ETV Bharat / state

ପୁରୀର 5 ବୁଥରେ ଚାଲିଛି ସାନି ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି - repolling for panchayat election in puri

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଦେଇଥିବା ହିଂସାକୁ ନେଇ 45ଟି ବୁଥରେ ବାତିଲ ମତଦାନକୁ ବାତିଲ କରାଯାଇଥିଲା । ତେବେ ଆଜି ସେହି ସ୍ଥାନ ଗୁଡ଼ିକରେ ସାନି ନିର୍ବାଚନ ଚାଲିଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର 5 ବୁଥରେ ଚାଲିଛି ସାନି ମତଦାନ । ଅଧିକ ପଢ଼ନ୍ତୁ

repolling for panchayat election in puri
ଚାଲିଛି ସାନି ମତଦାନ: ଭୋଟ ଦେଉଛି ପୁରୀ
author img

By

Published : Feb 23, 2022, 9:34 AM IST

Updated : Feb 23, 2022, 11:37 AM IST

ପୁରୀ: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଦେଇଥିବା ହିଂସାକୁ ନେଇ 45ଟି ବୁଥରେ ବାତିଲ ମତଦାନକୁ ବାତିଲ କରାଯାଇଥିଲା । ତେବେ ଆଜି ସେହି ସ୍ଥାନ ଗୁଡ଼ିକରେ ସାନି ନିର୍ବାଚନ ହେବ । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ବିଭିନ୍ନ ବୁଥରେ ଚାଲିଛି ସାନି ମତଦାନ ।

ଆଜି ପୁରୀ ଜିଲ୍ଲାର ପୁରୀ 5ଟି ବୁଥରେ ସାନି ମତଦାନ ଚାଲିଛି । ଜିଲ୍ଲାର କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର 5,7,8 ନମ୍ବର ବୁଥରେ ଚାଲିଛି ମତଦାନ। ସେହିପରି କୃଷ୍ଣପ୍ରସାଦର ଅଲଣ୍ଡା ଗ୍ରାମପଞ୍ଚାୟତର 8 ନମ୍ବର ବୁଥ ଓ ବ୍ରହ୍ମଗିରି ଗ୍ରାମପଞ୍ଚାୟତର ଚାପମାଣିକ ଗ୍ରାମର 9 ନମ୍ବର ବୁଥରେ ହେଉଛି ଜନତା ମତଦାନ କରୁଛନ୍ତି । ଏହି ସବୁ ବୁଥରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଘଟିଥିବା ହିଂସାକାଣ୍ଡ ଯୋଗୁଁ ମତଦାନକୁ ବାତିଲ କରାଯାଇଥିଲା ଏବଂ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇଥିଲା । ସକାଳ 9 ଟା ଠାରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।

ଚାଲିଛି ସାନି ମତଦାନ: ଭୋଟ ଦେଉଛି ପୁରୀ

ଅନ୍ୟପଟେ କଡ଼ା ସୁରକ୍ଷା ବଳରେ ବ୍ରହ୍ମଗିରି ବ୍ଲକର ଚାପମାଣିକ ପଞ୍ଚାୟତ କାଶିଝରିଆ ଗ୍ରାମର 9 ନମ୍ବର ବୁଥରେ ସାନି ମତଦାନ ଚାଲିଛି । ବୁଥରେ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ, ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, ମହିଳା ପୋଲିସ ଏବଂ ବ୍ରହ୍ମଗିରି ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି । ଏବଂ ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଜାରି ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Feb 23, 2022, 11:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.