ପୁରୀ: ମାର୍ଚ୍ଚ 22 ସାରା ଦେଶ ପାଳିବ ଜନତା କର୍ଫ୍ୟୁ । କୋରୋନା ଭାଇରସକୁ ନେଇ ସତର୍କତା ଓ ସଚେତନତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଛନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରେ ରହିବା ସହ ଅତି ଆବଶ୍ୟକ ନ ପଡିଲେ ଘରୁ ନ ବାହାରି ବାକୁ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ।
ମୋଦିଙ୍କ ଏପରି ଆହ୍ବାନକୁ ପୁରୀବାସୀ ଓ ପର୍ଯ୍ୟଟକମାନେ ବି ସମର୍ଥନ କରିଛନ୍ତି । ଏଥି ସହିତ କୋରୋନା ନେଇ ଭୟଭିତ ହେବା ପରିବର୍ତ୍ତେ ସଚେତନ ହେବାକୁ କହିଛନ୍ତି ପର୍ଯ୍ୟଟକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ