ପୁରୀ: ପୁରୀ-ବାଲେଶ୍ବର ବେଳଭୂମିରେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହା ସମୁଦ୍ର ଝିଙ୍କ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ଡିଫେନ୍ସ ପ୍ରତିଷ୍ଠାନ ସମ୍ମୁଖ ବେଳାଭୂମିରେ ଏହି ଜୀବ ପଡିଥିଲା।
ଜୀବର ଆକୃତି ବିଚିତ୍ର। ପେଟୁଆ ଜୀବର ଦେହସାରା ଅସଂଖ୍ୟ କଣ୍ଟା ଭର୍ତ୍ତି ହୋଇଥିଲା। ଏହା ପଫର ଫିସ, ଗ୍ଲୋବ ଫିସ ଓ ବ୍ଲୋ ଫିସ ପ୍ରଜାତିର ବୋଲି ବିଶେଷଜ୍ଞଙ୍କ ଠାରୁ ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ