ETV Bharat / state

ପୁରୀର 21ଟି ପଞ୍ଚାୟତରେ ମିଳିବ ସୁଦ୍ଧ ପାନୀୟ ଜଳ - water supply projects through pipes in puri

ପୁରୀର ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକର ୨୧ଟି ପଞ୍ଚାୟତକୁ ମିଳିବ ସୁଦ୍ଧ ପାନୀୟ ଜଳ । ବୃହତ ଜଳ ଯୋଗାଣ ପ୍ରକଳ୍ପ ହେବ କାର୍ଯ୍ୟକ୍ଷମ । ଅଧିକ ପଢନ୍ତୁ...

ପାଇପ ମାଧ୍ୟମରେ ବୃହତ ଜଳ ଯୋଗାଣ ପ୍ରକଳ୍ପ
ପାଇପ ମାଧ୍ୟମରେ ବୃହତ ଜଳ ଯୋଗାଣ ପ୍ରକଳ୍ପ
author img

By

Published : Dec 29, 2020, 7:35 AM IST

ପୁରୀ: ପାଇପ ମାଧ୍ୟମରେ ହେବ ବୃହତ ଜଳ ଯୋଗାଣ ପ୍ରକଳ୍ପ । ପୁରୀର ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକର ୨୧ଟି ପଞ୍ଚାୟତକୁ ମିଳିବ ଶୁଦ୍ଧ ଜଳ । ଏନେଇ ଏକ ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ପାଇପ ମାଧ୍ୟମରେ ବୃହତ ଜଳ ଯୋଗାଣ ପ୍ରକଳ୍ପ

ବ୍ରହ୍ମଗିରି ବ୍ଲକର ୧୧ ଟି ଏବଂ ପୁରୀ ସଦରର ୧୦ଟି ପଞ୍ଚାୟତର ୮୯ଟି ରାଜସ୍ବ ଗ୍ରାମ ସାମିଲ ହେବେ । ଏଥିରେ ୨୩ ହଜାର ୧୩୬ ପରିବାରର 1 ଲକ୍ଷ ୫୭ ହଜାର ୨୭୪ ଜଣ ଲୋକ ଉପକୃତ ହେବେ । ଏଥିସହ ବିଭିନ୍ନ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ମଧ୍ୟ ଜଳ ଯୋଗାଣ କରାଯିବ । ଆସନ୍ତା ୩୫ ବର୍ଷକୁ ଦୃଷ୍ଟିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଉକ୍ତ ପ୍ରକଳ୍ପର ମୂଲ୍ୟ ୧୦୬ କୋଟି ୩୨ ଲକ୍ଷ ଟଙ୍କା ରହିଛି ଓ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହାର ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଶେଷ ହେବ ଏବଂ ଆସନ୍ତା ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ । ଭାର୍ଗବୀ ନଦୀରୁ ଜଳ ଯୋଗାଣ କରାଯିବ ଏବଂ ମାଳତୀପାଟପୁର ଠାରେ ୧୭ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବର୍ମା ସୂଚନା ଦେଇଛନ୍ତି ।

ଏଥିପାଇଁ ୫ ଏକର ଜମିର ଆବଶ୍ୟକତା ରହିଛି ଓ ଜମି ଚିହ୍ନଟ ପ୍ରକ୍ରିୟା ଚୂଡାନ୍ତ କରିବାକୁ ବର୍ମା ସ୍ଥାନୀୟ ତହସିଲଦାରଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ପ୍ରତି ପଞ୍ଚାୟତରେ ଓଭର ହେଡ ଟାଙ୍କି ପ୍ରତିଷ୍ଠା କରାଯିବ । ଏଥିନିମନ୍ତେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚମାନଙ୍କୁ କୁହାଯାଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳଯୋଗାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଅଜୟ କୁମାର ବିଶ୍ବାଳ, ପୁରୀ ତହସିଲଦାର ରବିନ୍ଦ୍ର ପ୍ରଧାନ, ଜଳ ଯୋଗାଣ ବିଭାଗ ସୁପରିଟେଣ୍ଡଟ ଇଞ୍ଜିନିୟର ଗୋକୁଳ ଚନ୍ଦ୍ର ବେହେରା, ଜିଲ୍ଲା ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.