ETV Bharat / state

ପୁରୀ ଜିଲ୍ଲାରେ ୯ ମାସ ହେବ ଗହମ ପାଉନାହାନ୍ତି ରାସନ କାର୍ଡଧାରୀ - ୯ ମାସ ହେଲା ପୁରୀରେ ମିଳୁନି ରାସନ ଗହମ

ଦୀର୍ଘ ୯ ମାସ ହେବ ପୁରୀ ଜିଲ୍ଲାରେ ଗହମ ପାଉନାହାନ୍ତି ରାସନ କାର୍ଡଧାରୀ । ପ୍ରଶାସନର ଅବହେଳାକୁ ନେଇ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ

୯ ମାସ ହେଲା ପୁରୀ ଜିଲ୍ଲାରେ ଗହମ ପାଉନାହାନ୍ତି ରାସନ କାର୍ଡଧାରୀ

author img

By

Published : Oct 15, 2022, 12:04 PM IST

ପୁରୀ: ୯ ମାସ ହେବ ଗହମ ପାଉନାହାନ୍ତି ରାସନ କାର୍ଡଧାରୀ(Ration Card Holders) । ଲୋକେ ବାରମ୍ବାର କଣ୍ଟ୍ରୋଲ ରୁମକୁ ଦୌଡୁଥିବାବେଳେ କୌଣସି ଲାଭ ମିଳୁନି । ପୁରୀ ଜିଲ୍ଲାରୁ ଏହି ରାସନ ଗହମ ଯୋଗାଣ ସମସ୍ୟା ସାମ୍ନାକୁ ଆସିଛି । ଗତ ଫେବୃୟାରୀ ମାସରୁ ପୁରୀ ଜିଲ୍ଲାର ରାସନ କାର୍ଡଧାରୀ କଣ୍ଟ୍ରୋଲ ଦୋକାନରୁ ଗହମ ପାଇବାରେ ବଞ୍ଚିତ ହେଉଛନ୍ତି । ପ୍ରଶାସନର ଏଭଳି ଅବହେଳାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

୯ ମାସ ହେଲା ପୁରୀ ଜିଲ୍ଲାରେ ଗହମ ପାଉନାହାନ୍ତି ରାସନ କାର୍ଡଧାରୀ

ରାସନ୍ କାର୍ଡଧାରୀ ଶସ୍ତାରେ ଗହମ ପାଇବାରୁ ବଞ୍ଚିତ ହୋଇ ବଜାରରୁ ଅଧିକ ଦାମରେ ଗହମ କିଣୁଛନ୍ତି । ଏଥିପାଇଁ ଗରିବ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ସେପଟେ କଣ୍ଟ୍ରୋଲ ଡିଲର କହିଛନ୍ତି, "ଏ ନେଇ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଥିବା ମଧ୍ୟ କୌଣସି ସୂଚନା ମିଳି ପାରିନାହିଁ ।" ପୁରୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଫେବୃଆରୀ ମାସରୁ ପୁରୀ ଜିଲ୍ଲାକୁ ଗହମ ଯୋଗାଣ ବନ୍ଦ ରହିଛି । ପୂର୍ବରୁ ଖୋର୍ଦ୍ଧା ଜଟଣୀର ଏଫସିଆଇରୁ ଏହି ଗହମ ଆସୁଥିଲା ।

ହେଲେ ସେଠାରେ ପରିବହନ କାର୍ଯ୍ୟକୁ ନେଇ ବିବାଦ ଉପୁଜିବା ଯୋଗୁଁ ପୁରୀ ଜିଲ୍ଲାକୁ ଗହମ ଯୋଗାଣ ହୋଇପାରୁନାହିଁ । ତେବେ ଏହି ସମସ୍ୟା ସମାଧାନ ନେଇ ଉଦ୍ୟମ ଅବ୍ୟାହତ ରହିଥିଲେ ମଧ୍ୟ କୌଣସି ସମାଧାନ ବାଟ ବାହାରି ପାରିନାହିଁ । ଏହି ସମସ୍ୟାର ସମାଧାନ ପାଇଁ ସଚିବସ୍ତରୀୟ ବୈଠକରେ ଉଦ୍ୟମ କରାଯାଉଥିବା ବିଭାଗୀୟ ଅଧିକାରୀ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: କର୍ଲାପାଟରେ ଅଣାୟତ୍ତ ଡାଇରିଆ, ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ

ଅନ୍ୟପଟେ ଗହମ ବଦଳରେ ଚାଉଳ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି । ମାତ୍ର ହିତାଧିକାରୀଙ୍କୁ ଚାଉଳ ଦେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି । ତେବେ ପୁରୀ ଜିଲ୍ଲାରେ ୩ ଲକ୍ଷ ୬୭ ହଜାର ପରିବାର ରାସନ୍ ସାମଗ୍ରୀ ପାଉଥିବା ବେଳେ ସମୁଦାୟ ୬୬୭ ଜଣ ଡିଲର ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.