ETV Bharat / state

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ସ୍ୱତନ୍ତ୍ର ବୈଷୟିକ ଟିମ - ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି

ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ସୁରକ୍ଷାକୁ ନେଇ ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ବୈଷୟିକ ଟିମ । ଶ୍ରୀମନ୍ଦିର ମରାମତି ପାଇଁ ୫ବର୍ଷିଆ ପ୍ଲାନ୍ ପ୍ରସ୍ତୁତ ହୋଇଥିବାବେଳେ ଗୁଣ୍ଡିଚା ମନ୍ଦିରର ଜଗମୋହନ ଓ ନାଟମଣ୍ଡପ ମରାମତି କରାଯିବା ନେଇ ଟିମ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଗୁଣ୍ଡିଚା-ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ, ସ୍ଥିତି ଅନୁଧ୍ୟାନ କଲା ସ୍ବତନ୍ତ୍ର ବୈଷୟିକ ଟିମ

author img

By

Published : Oct 29, 2022, 7:02 PM IST

Updated : Oct 29, 2022, 7:50 PM IST

ପୁରୀ: ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ସ୍ବତନ୍ତ୍ର ବୈଷୟିକ ଟିମ (Puri Srimandir Technical Core Committee)। ଗୁଣ୍ଡିଚା ମନ୍ଦିରର ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯାଇଛି (Cracks on columns of Gundicha Temple)। ସେପଟେ ଆଜି ଶ୍ରୀମନ୍ଦିର ବେହରଣ ଦ୍ବାର ଓ ମୁଦଲି ଦ୍ବାର ମଝିରେ ତଥା ଜେଟିପି ଚର୍ଚ୍ଚାମାନେ ବସୁଥିବା ସ୍ଥାନରେ ପଥର ଖସିବା ପରେ ଶ୍ରୀମନ୍ଦିର ମରାମତି ନେଇ ତତ୍ପର ହୋଇଉଠିଛି ବୈଷୟିକ ଟିମ । ଶ୍ରୀମନ୍ଦିରର ମରାମତି ନେଇ ୫ ବର୍ଷିଆ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଲା ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ।

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ସ୍ୱତନ୍ତ୍ର ବୈଷୟିକ ଟିମ

ଗୁଣ୍ଡିଚା ମନ୍ଦିରର ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯାଇଛି । ଶ୍ରୀମନ୍ଦିର ବୈଷୟିକ ଟିମର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଏହି ଅନୁଧ୍ୟାନ କରାଯାଇଛି । ଟିମରେ ବିଶିଷ୍ଟ ବିଶେଷଜ୍ଞ ଏସ.କେ ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟ କମିଟି ସଦସ୍ୟ ଏନ.ସି ପାଲ, ବିନ୍ଧେଶ୍ବର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ରହିଥିଲେ । ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଥିବା ୪ଟି କଲମ ମଧ୍ୟରୁ ୩ଟି କଲମରେ ଫାଟ ସୃଷ୍ଟି ହୋଇଛି । ରଥଯାତ୍ରା ପୂର୍ବରୁ ଏହାର ସାମୟିକ ମରାମତି ହୋଇଥିଲା ।

ଏହା ବି ପଢନ୍ତୁ- ବାଣ ଭିଡିବା ବେଳେ ବିସ୍ଫୋରଣ, ଚାଲିଗଲା ଜଣଙ୍କ ଜୀବନ

ରଥଯାତ୍ରା ପରେ ଆଜି ସ୍ବତନ୍ତ୍ର ବୈଷୟିକ ଟିମ ଯାଞ୍ଚ ପରେ ପୂର୍ଣ୍ଣାଙ୍ଗ ମରାମତି ୨ମାସ ଭିତରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ନାଟମଣ୍ଡପ କଲମ, ବିମ ସହ ପିଲାର୍‌ର ମରାମତି ହେବ । ଏ ନେଇ ବରିଷ୍ଠ ବିଶେଷଜ୍ଞ ଏସ. କେ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ନାଟମଣ୍ଡପ ଓ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ନିର୍ମାଣ ଶୈଳୀ ଭିନ୍ନ ଭିନ୍ନ। ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛଡା ଅନ୍ୟ କୌଣସି ସ୍ଥାନରେ ସମସ୍ୟା ନାହିଁ ।

ଶ୍ରୀମନ୍ଦିର ମରାମତି ପାଇଁ ୫ବର୍ଷିଆ ପ୍ଲାନ୍ ପ୍ରସ୍ତୁତ:-

ଶ୍ରୀମନ୍ଦିର ପାର୍ଶ୍ଵଦେବାଦେବୀ ମନ୍ଦିରନାଟମଣ୍ଡପ ଓ ପାର୍ଶ୍ଵ ଦେବାଦେବୀ ମନ୍ଦିର ମରାମତି ପାଇଁ ୫ ବର୍ଷିଆ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଆଜି (ରବିବାର)ଅପରାହ୍ନ ସମୟରେ ଶ୍ରୀମନ୍ଦିର ଜଗମୋହନ ଦକ୍ଷିଣ ପୂର୍ବ ଦିଗ ମାଜଣା ମଣ୍ଡପ ନିକଟରେ ପ୍ରାୟ ୨୦ କିଲୋଗ୍ରାମ ଓଜନର ପଥର ଖସିଛି । ଭିତର ବେଢ଼ା କନ୍ଦିରେ ପଥର ଖସିଥିବାରୁ କାହାରି କିଛି କ୍ଷତି ହୋଇନାହିଁ । ଖସିପଡିଥିବା ପଥରଟି ପ୍ରାୟ ୧ ଫୁଟରୁ ଦେଢ଼ ଫୁଟ ଭଳି । ୪୦ ଫୁଟ ଉଚ୍ଚତାରୁ ଶ୍ରୀମନ୍ଦିର ଚର୍ଚ୍ଚା ଘର ବାହାର ପଟେ ଏହି ଅଘଟଣ ଘଟିଛି । ଏଏସଆଇ ଭୁଞ୍ଜାଇଥିବା ପଥରଟି ଖସି ପଡ଼ିଛି । ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କ ରିପୋର୍ଟ ଆଧାରରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ (ASI) ଅବଗତ କରାଯାଇଛି ।

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ବରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ASIର ଚରମ ଅବହେଳା ଓ କାର୍ଯ୍ୟ ପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ । କିଛି ଦିନ ତଳେ ଶ୍ରୀମନ୍ଦିର ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛପାର୍ଶ୍ଵରୁ ଲାଇମ ଚୂନ ପ୍ଲାଷ୍ଟର ଖସିପଡ଼ିଥିଲା । ଏବେ ପୁଣିଥରେ ଶ୍ରୀମନ୍ଦିର ଚର୍ଚ୍ଚା ଘର ବାହାର ପଟେ ପଥର ଖସିଛି । ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ଏଏସଆଇ ପକ୍ଷରୁ ଏଯାଏଁ ଅନୁଧ୍ୟାନ କରାଯାଇନାହିଁ । ପୂର୍ବରୁ ଶ୍ରୀମନ୍ଦିର ବୈଷୟିକ କୋର କମିଟି ବାରମ୍ବାର ଅନୁଧ୍ୟାନ କରି ଆବଶ୍ୟକ ମରାମତି ଓ ପଦକ୍ଷେପ ନେବାକୁ ଏଏସଆଇକୁ କହିଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରିବାକୁ କହିଛି । ତେବେ ଶ୍ରୀମନ୍ଦିର ନାଟମଣ୍ଡପ ଓ ପାର୍ଶ୍ଵଦେବାଦେବୀ ମନ୍ଦିରରେ ଆବଶ୍ୟକ ମରାମତି ପାଇଁ ୫ ବର୍ଷିଆ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ । ଉଚ୍ଚ ନ୍ୟାୟାଳୟ ମଧ୍ୟ ଶ୍ରୀମନ୍ଦିର ସଂରକ୍ଷଣ ଓ ମରାମତି ମାମଲାରେ ହସ୍ତକ୍ଷେପ କରିଛନ୍ତି । ଏଏସଆଇ ପକ୍ଷରୁ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏହା ସତ୍ତ୍ବେ ମଧ୍ୟ ଏଏସଆଇର ଅବହେଳାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Oct 29, 2022, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.