ETV Bharat / state

ରାତି ପାହିଲେ ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ପ୍ରସ୍ତୁତି ଶେଷ

author img

By

Published : Nov 4, 2019, 7:36 PM IST

ରାତି ପାହିଲେ ଅଁଳା ନବମୀ । ଏନେଇ ପୁରୀର ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ଶେଷ ହୋଇଛି ପ୍ରସ୍ତୁତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ରାତି ପାହିଲେ ଅଁଳା ନବମୀ । ଏନେଇ ପୁରୀର ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି । ପବିତ୍ର କାର୍ତ୍ତିକ ମାସ ଅବସରରେ ଅଁଳାନବମୀ ତିଥିରେ ମା ରାଧାଙ୍କ ପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଭକ୍ତ କିପରି ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବେ ସେଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିସହ ଯେଉଁ ବିଭାଗ ଯେଉଁ ଦାୟତ୍ବ ନେଇଥିଲେ ସେମାନେ ସେମାନଙ୍କ କାର୍ଯ୍ୟ ତୁଳାଇବାରେ ଲାଗିପଡିଛନ୍ତି । ବିଶେଷ କରି ମନ୍ଦିର ଆଗରେ ଭକ୍ତଙ୍କ ସୁବିଧା ପାଇଁ ଲମ୍ବା ବ୍ୟାରିକେଡ ନିର୍ମାଣ କରାଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ଉପରେ କନା ସିଲିଂ କରାଯାଇଛି । ଏହି ବ୍ୟାରିକେଡ 5 ସହ ମିଟର କରାଯାଇଛି । ଭକ୍ତ ବ୍ୟାରିକେଡ ଦେଇ ସିଧା ସଳଖ ମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଏବଂ ପଶ୍ଚିମ ଦ୍ବାର ଦେଇ ବାହାରିଯିବେ l

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ 22 ପ୍ଳାଟୁନ ଫୋର୍ସ, ୨ଟି ଅସ୍ଥାୟୀ କ୍ୟାମ୍ପ, ଅଗ୍ନିଶମ ବିଭାଗ, ୨ଜଣ ଅତିରିକ୍ତ ଏସପି, ଏସଡିପିଓ, ଡିଏସପିଙ୍କ ସହିତ ଟ୍ରାଫିକ ଅଧିକାରୀ ରହିବେ ବୋଲି ପୁରୀ ଏସପି କହିଛନ୍ତି । ସେହିପରି ଭୋର 4ଟାରୁ ଦର୍ଶନ ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାଧାପାଦ ଦର୍ଶନ ନିମନ୍ତେ ପ୍ରସ୍ତୁତି ଶେଷBody: ଅଁଳା ନବମୀ ପାଇଁ ପୁରୀ ସାକ୍ଷୀଗୋପାଳ ର ସାକ୍ଷୀ ଗୋପୀନାଥ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି ।ରାତି ପାଇଲେ ଅଁଳା ନବମୀ , ପବିତ୍ର କାର୍ତ୍ତିକ ମାସ ଅଁଳାନବମୀ ତିଥିରେ ମା ରାଧା ଙ୍କ ପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଭକ୍ତ ମାନେ କିପିର ଶାନ୍ତି ଣୃଙ୍ଖଳାର ସହିତ ଦର୍ଶନ କରିବେ ସେଥିପାଇଁ ଦୁଇ ଦୁଇ ଥର ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁ ବିଭାଗ ଯେଉଁ ଦାୟତ୍ୱ ନେଇଥିଲେ ସେମାନେ ସେମାନଙ୍କ କାର୍ଯ୍ୟ ତୁଳାଇବାରେ ଲାଗିପଡିଛନ୍ତି । ବିଶେଷ କରି ମନ୍ଦିର ଆଗରେ ଭକ୍ତ ମାନଙ୍କ ସୁବିଧା ପାଇଁ ଲମ୍ବା ବ୍ୟାରିକେଡ ନିର୍ମାଣ କରାଯାଇଛି । ଖରାରୁ ରକ୍ଷା ପାଇବା ପାଇଁ ଉପରେ କନା ସିଲିଙ୍ଗି କରାଯାଇଛି । ଏହି ବ୍ୟାରିକେଡ 5 ସହ ମିଟର କରାଯାଇଛି । ଭକ୍ତ ମାନେ ବ୍ୟାରିକେଡ ଦେଇ ସିଧା ସଳଖ ମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର, ପଶ୍ଚିମ ଦ୍ୱାର ଦେଇ ବାହାରି ପାରିବେ l ଯାତ୍ରା ପାଇଁ ପୋଲିସ ପକ୍ଷରୁ 22 ପ୍ଳାଟୁନ ଫୋର୍ସ , ୨ ଅସ୍ଥାୟୀ କ୍ୟମ୍ପ,ଅଗ୍ନିଶମ ବିଭାଗ, ୨ଜଣ ଅତିରିକ୍ତ ଏସପି, ଏସଡିପିଓ, ଡିଏସପିଙ୍କ ସହିତ ଟ୍ରାଫିକ ଅଧିକାରୀ ମାନେ ରହିବେ ବୋଲି ପୁରୀ ଏସପି କହିଛନ୍ତି । ସେହିପରି ଭୋର4 ଟା ରୁ ଦର୍ଶନ ଆରମ୍ଭ ହେବ।
ବଇଟି- ଉମାସଙ୍କର ଦାଶ, ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.