ETV Bharat / state

ମାଲେସିଆ ଜାହାଜରୁ ତେଲ ନିଷ୍କାସନ ଆରମ୍ଭ - ରାଜହଂସ

ମାଲେସିଆ ଜାହାଜରୁ ଚାଲିଛି ତେଲ ନିଷ୍କାସନ । କୋଡ଼ିଏ ଜଣିଆ ଟିମ୍ ଜରିଆରେ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା । ପାଇପ ସାହାଯ୍ୟରେ ବ୍ୟାରେଜକୁ ନିଷ୍କାସନ କରାଯାଉଛି ଏହି ତୈଳ ପଦାର୍ଥ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Aug 28, 2019, 8:14 PM IST

Updated : Aug 28, 2019, 9:18 PM IST

ପୁରୀ: ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସିଆ ଜହାଜରୁ ତେଲ ନିଷ୍କାସନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବୁଧବାର କଲିକତା,ପାରାଦୀପ ଓ ବାଲେଶ୍ବରରୁ 20 ଜଣିଆ ଟିମକୁ ପଠାଇଛନ୍ତି ଜାହାଜ ମାଲିକ । ସେମାନେ କ୍ଷତିଗ୍ରସ୍ତ ଜାହାଜ ପାଖରେ ପହଁଚି ସେଥିରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପାଇପ ସାହାଯ୍ୟରେ ବ୍ୟାରେଜକୁ ନିଷ୍କାସନ କରାଯାଉଛି ଏହି ତୈଳ ପଦାର୍ଥ । ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ତେଲ କଢାରେ ବାଧା ଉପୁଜୁଛିବା ଆଶଙ୍କା ରହିଛି । ତେଣୁ ପାଗ ଅନୁକୂଳ ଦେଲେ ଯଥାଶୀଘ୍ର ସଂପୂର୍ଣ୍ଣ ତେଲ ନିଷ୍କାସନ ହୋଇପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ମାଲେସିଆ ଜାହାଜରୁ ତେଲ ନଷ୍କାସନ ଆରମ୍ଭ

ଜାହାଜ ମାଲିକ ପୁରୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିସାରିଛନ୍ତି । ପ୍ରଶାସନର ଅନୁମତି ଅନୁଯାୟୀ ସେ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ପ୍ରଥମେ ଗଚ୍ଛିତ ଥିବା ତେଲକୁ ବଡ଼ ବଡ଼ ବ୍ୟାରେଜ ମାଧ୍ୟମରେ କଢାଯିବ । ପରେ ତାହାକୁ ବିଶାଖାପାଟଣା ନିଆଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ ।

ଚଳିତ ମାସ 8 ତାରିଖରେ ଚିଲିକା ରାଜହଂସ ନିକଟବର୍ତ୍ତୀ ସମୁଦ୍ର କୂଳରେ ମାଲେସିଆର ଯିନ୍ ହାୱା 32 ନାମକ ଜାହାଜ ଲାଗିତିଲା । ଯାନ୍ତ୍ରିକ ତ୍ରୁଟି ହେବା କାରଣରୁ ଦିଗହରା ହୋଇ ଜାହାଜଟି ଏଠାରେ ଲାଗିରହିଛି । ସେଥିରେ ଥିବା 11 ଜଣ କର୍ମଚାରୀଙ୍କୁ ନିକଟବର୍ତ୍ତୀ ଖିରିସାହି ଗ୍ରାମର ଲୋକ ମାନେ ସୁରକ୍ଷିତ ଭାବେ ରଖିବା ସହ ଜାହାଜକୁ ଜଗି ରହିଥିଲେ । ଜାହାଜ ମଧ୍ୟରେ ଥିବା 30 ହଜାର ଡିଜେଲ ଓ ଅନ୍ୟ ହଜାର ହଜାର ରାସାୟନିକ ତରଳ ପଦାର୍ଥ ରହିଛି । ଏହି ତୈଳ ପଦାର୍ଥ ଲିକ ହୋଇ ଚିଲିକାରେ ମିଶିବାର ଆଶଙ୍କା ଅଧିକ ରହିଥିଲା । ଯଦି ଏପରକି ଘଟିଥାନ୍ତା ତେବେ ସମୁଦ୍ରରେ ଥିବା ମତ୍ସ୍ୟ ସହ ଅନ୍ୟ ଜଳଜୀବଙ୍କ ଉପରେ ଏହା ପ୍ରଭାବ ପକାଇଥାନ୍ତା । ଯାହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ସହ ପରିବେଶବିତ ମାନେ ଅଭିଯୋଗ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Aug 28, 2019, 9:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.