ETV Bharat / state

ରାଧାଦାମୋଦର ବେଶରେ ଶ୍ରୀଜିଉ - ଶ୍ରୀମନ୍ଦିରରେ ଆଜିଠାରୁ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀମନ୍ଦିରରେ ଆଜିଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଯାଇଛି । ରତ୍ନ ସିଂହାସନରେ ରାଧା ଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଅଧିକ ପଢନ୍ତୁ...

ଆଜିଠୁ ଆରମ୍ଭ ହେଲା ମହାପ୍ରଭୁଙ୍କ ରାଧାଦାମୋଦର ବେଶ

author img

By

Published : Oct 16, 2021, 1:42 PM IST

ପୁରୀ: ଶ୍ରୀମନ୍ଦିରରେ ଆଜି ଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଯାଇଛି । ରତ୍ନ ସିଂହାସନରେ ରାଧା ଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଆଶ୍ବିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧା ଦାମୋଦର ବେଶ କରାଯାଇଥାଏ। କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି। ଶ୍ରୀମନ୍ଦିର ସ୍ବତଲିପି ଅନୁଯାୟୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ଠାକୁରମାନେ ଏହି ବେଶରେ ବାଳଭୋଗ ପର୍ଯ୍ୟନ୍ତ ରୁହନ୍ତି । ଏହି ସମୟରେ ଗୋପୀମାନେ କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ପୂଜା କରନ୍ତି ।

ତେବେ ଏହି ବେଶରେ ଲାଗିହେଉଥିବା ସୁବର୍ଣ୍ଣ ଅଳଙ୍କାରମାନ ହେଲା ସୁବର୍ଣ୍ଣ ଘାଗଡା, କଟି ଓଡିଆଣି, ଚନ୍ଦ୍ରସୁର୍ଯ୍ୟ , ଚନ୍ଦ୍ରିକା ତ୍ରିମୁଣ୍ତି , ତିଳକ , ନଳୀଭୂଜ , କୁଣ୍ତଳ, ତଡଗି । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଲାଗେ । ଫୁଲଠାରୁ ଅଧିକା ସୁବର୍ଣ୍ଣ ଅଳଙ୍କାର ଲାଗେ । ହସ୍ତରେ ନଳୀଭୂଜ ଲଗାଇଦିଆଯାଏ । ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣଦେଶରେ କୁଣ୍ତଳ, କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଲାଗିହୁଏ ।

ଏହି ସମୟରେ ବାଳଭୋଗ ହୁଏ । ତେବେ ଠାକୁରମାନେ କାର୍ତ୍ତିକ ପଞ୍ଚୁକ ସମୟରେ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଗୋଟି ବେଶ ହୁଅନ୍ତି । ସେଗୁଡିକ ହେଲା, ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଓ ରାଜରାଜେଶ୍ବର ବେଶ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.