ETV Bharat / state

ଶ୍ରୀମନ୍ଦିରକୁ କେବେ ଶୁଭେନି ସମୁଦ୍ର ଗର୍ଜନ, ଜାଣନ୍ତୁ କାହିଁକି ?

ନିକଟରେ ଥିଲେ ମଧ୍ୟ ଶ୍ରୀମନ୍ଦିରକୁ କେବେ ଶୁଭେନି ସମୁଦ୍ର ଗର୍ଜନ । ମେଘନାଦ ପାଚେରୀ ସମୁଦ୍ର ଗର୍ଜନକୁ ଭେଦ କରିବାକୁ ଦେଉନଥିବା ଏବଂ ହନୁମାନ ଭଗବାନ ଶବ୍ଦକୁ କାନପାତି ରହିଥିବା ପୁରାଣରେ ବର୍ଣ୍ଣିତ । ଜାଣନ୍ତୁ ବାସ୍ତବରେ କଣ ରହିଛି କିମ୍ବଦନ୍ତୀ ।

ଶ୍ରୀମନ୍ଦିରକୁ କେବେ ଶୁଭେନି ସମୁଦ୍ର ଗର୍ଜନ, ଜାଣନ୍ତୁ କାହିଁକି ?
ଶ୍ରୀମନ୍ଦିରକୁ କେବେ ଶୁଭେନି ସମୁଦ୍ର ଗର୍ଜନ, ଜାଣନ୍ତୁ କାହିଁକି ?
author img

By

Published : Jul 8, 2022, 7:03 AM IST

ପୁରୀ: ଦିବ୍ୟ, ପୂର୍ଣ୍ଣ, ଅଲୌକିକ, ଭାବ, ଆଧ୍ୟାତ୍ମିକ ଚେତନାର କ୍ଷେତ୍ର ଶଙ୍ଖ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । କିଏ ମାନୁ କି ନ ମାନୁ ମହାପ୍ରଭୁ ଯେ, ଏହି ଧାମରେ ବିରାଜିତ ଏ ଓଡିଆ ଜାତି ଜାଣିଛି । ଏ ଓଡିଆ ଜାତି ଜାଣିଛି କାଳିଆ ସାଆନ୍ତଙ୍କ ପସନ୍ଦ-ନାପସନ୍ଦ, ବୁଝିଛି ତା ବଡ଼ ଠାକୁରର ସୁବିଧା-ଅସୁବିଧା । ସେଇଥିପାଇଁ ତ କାଳିଆ ସାଆନ୍ତଙ୍କ ଅବାଧ ନିଦ୍ରା ପାଇଁ ମନ୍ଦିର ଚାରିପଟେ ତୋଳି ଦେଇଛି ମେଘନାଦ ପାଚେରୀ ।

ଶ୍ରୀମନ୍ଦିରକୁ କେବେ ଶୁଭେନି ସମୁଦ୍ର ଗର୍ଜନ, ଜାଣନ୍ତୁ କାହିଁକି ?

ବାହ୍ୟ ଶତ୍ରୁ ହେଉ ଅବା ଧ୍ୟାନ ଭଗ୍ନ କରୁଥିବା ପ୍ରତିଟି ଶବ୍ଦ କିପରି ମନ୍ଦିର ପ୍ରବେଶ କରିନପାରିବ, ସେଥିପାଇଁ ଏ ମେଘନାଦ ପାଚେରୀର ସୃଷ୍ଟି । ତେବେ ଆସନ୍ତୁ ଜାଣିବା କେବେ ଓ କାହିଁକି ଏ ପ୍ରାଚୀରର ନିର୍ମାଣ ଏବଂ ମେଘନାଦର ନାମକରଣ...

ଶ୍ରୀମନ୍ଦିରରେ ରହିଛି ଦୁଇଟି ପାଚେରୀ । ଭିତର ବେଢାରେ ଥିବା ପାଚେରୀକୁ କୁରୁମ ବେଢା କୁହାଯାଉ ଥିବାବେଳେ ଶ୍ରୀମନ୍ଦିର ବାହାରେ ଥିବା ପାଚେରୀକୁ ମେଘନାଦ ପାଚେରୀ କୁହାଯାଏ । ମେଘନାଦ ପାଚେରୀକୁ ନେଇ ମଧ୍ୟ ପୌରାଣିକ ଏବଂ ଐତିହାସିକ ବର୍ଣ୍ଣନା ରହିଛି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ନୀଳାଚଳିଆ ପ୍ରଭୁ ଶ୍ରୀଜଗନ୍ନାଥ ଯେମିତି ଭୋଜନ ବିଳାସୀ ସେମିତି ଶୟନ ବିଳାସୀ ମଧ୍ୟ । ଶ୍ରୀମନ୍ଦିର ନିକଟରେ ଥିବା ସମୁଦ୍ର ଗର୍ଜନ ମହାପ୍ରଭୁଙ୍କ ନିଦ୍ରା ଭଙ୍ଗ କରୁଥିଲା । ତେଣୁ ମହାପ୍ରଭୁ ସାଗର ଦୁଲଣୀ ତଥା ପ୍ରାଣପ୍ରିୟା ପତ୍ନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଉଲୁଗୁଣା ଅର୍ଥାତ କଟାକ୍ଷ କରି କହିଥିଲେ, 'ବାପ ତ ଲୁଣିଆ ଯେ ଗରଜି ମରୁଥାଇ...'

ଏତିକିରେ ଅଭିମାନିନୀ ମା ଲକ୍ଷ୍ମୀ ପ୍ରଭୁ ହନୁମାନଙ୍କୁ ଶ୍ରୀମନ୍ଦିର ବେଢାରେ କାନପାତି ରହିବାକୁ ନିବେଦନ କରିଥିଲେ । କାରଣ ହନୁମାନଙ୍କ ପାଖରେ କେବଳ ସାଗର ଲଙ୍ଘିବାର କ୍ଷମତା ଥିଲା । ପ୍ରଭୁ ହନୁମାନ ଲକ୍ଷ୍ମୀ ସାଆନ୍ତାଣୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ ସମୁଦ୍ରର ଗର୍ଜନକୁ କାନପାତି ରହିଛନ୍ତି । ତେଣୁ ମନ୍ଦିର ବେଢାରେ ଥିବା ହନୁମାନଙ୍କୁ କାନପାତା ହନୁମାନ ବୋଲି କୁହାଯାଏ । କିମ୍ବଦନ୍ତୀ କହେ ଯେ, ଯଦି ବି କେବେ ସମୁଦ୍ର ଗର୍ଜନ ମେଘନାଦ ପାଚେରୀକୁ ଭେଦ କରିଯାଏ ତେବେ ହନୁମାନ ସମୁଦ୍ରକୁ ନିମିଶକେ ଶୁଖାଇ ଦେବେ ।

ସେହିପରି ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁରୁ ରକ୍ଷା କରିବା ପାଇଁ ୧୪୫୦ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ରାଜା କପିଳେନ୍ଦ୍ର ଦେବ ମେଘନାଦ ପାଚେରୀ ନିର୍ମାଣ କରିଥିଲେ । ଏହାର ଉଚ୍ଚତା ୨୨ ଫୁଟ ହୋଇ ଥିବାବେଳେ ପ୍ରସ୍ତ ସାଢେ ଛଅ ଫୁଟ ରହିଛି । ପ୍ରାଚୀରର ଅଗ୍ରରେ ସୌନ୍ଦର୍ଯ୍ୟମୟ ଗାଙ୍ଗଲା ରହିଛି । ସିଂହ ଦ୍ବାର ନିକଟ ପୂର୍ବ ପଟେ ଅଗ୍ନିକୋଣରୁ ଐଶାନ୍ୟ କୋଣ ପର୍ଯ୍ୟନ୍ତ ମେଘନାଦ ପାଚେରୀର ଦୈର୍ଘ୍ୟ ପ୍ରାୟ ୨୬୫ ଫୁଟ, ବ୍ୟାଘ୍ର ଦ୍ବାର ବା ପଶ୍ଚିମ ଦ୍ୱାର ବାୟୁ କୋଣ ପର୍ଯ୍ୟନ୍ତ ଦୈର୍ଘ୍ୟ ୬୪୫ ଫୁଟ ପର୍ଯ୍ୟନ୍ତ ଲମ୍ବ ରହିଛ ।

ମେଘନାଦ ପାଚେରୀ ଶ୍ରୀମନ୍ଦିରକୁ ଏକ ଆୟତକାର ଭାବରେ ଘେରି ରହିଛି । ସମୁଦ୍ରର ଘର ଘର ନାଦରୁ ରକ୍ଷା କରୁଥିବାରୁ ଏହାର ନାମ ମେଘନାଦ ପାଚେରୀ । ରାବଣର ପୁଅ ନାମ ମଧ୍ୟ ମେଘନାଦ । ସମୁଦ୍ରର ବିଶାଳ ଉତ୍ତାଳ ଗର୍ଜନକୁ ମନ୍ଦିର ଆଭ୍ୟନ୍ତରକୁ ପ୍ରବେଶ କରିବାକୁ ଦିଏନାହିଁ ମେଘନାଦ ପାଚେରୀ । ଏହି ମେଘନାଦ ପାଚେରୀ ସମୁଦ୍ରର ଗର୍ଜନକୁ ଶୋଷି ଦେଇଥାଏ ବୋଲି ଶ୍ରୀମନ୍ଦିର ଚୂନରା ସେବାୟତଙ୍କ ମତ । ତେବେ ଆଜି ପର୍ଯ୍ୟନ୍ତ କେବେ ହେଲେ ଶ୍ରୀମନ୍ଦିର ମଧ୍ୟକୁ ସମୁଦ୍ରର ଗର୍ଜନ ପ୍ରବେଶ କରିପାରିନଥିବା ବର୍ଣ୍ଣନା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.