ETV Bharat / state

ରଥଯାତ୍ରା: ମହାପ୍ରଭୁଙ୍କ ପାଇଁ ଆସିଲା 10 ଫୁଟର ଧୂପକାଠି

ରଥଯାତ୍ରାରେ ମହାପ୍ରଭୁଙ୍କ ଚରଣରେ ସମର୍ପିତ କରିବା ପାଇଁ ଜଣେ ସାଧୁ ବିଶାଳ ଧୂପକାଠି ଆଣିଛନ୍ତି । ଯାହାକି ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 10, 2021, 6:44 PM IST

ରଥଯାତ୍ରା: ମହାପ୍ରଭୁଙ୍କ ପାଇଁ ଆସିଲା ବିଶାଳ ଧୂପକାଠି

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସନ୍ତା ସୋମବାର ବଡଦାଣ୍ଡକୁ ବାହାରିବେ ମହାପ୍ରଭୁ । ତେବେ ଏହା ପୂର୍ବରୁ ମହାପ୍ରଭୁଙ୍କ ଚରଣରେ ସମର୍ପିତ ହେବା ପାଇଁ ଜଣେ ସାଧୁ ଏକ ବିଶାଳ ଧୂପ କାଠି ଆଣିଛନ୍ତି । ଯାହାକି ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ଧୂପ କାଠିର ଲମ୍ଭ 10 ଫୁଟ । ଚଳିତ ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ରଥ ଆଗରେ ମହାପ୍ରଭୁଙ୍କ ଉଦେଶ୍ୟ ଧୂପ ଜାଳିବାକୁ ଇଚ୍ଛା ରଖିଛନ୍ତି । କିନ୍ତୁ କୋଭିଡ କଟକଣା ହେତୁ ଏଥର ତାଙ୍କୁ ପ୍ରଶାସନ ରଥଯାତ୍ରାରେ ଅନୁମତି ଦେବ କି ନାହିଁ ସେ ସାନ୍ଦିହାନ ଥିବା ବେଳେ ମହାପ୍ରଭୁ ଚାହିଁଲେ ସବୁ କିଛି ସମ୍ଭବ ବୋଲି ବାବା ଭୈରବାନନ୍ଦ ଆଶା ପ୍ରକଟ କରିଛନ୍ତି । ସୁଦୂର ମୟୁରଭଞ୍ଜ ଠାକୁର ମୁଣ୍ଡାର ଆଶ୍ରମରୁ ବାବା ଶ୍ରୀକ୍ଷେତ୍ର ଆସିଛନ୍ତି । ସେ ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଆସି ଏହି ବିଶାଳ 10 ଫୁଟିଆ ଧୂପ କାଠି ଭକ୍ତି ସହକାରେ ଜାଳିଥାନ୍ତି ।

ଗତ 2015 ନବକଳେବରରୁ ସେ 10 ଫୁଟିଆ ଧୂପ କାଠି ମହାପ୍ରଭୁଙ୍କ ପାଇଁ ଗୁଣ୍ଡିଚା ଓ ବାହୁଡା ଯାତ୍ରାରେ ଜାଳୁଛନ୍ତି । ତେବେ ଏଥିପାଇଁ ସେ ମହୀଶୂରରୁ ଏହି ସ୍ବତନ୍ତ୍ର 10 ଫୁଟିଆ ଧୂପ କାଠି ଏକ କମ୍ପାନୀରୁ ମଗାଇଥାନ୍ତି । ଏଥିପାଇଁ ତାଙ୍କୁ ଗୋଟିଏ ଧୂପ କାଠି ପାଇଁ 5 ହଜାର 700 ଟଙ୍କା ପଡିଥାଏ । ତେବେ ମହାପ୍ରଭୁ ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା । ସେ କ'ଣ ବା ତାଙ୍କୁ ଦେଇପାରିବେ । ଏଣୁ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କରିବା ପାଇଁ ରଥଯାତ୍ରାରେ ସେ ଏହି ବିଶାଳ 10 ଫୁଟିଆ ଅଗରବତୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜାଳୁଥିବା ବାବା କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.