ପୁରୀ: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ବାରଠାରେ ବାହାର ଜିଲ୍ଲା ଏବଂ ଅନ୍ୟରାଜ୍ୟର ବ୍ୟକ୍ତିଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ତେବେ କୋଭିଡ ନିୟମ ଅନୁପାଳନ କରି ପୁରୀ ଜିଲ୍ଲାବାସିନ୍ଦା ସ୍ବର୍ଗଦ୍ବାରଠାରେ ସେମାନଙ୍କ ସମ୍ପର୍କୀୟଙ୍କ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ । ଜିଲ୍ଲା ମଧ୍ୟକୁ ଆସୁଥିବା ବାହାର ଜିଲ୍ଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସଂପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ