ETV Bharat / state

ରଥଯାତ୍ରାରେ ଡ୍ରୋନ ଉଡାଣ ଉପରେ କଟକଣା, ପ୍ରେସ୍ ରିଲିଜ ଜାରି କଲା ପୁରୀ ପୋଲିସ

author img

By

Published : Jun 11, 2023, 7:28 PM IST

ସୁରକ୍ଷା ଦୃଷ୍ଟି କୋଣରୁ ରଥଯାତ୍ରାରେ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରେସ୍ ରିଲିଜ ଜାରି କରାଯାଇଛି। ଅଧିକ ପଢନ୍ତୁ

ଡ୍ରୋନ ଉଡାଣ ଉପରେ କଟକଣା
ଡ୍ରୋନ ଉଡାଣ ଉପରେ କଟକଣା

ପୁରୀ: ରଥଯାତ୍ରାରେ ଡ୍ରୋନ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ । ରଥଯାତ୍ରାକୁ ନେଇ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ରଥ ଯାତ୍ରା ଦିନ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି । ତେବେ ଶ୍ରୀମନ୍ଦିର ଉପରେ, ତିନି ରଥ ନିକଟରେ ଏବଂ ଗୁଣ୍ଡିଚା ମନ୍ଦିର ଉପରେ ଡ୍ରୋନ ଉଡାଣ ପାଇଁ ବାରଣ କରାଯାଇଛି । ଏହି ନିୟମ ରଥଯାତ୍ରାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ଡ୍ରୋନ ଉଡାଣ ଉପରେ କଟକଣା
ଡ୍ରୋନ ଉଡାଣ ଉପରେ କଟକଣା

ଏହି ଡ୍ରୋନ ଉଡାଣ କଟକଣା ବାବଦରେ ପୁରୀ ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି ହୋଇଛି । ଏହି ପ୍ରେସ୍ ରିଲିଜରେ ଡ୍ରୋନ ଉଡାଣ କଟକଣା ନେଇ ସମସ୍ତ ଗାଇଡଲାଇନ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ତେବେ ନିୟମ ଉଲଘଂନ କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚାଇ ଦେଇଛି ପୁରୀ ପୋଲିସ ।

ଏହାସହ DGCAର ଗାଇଡଲାଇନ ଅନୁଯାୟୀ ରେଡ୍ ଜୋନରେ ରହିଛି ଶ୍ରୀମନ୍ଦିର। ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଣ ବେଆଇନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି ନିୟମ ଉଲଘଂନ ପାଇଁ ଜଣେ ୟୁ ଟ୍ୟୁବରକୁ ଗିରଫ କରିଥିଲା ପୁରୀ ପୋଲିସ । ରଥଯାତ୍ରା ସମୟରେ ଫଟୋ ଓ ଭିଡିଓ ଆଦି ଉତ୍ତୋଳନ କରାଯିବା ପାଇଁ ପୂର୍ବରୁ ଏପରି କରାଯିବାର ନଜିର ରହିଛି ।

ଅପରପକ୍ଷେ ବଡ଼ ଦାଣ୍ଡ, ସମୁଦ୍ର କୂଳ ଏବଂ ପୁରୀ ସହରର ବିଭିନ୍ନ ସ୍ଥାନରେ ନଜର ରଖିବା ପାଇଁ ଡ୍ରୋନ୍‌ ଉଡାଣ କରି ସୁରକ୍ଷା ଉପରେ ନଜର ରଖିବ ପୁରୀ ପୋଲିସ । ଆସନ୍ତା 20 ତାରିଖରେ ପଡୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଯାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ପ୍ରବଳ ସମାଗମ ହେବାକୁ ଥିବାରୁ ରଥଯାତ୍ରାରେ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚଳିତ ବର୍ଷ 180 ପ୍ଲାଟୁନ୍‌ ପୋଲିସ ଫୋର୍ସ ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷାରେ ନିୟୋଜିତ ରହିବେ ।

ରଥଯାତ୍ରା କିଭଳି ସୁରୁଖୁରରେ ହୋଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାର୍କିଂରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ ଢଙ୍ଗରେ କରିବାକୁ ପଦକ୍ଷେପ ନିଆଯାଇଛି । ଏହାସହ ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଇଛି । ଅପରାଧ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୁରୀ ଏସପି ଏବଂ ଜିଲ୍ଲାପାଳ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.