହିବ |
ଏହି କ୍ରମରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇ ଥାଏ।| ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଚନ୍ଦ୍ର ଗ୍ରହଣ ହେଉ ଅବା ସୂର୍ଯ୍ୟପରାଗ ସ୍ପର୍ଶ ସମୟରେ କୌଣସି ଦେବାଦେବୀ ମନ୍ଦିରରେ ଦେବନୀତି ନିଷେଧ ଥିବାବେଳେ ଶ୍ରୀମନ୍ଦିରରେ ସମସ୍ତ ଦେବନୀତି ଚାଲିଥାଏ । ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗ୍ରହରୂପି ଜନାର୍ଦ୍ଦନ, ତେଣୁ ତାଙ୍କର ପରାଗ କିମ୍ବା ଗ୍ରହଣ ପରେ ଦେବନୀତି ଆରମ୍ଭ ହୋଇଥାଏ । ଶ୍ରଦ୍ଧାଳୁମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ ଆଜି ସକାଳେ ପ୍ରଥମେ ମହାପ୍ରଭୁଙ୍କ ପରାଗ ମହାସ୍ନାନ ପରେ , ତଡପ ଲାଗି, ମଇଲମ, ବେଶ, ମଙ୍ଗଳ ଆରତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗ୍ରହଣ ସାଦା ବେଶ, ପରେ ଗ୍ରହଣ ଭୋଗ, ମଇଲମ ବେଶ, ଗୋପାଳ ବଲ୍ଲଭ, ପହିଲି ଭୋଗ ଓ ସକାଳ ଧୂପ ନୀତି ହେବ । ପରେ ମାଜଣା ଓ ଏକାନ୍ତ ଆଦି ନୀତିମାନ ହେବ। ତେବେ ଆଜିର ଦିନରେ ମହାପ୍ରଭୁ ଙ୍କ ଦର୍ଶନ ପାଇଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ରେ ବେଶ ଭିଡ଼ ହୋଇଛି

ବାଇଟ,, ଭକ୍ତ
ବାଇଟ,, ଭକ୍ତ
ଭକ୍ତ
ବାଇଟ,, ସୌମ୍ୟ ରଞ୍ଜନ ପଣ୍ଡା,, ଜଗନ୍ନାଥ ସଂସ୍କୃତି ପ୍ରଚାରକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.