ETV Bharat / state

ଶ୍ରୀମନ୍ଦିର ଜମି ଅଧିଗ୍ରହଣ ମାମଲା: ଶୀଘ୍ର ଜମି ବିକିଲେ 10 ପ୍ରତିଶତ ଅଧିକ ଅର୍ଥ

author img

By

Published : Nov 23, 2019, 2:42 AM IST

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଜମି ଅଧିଗ୍ରହଣ ମାମଲାରେ ଡ଼ିସେମ୍ବର 2 ତାରିଖ ମଧ୍ୟରେ ଯେଉଁମାନେ ଜମି ବିକିବେ ସେମାନଙ୍କୁ ଅଧିକ 10 ପ୍ରତିଶତ ଅର୍ଥ ଦିଆଯିବ ବୋଲି ଜିଲ୍ଲାପାଳଙ୍କ ଘୋଷଣା । ଅଧିକ ପଢ଼ନ୍ତୁ...

ଶ୍ରୀମନ୍ଦିର ଜମି ଅଧିଗ୍ରହଣ ମାମଲା: ଶୀଘ୍ର ଜମି ବିକିଲେ 10 ପ୍ରତିଶତ ଅଧିକ ଅର୍ଥ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ 75 ମିଟର ସୁରକ୍ଷା ଜୋନ ଅଞ୍ଚଳରୁ ଏଯାବତ 55ଟି ପ୍ଲଟକୁ ଅଧିଗ୍ରହଣ କରିସାରିଛି ଜିଲ୍ଲା ପ୍ରଶାସନ। 185ଟି ପ୍ଲଟ ଏହି ଅଞ୍ଚଳରେ ଥିବାବେଳେ ଅନ୍ୟ ପ୍ଲଟ ଗୁଡ଼ିକ ମଧ୍ୟ ଖୁବଶୀଘ୍ର ଅଧିଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ତେବେ ଆସନ୍ତା ଡ଼ିସେମ୍ବର 2 ତାରିଖ ମଧ୍ୟରେ ଯେଉଁମାନେ ଜମି ବିକିବେ ସେମାନଙ୍କୁ ଅଧିକ 10 ପ୍ରତିଶତ ଅର୍ଥ ଦିଆଯିବ। ଏଣୁ ଯେଉଁମାନେ ଏହି ସ୍କିମର ସୁବିଧା ନେବାକୁ ଚାହୁଁଛନ୍ତି ସେମାନେ 2 ତାରିଖ ସନ୍ଧ୍ୟା ସୁଦ୍ଧା ଜମି ବିକ୍ରୟ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଅବଧି ଡ଼ିସେମ୍ବର 4 ତାରିଖ ଥିବାବେଳେ ଏବେ ଏହା ଡ଼ିସେମ୍ବର 2 ତାରିଖ ମଧ୍ୟରେ ହେବ ବୋଲି ଜଣାପଡ଼ିଛି ।

ଏହି ଅଞ୍ଚଳରେ ଥିବା ମଠ ଗୁଡ଼ିକର ପୁନଃନିବାସ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ କରାଯିବ । ତେବେ ମଠ ଗୁଡ଼ିକର ସ୍ଥାବର ସମ୍ପତ୍ତି ଶ୍ରୀମନ୍ଦିରର ହୋଇଥିବାରୁ ଏବାବଦରେ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଯିବ । ତେବେ ମଠର ନିର୍ମାଣ କୋଠା, ଦୋକାନ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପାଇଁ କ୍ଷତିପୂରଣ ଦିଆଯାଇ ଏହାର ପୁନଃନିର୍ମାଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ପ୍ରଶାସନ ସହ ଆଲୋଚନା ମାଧ୍ୟମରେ ମଠ ଜମି ଅଧିଗ୍ରହଣ ସଂପର୍କିତ ସମସ୍ତ କାର୍ଯ୍ୟ କରାଯିବ। ସେପଟେ ମଠର ଥଇଥାନ ନେଇ ପ୍ରଶାସନ ଉଦ୍ୟମ କରୁ ବୋଲି ମଠାଧୀଶ ମାନେ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ସୁରକ୍ଷା ଜୋନ ଜମି ଅଧିଗ୍ରହଣBody:ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ ମିଟର ସୁରକ୍ଷା ଜୋନ୍ ଅଞ୍ଚଳରୁ ଏଯାବତ୍ ୫୫ ଟି ପ୍ଲଟକୁ ଅଧିଗ୍ରହଣ କରିସାରିଛି ଜିଲ୍ଲା ପ୍ରଶାସନ। 185 ଟି ପ୍ଲଟ ଏହି ଅଞ୍ଚଳରେ ଥିବାବେଳେ ଅନ୍ୟ ପ୍ଲଟ ଗୁଡ଼ିକ ମଧ୍ୟ ଖୁବଶୀଘ୍ର ଅଧିଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ତେବେ ଆସନ୍ତା ଡ଼ିସେମ୍ୱର ୨ ତାରିଖ ମଧ୍ୟରେ ଯେଉଁମାନେ ଜମି ବିକିବେ ସେମାନଙ୍କୁ ଅଧିକ ୧୦ ପ୍ରତିଶତ ଅର୍ଥ ଦିଆଯିବ। ଏଣୁ ଯେଉଁମାନେ ଏହି ସ୍କିମରେ ସୁବିଧା ନେବାକୁ ଚାହୁଁଛନ୍ତି ସେମାନେ ଖୁବ୍ ଶୀଘ୍ର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଜମି ବିକ୍ରୟ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଅବଧି ଡ଼ିସେମ୍ୱର ୪ ତାରିଖ ଥିବାବେଳେ ଏବେ ଏହା ଡ଼ିସେମ୍ୱର ୨ ତାରିଖ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଏହି ଅଞ୍ଚଳରେ ଥିବା ମଠ ଗୁଡ଼ିକର ପୁନଃନିବାସ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ କରାଯିବ। ତେବେ ମଠ ଗୁଡ଼ିକର ସ୍ଥାବର ସମ୍ପତ୍ତି ଶ୍ରୀମନ୍ଦିରର ହୋଇଥିବାରୁ ଏବାବଦରେ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଯିବ। ତେବେ ମଠର ନିର୍ମାଣ କୋଠା, ଦୋକାନ ଘର, ବ୍ୟବସାୟିକ ପ୍ରତଷ୍ଠାନ ଗୁଡ଼ିକ ପାଇଁ କ୍ଷତିପୁରଣ ଦିଆଯାଇ ଏହାର ପୁନଃନିର୍ମାଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ପ୍ରଶାସନ ସହ ଆଲୋଚନା ମାଧ୍ୟମରେ ମଠ ଜମି ଅଧିଗ୍ରହଣ ସଂପର୍କିତ ସମସ୍ତ କାର୍ଯ୍ୟ କରାଯିବ। ମଠର ଥଇଥାନ ନେଇ ପ୍ରଶାସନ ଉଦ୍ୟମ କରୁ ବୋଲି ମଠାଧିଶ ମାନେ କହିଛନ୍ତି।

ବାଇଟ୍- ବଳଓ୍ୱନ୍ତ ସିଂ, ଜିଲ୍ଲାପାଳ, ପୁରୀ
ବାଇଟ୍- ନାରାୟଣ ରାମାନୁଜ ଦାଶ, ଉତ୍ତର ପାର୍ଶ୍ୱ ମଠ ମହନ୍ତ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.