ETV Bharat / state

ବଦଳିବ ସ୍ବର୍ଗଦ୍ବାରର ରୂପ, ଆରମ୍ଭ ହେଲା ଉନ୍ନତିକରଣ କାର୍ଯ୍ୟ

author img

By

Published : Feb 14, 2020, 12:05 AM IST

ଆରମ୍ଭ ହୋଇଛି ପୁରୀ ସ୍ବର୍ଗଦ୍ବାରର ବିକାଶ କାର୍ଯ୍ୟ । ଏହି ଅବସରରେ ପୁରୀ ଜିଲ୍ଲାପାଳ କିଭଳି ସ୍ବର୍ଗଦ୍ବାରର ବିକାଶ ଓ ସୌନ୍ଦର୍ଯ୍ୟକରଣ ହେବ ଏବଂ ଲୋକଙ୍କ ପାଇଁ କଣ ସୁବିଧା ରହିବ ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

od_puri_swargadwara renovation work start
ବଦଳିବ ସ୍ବର୍ଗଦ୍ବାରର ରୂପ, ଆରମ୍ଭ ହେଲା ନବୀନକରଣ କାର୍ଯ୍ୟ

ପୁରୀ: ଆରମ୍ଭ ହୋଇଛି ପୁରୀ ସ୍ବର୍ଗଦ୍ବାରର ବିକାଶ କାର୍ଯ୍ୟ । ଗୁରୁବାର ପୁରୀ ଜିଲ୍ଲାପାଳ ଭୂମି ପୂଜନ କରି ସ୍ବର୍ଗଦ୍ବାରର ବିକାଶ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କିଭଳି ସ୍ବର୍ଗଦ୍ବାରର ବିକାଶ ଓ ସୌନ୍ଦର୍ଯ୍ୟକରଣ ହେବ ଏବଂ ଲୋକଙ୍କ ପାଇଁ କଣ ସୁବିଧା ରହିବ ସେ ନେଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି ।

ସ୍ଵର୍ଗଦ୍ବାରକୁ ତେଲେଙ୍ଗାନାର ମହାପ୍ରସ୍ଥାନମ ଢାଞ୍ଚାରେ ଗଢ଼ାଯିବ । ସ୍ବର୍ଗଦ୍ବାରର ନବୀକରଣ କାର୍ଯ୍ୟକୁ 6 ମାସ ଭିତରେ ଶେଷ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମହାପ୍ରସ୍ଥାନମ ଭଳି ସ୍ବର୍ଗଦ୍ବାରର ବିକାଶ ନେଇ ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ଫୋନିକ୍ସ ଫାଉଣ୍ଡେସନର କର୍ମକର୍ତ୍ତା ଓ କର୍ମଚାରୀ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତ ରହି ସ୍ଥିତି ଓ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସ୍ବର୍ଗଦ୍ବାରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5 କୋଟି ଟଙ୍କା ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।

ପୁରୀ ଜିଲ୍ଲାପାଳଙ୍କ ସୂଚନାନୁଯାୟୀ ପ୍ରଥମ ପର୍ଯ୍ୟାୟରେ 14ଟି ଶବଦାହ ପିଣ୍ଡି ନିର୍ମାଣ ହେବ । ଏହାର ନିର୍ମାଣ ସମୟରେ ସ୍ବର୍ଗଦ୍ବାର ଜାଗା ଯେଭଳି ସଙ୍କୁଚିତ ନ ହେବ ଏବଂ ଏଠାକୁ ଆସୁଥିବା ଲୋକେ ତାଙ୍କର ପ୍ରିୟ ଜନଙ୍କ ଶବ ଦାହ କରିବାରେ ଯେଭଳି ଅସୁବିଧା ନ ଭୋଗିବେ ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ । ଏଥିସହ ଆବଶ୍ୟକ ଜାଗା ମଧ୍ୟ ରହିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆଉ 14ଟି ଶବଦାହ ପିଣ୍ଡି ସହ ସ୍ବର୍ଗଦ୍ବାରର ଅନ୍ୟ ବିକାଶମୂଳକ କାର୍ଯ୍ୟ ହେବ । ବିଶ୍ରାମ ଗୃହ, ପାନୀୟ ଜଳର ବ୍ୟବସ୍ଥା, ଶୌଚାଳୟ, ପାର୍କିଂ ସମେତ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ । ତେବେ ଅଧିକ ଜାଗା ଆବଶ୍ୟକ ହେଲେ ସରକାରଙ୍କୁ ଏନେଇ ଅବଗତ କରାଯାଇ ଜମି ଅଧିକ ଅଧିଗ୍ରହଣ ମଧ୍ୟ ହେବ ।

ଅନ୍ୟପଟେ ପୁରୀ ସ୍ବର୍ଗଦ୍ବାରର ନୂଆ ରୂପ ଯେଭଳି ଲୋକଙ୍କ ନିକଟରେ ଆଦୃତ ହେବ ସେ ନେଇ ବିଶେଷ ଗୁରୁତ୍ବ ଦିଆଯାଇ କାର୍ଯ୍ୟ ହେବ । ଫୋନିକ୍ସ ଫାଉଣ୍ଡେସନର 30ଟି ମହାପ୍ରସ୍ଥାନମ ଢାଞ୍ଚାରେ ଦେଶର ବିଭିନ୍ନ ଜାଗାରେ ଶବ ସତ୍କାର ସ୍ଥାନ ନିର୍ମାଣ କରିଛି । ତେବେ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟକରଣ ଓଡିଶାର ପରମ୍ପରା ଏବଂ ମନ୍ଦିର ଶୈଳୀରେ କାରୁକାର୍ଯ୍ୟ ରହିବ । ତେବେ ସ୍ବର୍ଗଦ୍ବାରର ନବୀନକରଣ କାର୍ଯ୍ୟକୁ 6 ମାସରେ ଶେଷ କରିବା ନେଇ ଟାର୍ଗେଟ ରଖିଥିବା ଫୋନିକ୍ସ ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.