ETV Bharat / state

ପୁନେରୁ ନିଖୋଜ ରୋଜଗାରିଆ ପୁଅ, ୬ଦିନ ହେଲା ମିଳୁନି ପତ୍ତା

ମିଳୁନି ପୁଅର ପତ୍ତା । ପୁଅ ନିଖୋଜ ହେବାର ୬ଦିନ ବିତିଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନି । ଅଧିକ ପଢ଼ନ୍ତୁ

author img

By

Published : Jul 24, 2022, 11:03 PM IST

ପୁନେରୁ ନିଖୋଜ ରୋଜଗାରିଆ ପୁଅ, ୬ଦିନ ହେଲା ମିଳୁନି ପତ୍ତା
ପୁନେରୁ ନିଖୋଜ ରୋଜଗାରିଆ ପୁଅ, ୬ଦିନ ହେଲା ମିଳୁନି ପତ୍ତା

ପୁରୀ : ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇଥିବା ରୋଜଗାରିଆ ପୁଅ ନିଖୋଜ । ନିଖୋଜ ହେବାର ଏକ ସପ୍ତାହ ବିତିଗଲାଣି । ହେଲେ ପୁଅର ଏଯାବତ କୌଣସି ସନ୍ଧାନ ମିଳିପାରିନାହିଁ । ଏହାକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ନଟରା ଗାଁରେ । ଏହି ଗାଁର ସୁନାକର ପରିଡ଼ାଙ୍କ ପୁଅ ଦୀପକ ରଞ୍ଜନ ପରିଡ଼ା ମହାରାଷ୍ଟ୍ର ପୁନେରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।

ଗତ ୧୯ ଜୁଲାଇରୁ ନିଖୋଜ ଅଛନ୍ତି ଦୀପକ । ସେହିଦିନ ସକାଳୁ ତାଙ୍କର ଆଉ ପତ୍ତା ମିଳୁନାହିଁ । ଏନେଇ ପୁନେ ସହରର ବସରାନ୍ତ୍ବଡ଼ି ଥାନାରେ ଦୀପକଙ୍କ ସାନ ଭାଇ ଅଭିଯୋଗ କରିଥିଲେ । ହେଲେ ଆଜି ଯାଏଁ ପୋଲିସ୍ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ । ସୂଚନାନୁସାରେ ଗତ ୩ମାସ ତଳେ ଦୀପକ୍ ପୁନେ ଯାଇ ସେଠାରେ ଥିବା ଗୁଲେରମ୍ୟାକ ଟାଟା ପ୍ରୋଜେକ୍ଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କ ସାନ ଭାଇ ସମେତ ଆଉ କିଛି ସାଥୀ ହୋଇ ସେଠାରେ ଏକ ଘର ଭଡ଼ା ନେଇ ରହୁଥିଲେ । ଗତ ୧୯ ତାରିଖରେ ସକାଳୁ ଘରୁ ବାହାରକୁ ଚାଲି ଯାଉଥିବା ଏକ ସିସିଟିଭି ଭିଡିଓରେ ଦେଖାଯାଇଛି । ତେବେ ସେ ୧୯ ତାରିଖ ଦୀପକଙ୍କୁ ଖୋଜାଖୋଜି କରିଥିଲେ ହେଁ ପତ୍ତା ପାଇନଥିଲେ । ଏହାପରେ ତାଙ୍କ ସାନ ଭାଇ ସମେତ ଅନ୍ୟ ସାଥୀ ମାନେ ଦୀପକ ନିଖୋଜ ନେଇ ପୁନେ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିଲେ ମଧ୍ଯ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏ ସମ୍ପର୍କରେ ନିଖୋଜ ଦୀପକ ପରିଡ଼ାଙ୍କ ବାପା ସୁନାକର ପରିଡ଼ା ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅସ୍ତରଙ୍ଗ ଥାନା ପକ୍ଷରୁ ଅନ୍ୟ ସ୍ଥାନରେ ଘଟଣା ଘଟିଥିବା ଦର୍ଶାଇ ଏତଲା ଗ୍ରହଣ କରିଲେ ନାହିଁ । ଫଳରେ ନିଖୋଜ ଦୀପକଙ୍କ ପରିବାର ଲୋକ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ରୋଜଗାରିଆ ପୁଅ ନିଖୋଜ ପରେ ଘର କିପରି ଚାଲିବ ସେନେଇ ଚିନ୍ତାରେ ପରିବାରର । ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷପ କରି ନିଖୋଜ ଦୀପକଙ୍କୁ ଠାବ କରିବାକୁ ଦୀପକଙ୍କ ବାପା ଓ ଭାଇ ଆକୁଳ ନିବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.