ETV Bharat / state

ପଶ୍ଚିମ ଦ୍ବାର ପଟୁ ଉଚ୍ଛେଦ ନେଇ ଆରମ୍ଭ ହେଲା ମାପଚୁପ

author img

By

Published : Sep 17, 2019, 5:45 PM IST

Updated : Sep 17, 2019, 8:06 PM IST

ଶ୍ରୀକ୍ଷେତ୍ରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଶ୍ରୀମନ୍ଦିରର 75 ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଏହି କ୍ରମରେ ଆଜି ପଶ୍ଚିମ ଦ୍ବାର 75 ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଉଚ୍ଛେଦ ପାଇଁ ମାପ ଚୁପ ପ୍ରକ୍ରିୟା ଆରମ୍ଭ କରାଯାଇ ସ୍ଥାନ ଚିହ୍ନଟ ଚାଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଚାଲୁଥିବା ଉଚ୍ଛେଦ କାର୍ଯ୍ୟ କିଛି ଦିନ ବନ୍ଦ ରହିଥିଲା । ପୁନର୍ବାର ଉଚ୍ଛେଦ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଜି ଠାରୁ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର 75 ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଉଚ୍ଛେଦ ପାଇଁ ମାପଚୁପ ପ୍ରକ୍ରିୟା ଆରମ୍ଭ କରାଯାଇ ସ୍ଥାନ ଚିହ୍ନଟ ହୋଇଛି । ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଚିହ୍ନଟ ପ୍ରକ୍ରିୟା ଚାଲିଛି । ଉଚ୍ଛେଦ ପାଇଁ ଚିହ୍ନଟ ହୋଇଥିବା ଜାଗା ଗୁଡିକରୁ ଲୋକଙ୍କୁ ବିସ୍ଥାପିତ କରାଯିବ । ତେବେ ବିସ୍ଥାପିତଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲାପାଳଙ୍କ ଅଫିସରେ ଏକ ସ୍ବତନ୍ତ୍ର ସେଲର ଗଠନ ହୋଇଛି ।

ସେହିପରି ପୁରୀରେ ଉଚ୍ଛେଦ ଓ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ନେଇ 5 ନୂଆ ଆଇଏଏସ ଅଫିସରଙ୍କୁ ପୁରୀ ଜିଲ୍ଲାପାଳ ବିଭିନ୍ନ ଦାୟିତ୍ବ ବଣ୍ଟନ କରିଛନ୍ତି । ନିଯୁକ୍ତ ଏହି ସ୍ବତନ୍ତ୍ର ଅଫିସରମାନେ ସିଧାସଳଖ ବିସ୍ଥାପିତଙ୍କ ସହ ଆଲୋଚନା କରି ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବେ । ଏଥିସହିତ ପୁରୀରେ ହେବାକୁ ଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ମଧ୍ୟ କରିବେ ।

ତେବେ ଶ୍ରୀକ୍ଷେତ୍ରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଏକାଧିକ ପ୍ରକଳ୍ପର ପରିକଳ୍ପନା ମଧ୍ୟ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ସ୍ଥାନୀୟ ଲୋକଙ୍କୁ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:75 ମିଟର ଉଛେଦ ନେଇ ଆରମ୍ଭ ହେଲା ମାପ ଜୁପ ପ୍ରକ୍ରିୟାBody:ଶ୍ରୀମନ୍ଦିର ର 75 ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଏବେ ବନ୍ଦ ରହିଛି। ତେବେ ଉଛେଦ କାର୍ଯ୍ୟ ପୁନର୍ବାର ଆଗେଇ ନେବା ପାଇଁ ପ୍ରଶାସନ ର ପ୍ରୟାସ ଆରମ୍ଭ ହୋଇଛି। ଆଜି ଠାରୁ ଶ୍ରୀମନ୍ଦିର ର ପଶ୍ଚିମ ଦ୍ୱାର ଅଞ୍ଚଳରେ ମପା ଜୁପା ଆରମ୍ଭ ହୋଇ 75 ମିଟର ଉଛେଦ ନେଇ ଚିନ୍ହ ଦିଆଯାଇଛି। ପୋଲିସ ଫୋର୍ସ ଉପସ୍ଥିତ ରେ ଏହି ପ୍ରକ୍ରିୟା ଚାଲିଛି। ଜାଗା ଚିନ୍ହଟ ପରେ ଉଛେଦ ଆରମ୍ଭ ହେବ। ସେହିପରି ବିସ୍ଥାପିତ ଲୋକ ଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲାପାଳ ଙ୍କ ଅଫିସ ରେ ଏକ ସ୍ୱତନ୍ତ୍ର ସେଲ ଗଠନ ହୋଇଛି। ସେହିପରି ପୁରୀ ରେ ଉଛେଦ କାର୍ଯ୍ୟ ଓ ଭିତ୍ତିଭୂମି କାର୍ଯ୍ୟ ଅଗ୍ରଗତି ନେଇ 5 ଜଣ ନୂଆ ଆଇ ଏ ଏସ ଅଫିସର ଙ୍କୁ ଜିଲାପାଳ ବିଭିନ୍ନ ଦାୟିତ୍ୱ ଦେଇ ଛନ୍ତି। ଏହି ସ୍ୱତନ୍ତ୍ର ଅଫିସର ମାନେ ସିଧାସଳଖ ବିସ୍ଥାପିତ ଙ୍କ ସହ ଆଲୋଚନା କରି ବିସ୍ଥାପିତ ଙ୍କ ସମସ୍ୟା ସମାଧାନ କରିବେ। ସେହିପରି ପୁରୀ ରେ ହେବାକୁ ଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ର ଅଗ୍ରଗତି ନେଇ ସମୀକ୍ଷା କରିବେ। ଅନ୍ୟପଟେ ବିସ୍ଥାପିତ ଲୋକେ ଶ୍ରୀମନ୍ଦିର ର ସୁରକ୍ଷା ଓ ପୁରୀ ର ବିକାଶ ପାଇଁ ସହଯୋଗ କରିବାକୁ ପୁରୀ ଜିଲାପାଳ ନିବେଦନ କରିଛନ୍ତି।

ବାଇଟ,, ବଲବନ୍ତ ସିଂ, ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଏହାର ବାଇଟ ଯାଇଛି। ଜିଲାପାଳ ଙ୍କ
Last Updated : Sep 17, 2019, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.