ETV Bharat / state

କେବେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା ? କ୍ୟାଲେଣ୍ଡରର ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଦ୍ଵନ୍ଦ୍ବ ଦୂର କଲେ ପଞ୍ଜିକାର - ୩୦ ତାରିଖ ନା ୩୧ ତାରିଖ

କେବେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା ? ୩୦ ତାରିଖ ନା ୩୧ ତାରିଖ ? କ୍ୟାଲେଣ୍ଡରର ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଦ୍ଵନ୍ଦ୍ବ ଦୂର କଲେ ପଞ୍ଜିକାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Aug 29, 2023, 7:46 PM IST

କେବେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା

ପୁରୀ: ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବ ୩୦ ତାରିଖ ନା ୩୧ ତାରିଖରେ ପାଳନ ହେବ ତା'କୁ ନେଇ ଉଠିଛି ଦ୍ବନ୍ଦ୍ବ । ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଥିବା ବେଳେ ଏବେ ବି ଲୋକଙ୍କ ମନରେ ଏହି ଦ୍ବନ୍ଦ୍ବ ରହିଛି । ସେପଟେ ଅଧିକ ଚିନ୍ତାରେ ପକାଉଛି କ୍ୟାଲେଣ୍ଡରର ଭିନ୍ନ ଭିନ୍ନ ତଥ୍ୟ । ତେବେ ଏ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ପଞ୍ଜିକାର ଅନାମ ଚନ୍ଦ୍ର ସାହୁ ଓ ଶ୍ରୀମନ୍ଦିର ସେବାୟତ ।

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିତ କୋହେନୂର ପ୍ରେସ୍ ସଂକ୍ଷେପ ପଞ୍ଜିକାରେ ପ୍ରକାଶିତ ହୋଇଥିବା ତଥ୍ୟକୁ ନେଇ ଉଠିଛି ଦ୍ବନ୍ଦ୍ବ । ସଂକ୍ଷେପ ପଞ୍ଜିକାରେ ପ୍ରକାଶିତ ତଥ୍ୟ ଅନୁସାରେ ଆସନ୍ତା ୩୦ ତାରିଖରେ ଗହ୍ମା ପର୍ବ, ବଳଦେବଙ୍କ ଜନ୍ମ ଓ ରକ୍ଷାବନ୍ଧନ ପାଳନ ନେଇ ଉଲ୍ଲେଖ ରହିଛି। ପରଦିନ ୩୧ ତାରିଖରେ ଗହ୍ମା ପୂର୍ଣ୍ଣିମା ପାଳନ ନେଇ ମଧ୍ୟ ଉଲ୍ଲେଖ ରହିଛି। ଏଣୁ ରକ୍ଷାବନ୍ଧନ ଏବଂ ବଳଦେବ ଜନ୍ମ ଗୋଟିଏ ଦିନରେ ଏବଂ ପରଦିନ ଗହ୍ମା ପୂର୍ଣ୍ଣିମା ଉଲ୍ଲେଖ ଥିବାରୁ ରକ୍ଷାବନ୍ଧନ ଉତ୍ସବ କେଉଁ ଦିନ ଲୋକମାନେ ପାଳନ କରିବେ ତାକୁ ନେଇ ଉଠିଛି ଦ୍ବନ୍ଦ୍ବ ।

ଏହା ବି ପଢନ୍ତୁ- ୩୧ରେ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ, ରାକ୍ଷୀ ପ୍ରସ୍ତୁତିରେ ବ୍ୟସ୍ତ ପାଟରା ବିଷୋୟୀ ସେବକ

ସେପଟେ ଶ୍ରୀମନ୍ଦିର ସେବାୟତଙ୍କ କହିବା ଅନୁଯାୟୀ ଆସନ୍ତା ୩୧ ତାରିଖ ଗୁରୁବାର ଦିନ ହିଁ ତିଥି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷାବନ୍ଧନ ଉତ୍ସବ ପାଳନ ହେବାର ବିଧି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳର ଆରାଧ୍ୟ ଦେବତା ହୋଇଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତିକୁ ଅନୁକରଣ କରି ସେହି ଦିନ ରକ୍ଷାବନ୍ଧନ ଉତ୍ସବ ପାଳନ କରିହେବ ବୋଲି କହିଛନ୍ତି ସେବାୟତ ।

ଅନ୍ୟପଟେ ପଞ୍ଜିକାର ହରିଶଙ୍କର ମିଶ୍ର କହିଛନ୍ତି, "ଶାସ୍ତ୍ରୀୟ ମତ ଅନୁଯାୟୀ ଆସନ୍ତା ୩୦ ତାରିଖ ବୁଧବାର ମଧ୍ୟାହ୍ନରେ ପୂର୍ଣ୍ଣମୀ ତିଥି ଆରମ୍ଭ ହେଉଥିବାରୁ ବିଧି ଅନୁଯାୟୀ ଲୋକାଚାର ଭିତ୍ତିରେ ସାଧାରଣତଃ ଲୋକମାନେ ଏହି ଦିନ ରକ୍ଷାବନ୍ଧନ ଉତ୍ସବ ପାଳନ କରିବା ଉଚିତ ବୋଲି କହିଛନ୍ତି ପଞ୍ଜିକାର । ସେହିପରି ଦେବାଳୟଗୁଡ଼ିକରେ ସୂର୍ଯ୍ୟୋଦୟଠାରୁ ତିଥି ପାଳନ ହେବାର ନିୟମ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷାବନ୍ଧନ ଉତ୍ସବ ୩୧ ତାରିଖ ଗୁରୁବାର ଅନୁଷ୍ଠିତ ହେବ । ଏଣୁ ସାଧାରଣ ଲୋକେ ଦ୍ବନ୍ଦ୍ବରେ ନପଡ଼ି ଶାସ୍ତ୍ରୀୟ ମତ ଅନୁସାରେ ୩୦ ତାରିଖ ବୁଧବାର ରକ୍ଷାବନ୍ଧନ ଉତ୍ସବ ପାଳନ କରିବା ଉଚିତ ।"

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିତ ପଞ୍ଜିକା ବା କ୍ୟାଲେଣ୍ଡର ଗୁଡ଼ିକରେ ପ୍ରତ୍ୟେକ ପର୍ବପର୍ବାଣୀ ପାଳନର ସଠିକ୍ ତଥ୍ୟ ରଖାଯିବାର ଆବଶ୍ୟକତା ରହିଛି। ଲୋକଙ୍କୁ ବିଭ୍ରାନ୍ତ ନକରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେଇ ପଞ୍ଜିକାରଙ୍କ ସହ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପଞ୍ଜିକାର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.