ETV Bharat / state

ଭାଇ, ଭଉଣୀଙ୍କ ପରେ ମାଉସୀ ମା' ଘର ଅଭିମୁଖେ କାଳିଆ ରଥ

author img

By

Published : Jun 23, 2020, 3:04 PM IST

କୋରୋନା କାଳରେ କଟକଣା ମଧ୍ୟରେ ବିନା ଭକ୍ତରେ କାଳିଆ ବାହାରିଲା ମାଉସୀ ମା' ଘରକୁ । ବଡ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବା ପରେ ଗଡିଛି ନନ୍ଦିଘୋଷ ରଥ ।

rathyatra
rathyatra

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଗଡିଲା ନନ୍ଦିଘୋଷ । କୋରୋନା କାଳରେ କଟକଣା ମଧ୍ୟରେ ବିନା ଭକ୍ତରେ କାଳିଆ ବାହାରିଲା ମାଉସୀ ମା' ଘରକୁ । ବଡ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବା ପରେ ଗଡିଛି ନନ୍ଦିଘୋଷ ରଥ । ଭକ୍ତଙ୍କ ବିନା ପ୍ରଥମ ଥର ଗଡିଛି କାଳିଆର ନନ୍ଦିଘୋଷ । ବଡଦାଣ୍ଡରେ ଭକ୍ତଙ୍କ ନଦେଖି କଳାଶ୍ରୀମୁଖ ଉଦାସ, ରସହୀନ ପ୍ରାୟ ଦୃଶ୍ୟମାନ ହେଉଛି । ହେଲେ ମାତ୍ର ଭାବଗ୍ରାହୀ ଭକ୍ତଜନଙ୍କ ପାଇଁ ରଥରେ ବିରାଜମାନ ହୋଇ ଚିତ୍ତହରଣ କରୁଛନ୍ତି।

ମାଉସୀ ମା' ଘର ଅଭିମୁଖେ କାଳିଆ ରଥ

ଘଣ୍ଟଘଣ୍ଟା ହୁଳହୁଳି ଏବଂ ହରିବୋଲ ସହ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ବଡଠାକୁର ତଥା ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଗଡିବା ଆରମ୍ଭିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ସର୍ବଶେଷରେ କାଳିଆ ଦିଅଁଙ୍କ ନନ୍ଦିଘୋଷ ଗଡିଥିଲା । କୋରୋନା କଟକଣା ଓ ନିର୍ଦ୍ଦେଶାବଳୀ ଅନୁସାରେ ରଥରେ ମାତ୍ର ୧୦ ଜଣ ସେବାୟତ ଅବସ୍ଥାନ କରିଛନ୍ତି । ସେହିଭଳି ଗୋଟିଏ ରଥକୁ ୫୦୦ ଜଣ ଟାଣୁଛନ୍ତି ।

ଘୋର ଘର୍ଘର ନାଦ କରି ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ମାଡି ଚାଲିଛି । ନନ୍ଦିଘୋଷର ଉଚ୍ଚତା ୪୪ଫୁଟ୍ ୨ଇଞ୍ଚ ଅଟେ। ୧୬ଟି ଚକା ଏବଂ ୮୩୨ ଖଣ୍ଡ କାଠରେ ତିଆରି । ଏହି ରଥର ରଙ୍ଗ ନାଲି ଓ ହଳଦୀ ରଙ୍ଗର ହୋଇଥାଏ। ନନ୍ଦିଘୋଷ ରଥର ସାରଥୀଙ୍କ ନାଁ ମାତଳୀ ଏବଂ ରଥ ଦଉଡି ଶଙ୍ଖଚୁଡ଼ ନାମରେ ପରିଚିତ। ନନ୍ଦିଘୋଷ ରଥର ଧ୍ବଜାର ନାଁ ତ୍ରୈଲୋକ୍ୟମାହିନୀ । ଏହାର ରକ୍ଷକ ହେଉଛନ୍ତି ଗରୁଡ଼ । ରଥଯାତ୍ରାରେ ଶେଷରେ ଟଣା ହେଉଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.