ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଜବରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କୋରୋନା ଟୀକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା । ଯାହାକୁ ନେଇ ସାଧାରଣରେ କୋରୋନା ବ୍ୟାପିବା ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଠାରେ ପ୍ରଶାସନ ତରଫରୁ କୋରୋନା ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ହେଲେ ଏଠାକାର ଚିତ୍ର ଯାହା ବୟାନ କରୁଛି ଯଦି କେହି ସଂକ୍ରମଣ ହୋଇ ନଥିବେ ଏଠାରୁ ନିଶ୍ଚିତ ଭାବେ ସଂକ୍ରମିତ ହୋଇ ଘରକୁ ଯିବେ ।
ଟିକା ନେବା ପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ନିମାପଡ଼ା ଏନଏସି ଅଫିସ୍ ପର୍ଯ୍ୟନ୍ତ ଲମ୍ବିଛି ଜନସାଧାରଣଙ୍କ ଲମ୍ବା ଲାଇନ । ସାମାଜିକ ଦୂରତା ନାହିଁ । ଲୋକେ ଦେହକୁ ଦେହ ଲାଗି ସକାଳ 6ଟାରୁ ଏଭଳି ପରିସ୍ଥିତିରେ ଲାଇନରେ ଅଛନ୍ତି । ଏହି ଅବ୍ୟବସ୍ଥା ପାଇଁ ଲୋକେ ଚିନ୍ତାରେ ପଡ଼ିଥିବାବେଳେ କୋରୋନାର ଦ୍ଵିତୀୟ ଲହରରେ ଟିକା ନେବା ମଧ୍ୟ ନିହାତି ଜରୁରୀ ହୋଇପଡିଛି । ଯଥାଶୀଘ୍ର ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ