ETV Bharat / state

ପୁରୀରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ - ପୁରୀ ବନ୍ୟା ଖବର

ପୁରୀରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ । ପୁରୀରେ ବନ୍ୟା ପରିଚାଳନାରେ ଜିଲ୍ଲା ପ୍ରଶାସନ ବେଶ ସନ୍ତୋଷଜନକ କାର୍ଯ୍ୟ କରିଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ପୁରୀ ଜିଲ୍ଲା ବନ୍ୟାର ଉଦ୍ଧାର ଓ ରିଲିଫ କାର୍ଯ୍ୟ ନେଇ ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ପୁରୀରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

author img

By

Published : Aug 19, 2022, 10:20 PM IST

ପୁରୀ: ପୁରୀରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ । ପୁରୀ ଜିଲ୍ଲା ବନ୍ୟାର ଉଦ୍ଧାର ଓ ରିଲିଫ କାର୍ଯ୍ୟ ର ଏକ ସମୀକ୍ଷା ବୈଠକ ସର୍କିଟ ହାଉସ ଠାରେ ରାଜସ୍ବ ମନ୍ତ୍ରୀ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୁରୀରେ ବନ୍ୟା ପରିଚାଳନାରେ ଜିଲ୍ଲା ପ୍ରଶାସନ ବେଶ ସନ୍ତୋଷଜନକ କାର୍ଯ୍ୟ କରିଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମତବ୍ୟକ୍ତ କରିଛନ୍ତି ।

ପୁରୀରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ସମୀକ୍ଷା ବୈଠକ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ସମସ୍ତ ଜୀବନ ମୂଲ୍ୟବାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ଜିଲ୍ଲା ପ୍ରଶାସନ ରକ୍ଷା କରିବା ସହ ଲୋକ ମାନଙ୍କୁ ସହଯୋଗ କରିଛନ୍ତି । ପାଣି ଛାଡିବା ପରେ ବିକଳ୍ପ ଚାଷ ପାଇଁ କମ ଦିନିଆ ଧାନ ବିହନ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି । ଆବଶ୍ୟକତା ଅନୁସାରେ ପଲିଥିନ ବଣ୍ଟନ ପାଇଁ ସେ ପରାମର୍ଶ ଦେଇଥିଲେ ।" ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି "ନଦୀ ବନ୍ଧ ଗୁଡିକୁ ନିୟମିତ ଯାଚଂ ସହ ବନ୍ଧରେ ଉଠୁଥିବା ଗଛ ଗୁଡିକୁ ସଫା କରାଗଲେ ଗଳିଆ ବା ଘାଇର କମ ସମ୍ଭାବନା ରୁହନ୍ତା ।" କ୍ରୀଡା ଓ ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି, "ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ତୁରନ୍ତ ଶେଷ କରାଯିବାକୁ ପରାମର୍ଶ ଦେଇଥିଲେ ।

ସମୀକ୍ଷା ବୈଠକରେ ସୂଚନା ମିଳିଛି, ଜିଲ୍ଲାର କଣାସ ବ୍ଲକର ମକରା ନଦୀରେ ଛୁପୁରିଙ୍ଗି ପଚାଂୟତର ପହିଲୁଣ୍ଡି ଗ୍ରାମ ନିକଟସ୍ଥ ଜଟଣୀ ବ୍ଲକର ରାଜୁଆ ନଦୀର ହଳଦୀପଡା ଓ ଗୋପ ବ୍ଲକର କୁଶଭଦ୍ରା ନଦୀର ବେଦପୁର ପଞ୍ଚାୟତର ଖଣ୍ଡିଆକୁଦ ଠାରେ ଘାଇ ସୃଷ୍ଟି ହୋଇଛି । ଏହି ବନ୍ୟାରେ ଜିଲ୍ଲାର ମୋଟ ୧୧ ଟି ବ୍ଲକ ମଧ୍ୟରୁ ୬ ଗୋଟି ବ୍ଲକର ୪୫ ପଞ୍ଚାୟତର ୧୮୯ ଗ୍ରାମର ୧,୪୩,୪୨୯ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ କଣାସ ବ୍ଲକର ୬ ପଞ୍ଚାୟତର ୨୦ଟି ଗ୍ରାମର ୨୩୨୦୦ ଲୋକ, ଗୋପ ବ୍ଲକର ୮ ପଞ୍ଚାୟତର ୩୪ଟି ଗ୍ରାମର ୨୭୯୧୫ ଲୋକ, ଡେଲାଙ୍ଗ ବ୍ଲକର ୯ ପଞ୍ଚାୟତର ୪୦ଟି ଗ୍ରାମର ୪୩୨୧୭ ଲୋକ, ପିପିଲି ବ୍ଲକର ୬ ପଞ୍ଚାୟତର ୨୦ଟି ଗ୍ରାମର ୪୨୪୦ ଲୋକ, ନିମାପଡା ବ୍ଲକର ୧୪ ଟି ପଞ୍ଚାୟତର ୬୯ ଗ୍ରାମର ୪୪୬୫୯ ଲୋକ ଓ ଅସ୍ତରଙ୍ଗ ବ୍ଲକର ୨ଟି ପଞ୍ଚାୟତର ୬ ଟି ଗ୍ରାମର ୧୯୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୧୨୩୧୯ ଜଣ ଲୋକଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇଛି । ୩୯ ଟି ଆଶ୍ରୟ ସ୍ଥଳ ଖୋଲାଯାଇଛି । ୨୧ ପ୍ରସୂତିଙ୍କୁ ଚିକିତ୍ସାଳୟକୁ ପଠାଯାଇଛି । ପ୍ରଭାବିତଙ୍କୁ ୧୧୭୪.୨୩ କ୍ୟୁଣ୍ଟାଲ ଚୁଡା, ୧୧୧.୮୬ କ୍ୟୁଣ୍ଟାଲ ଗୁଡ ଓ ୧,୪୭,୭୪୪ ପାଣି ବୋତଲ, ୮୭.୫୫ ମେଟ୍ରିକ ଟନ ଗୋଖାଦ୍ୟ, ୧୪୧୫ ଖଣ୍ଡ ପଲିଥିନ ବଣ୍ଟନ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକର ୯୦ ଟି ପଞ୍ଚାୟତର ୪୧୧ ଗ୍ରାମର ୨୩୬୩୫ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଥିବାର ସମୀକ୍ଷା ବୈଠକରେ ସୂଚନା ମିଳିଛି । ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ଦିଆଯାଇଛି । ୩୨ ଟି ଦେଶୀ ଡ଼ଙ୍ଗା ଓ ୨୬ ଟି ଏସ୍ ଆର ସି ବୋଟ ନିୟୋଜିତ କରାଯାଇଛି । ବାଲି ବସ୍ତା ଗଛିତ ରଖାଯିବା ସହ ନଦୀ ବନ୍ଧରେ ରାତ୍ରିକାଳୀନ ପାଟ୍ରୋଲିଂ, ୧୨ ମେଡିକାଲ ଟିମ, ୫ ଟି ପଶୁ ଚିକିତ୍ସା ଟିମ, ୨ ଟି ଓଡ୍ରାଫ ,୩ ଟି ଏନଡିଆରଏଫ୍ ଟିମ ୭ଟି ଅଗ୍ନିଶମ ଟିମଙ୍କୁ ମୁତୟନ କରାଯାଇଛି । ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ଆପଦମିତ୍ର ଓ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସହଯୋଗ କରୁଛନ୍ତି ।

ଏହି ସମୀକ୍ଷା ବୈଠକରେ ଜଗତସିଂହପୁର ଲୋକସଭା ସାଂସଦ ଡା ରାଜଶ୍ରୀ ମଲ୍ଲିକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନା ରାଣୀ ସ୍ୱାଇଁ, ପୁରୀ ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ । ବୈଠକରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ, ବନ୍ୟା ଓ ବନ୍ୟା ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ଙ୍କୁ ସ୍ୱାଗତ ଓ ସୂଚନା ଦେବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.