ETV Bharat / state

ଏବର୍ଷ ବି ରଥ ଟାଣିବେ ସେବାୟତ, ରଥକୁ କ୍ୟାମେରା-ମୋବାଇଲ ମନା - ପୁରୀ ଛତିଶା ନିଯୋଗ ବୈଠକ

ରଥଯାତ୍ରା ନେଇ ଛତିଶା ନିଯୋଗ ବୈଠକ ଶେଷ । ୧୧ ତାରିଖ ରାତ୍ର ୭ ଟାରୁ ୧୩ ତାରିଖ ଅପରାହ୍ନ ୨ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଅଧିକ ପଢନ୍ତୁ...

puri temple meeting on famous ratha yatra
ରଥଯାତ୍ରା ନେଇ ଛତିଶା ନିଯୋଗ ବୈଠକ ଶେଷ,କଟକଣା ସହ ହେବ ଘୋଷଯାତ୍ରା
author img

By

Published : Jul 3, 2021, 10:04 PM IST

Updated : Jul 3, 2021, 10:25 PM IST

ପୁରୀ: ରଥଯାତ୍ରା ନେଇ ଛତିଶା ନିଯୋଗର ବୈଠକ ଶେଷ । ରଥଯାତ୍ରା କିଭଳି କୋଭିଡ କଟକଣାରେ ହୋଇପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛନ୍ତି । ସରକାରଙ୍କ ଦିଆଯାଇଥିବା ଏସଆରସି ଗାଇଡଲାଇନ ସହ ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ କରାଯିବ ।

ଏବର୍ଷ ବି ରଥ ଟାଣିବେ ସେବାୟତ, ରଥକୁ କ୍ୟାମେରା ମୋବାଇଲ ନେବା ମନା

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କେବଳ ସେବାୟତ ମାନେ ରଥ ଟାଣିବେ । ଅନ୍ୟକେହି ରଥ ଟାଣିବେ ନାହିଁ । ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ହେବ କୋଭିଡ୍ ଆରଟିପିସିଆର୍ ଟେଷ୍ଟ। ନେଗେଟିଭ୍ ଥିଲେ ଯାତ୍ରାରେ ସାମିଲ ହେବେ। ମାସ୍କ ଓ ଗାମୁଛା ସେବାୟତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ରଥଟାଣିବା ସମୟରେ କ୍ଳାନ୍ତ ଅନୁଭବ କଲେ ଅସ୍ଥାୟୀ ବିଶ୍ରାମ କକ୍ଷ ହେଵ। ମେଡିକାଲ ଟିମ୍ ମଧ୍ୟ ଉପଲବ୍ଧି ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପିଇବା ପାଣି ବ୍ୟବସ୍ଥା ହେବ। ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ସେବାୟତଙ୍କ ଫେରିବା ପାଇଁ ଗାଡି ବ୍ୟବସ୍ଥା ହେବ। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବଡଦାଣ୍ଡରେ 144 ଧାରା ଜାରି ହେବ। ସହରବାସୀଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଗଣମାଧ୍ୟମ ମାନଙ୍କ ପାଇଁ ପାସର ବ୍ୟବସ୍ଥା ହେବ। ରଥ ଉପରେ କୌଣସି ସେବାୟତ ଫଟୋ ଉଠାଇବେ ନାହିଁ। କ୍ୟାମେରା ମୋବାଇଲକୁ ମଧ୍ୟ ବ୍ୟାନ୍ କରାଗଲା। ବିନା କ୍ୟାମେରା ଫୋନକୁ ଅନୁମତି ରହିଛି । ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ରହିବେ। ପରବର୍ତ୍ତୀ ମିଟିଂରେ ନିର୍ଦ୍ଧାରିତ ହେବ କେତେଜଣ ସେବାୟତ ରଥ ଉପରେ ରହିବେ। ରଥଟଣା ସମୟରେ ଚତୁର୍ଦ୍ଧ ବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ଆସନ୍ତା ୧୧ ତାରିଖ ରାତ୍ର ୭ଟାରୁ ୧୩ ତାରିଖ ଅପରାହ୍ନ ୨ଟା ଯାଏଁ ୧୪୪ ଧାରା ବଲବତ୍ତର ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Jul 3, 2021, 10:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.