ETV Bharat / state

କ୍ରୀଡା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇବ ପୁରୀ, ଉଦଘାଟନ ହେବ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ

author img

By

Published : Apr 6, 2023, 12:00 PM IST

କ୍ରୀଡ଼ା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବାକୁ ଯାଉଛି ପୁରୀ । ଖୁବଶୀଘ୍ର ଉଦଘାଟନ ହେବ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଅଧିକ ପଢନ୍ତୁ

shri jagannath cricket cricket stadium
ଖୁବଶୀଘ୍ର ଉଦଘାଟନ ହେବ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ

ପୁରୀ: କ୍ରୀଡା କ୍ଷେତ୍ରରେ ସଫଳତା ସାଉଁଟୁଛି ଓଡିଶା । କ୍ରୀଡା ପାଇଁ ଯୁବଗୋଷ୍ଠୀ ଭବିଷ୍ୟତ ପାଇଁ ବଡ ଶକ୍ତିକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଆଗକୁ କ୍ରୀଡା କ୍ଷେତ୍ରରେ ପୁରୀ ସ୍ଵତନ୍ତ୍ର ସ୍ଥାନ ପାଇବାକୁ ଯାଉଛି । ଖୁବ ଶୀଘ୍ର ପୁରୀରେ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟାଡିୟମ କାର୍ଯ୍ୟ ଜାରି ରହିଛି ।

ଶ୍ରୀକ୍ଷେତ୍ରବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି । ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ପୁରୀ ପେଣ୍ଠକଟା ଠାରେ ନିର୍ମାଣ ହୋଇଥିବା ଶ୍ରୀ ଜଗନ୍ନାଥ ଷ୍ଟାଡିଅମ ତଥା କ୍ରୀଡ଼ା କମ୍ପ୍ଲେକ୍ସ । ଶ୍ରୀ ଜଗନ୍ନାଥ ଷ୍ଟାଡିୟମରେ ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ, ଇଣ୍ଡୋର ହଲ୍ ଏବଂ ସୁଇମିଙ୍ଗ ପୁଲ୍ ନିର୍ମାଣ କରାଯାଇଛି । ଇଣ୍ଡୋର ହଲରେ ବକ୍ସିଙ୍ଗ, ରେସଲିଙ୍ଗ, ଜିମ୍ନାସିୟମ ଓ ଟେବୁଲ୍ ଟେନିସ୍ ଆଦି କ୍ରୀଡ଼ାର ସୁବିଧା ଉପଲବ୍ଧ ହେବ ।‌ ଏଥି ସହିତ 100 ସିଟ୍ ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ମଧ୍ୟ‌ ନିର୍ମାଣ କରାଯାଇଛି । ପୂର୍ବରୁ ପୁରୀ ସହରରେ ଏକ ଭଲ ଷ୍ଟାଡିୟମ ନଥିବାରୁ ଅନେକ କ୍ରୀଡ଼ାବିତ୍ ଭଲ ଅଭ୍ୟାସ ପାଇଁ ସୁଯୋଗ ପାଉନଥିଲେ । ମୁଖ୍ୟମନ୍ତ୍ରୀ କ୍ରୀଡାବିତଙ୍କ ଏହି ସମସ୍ୟା ସମାଧାନ ପାଇଁ ଏକ ଅତ୍ୟାଧୁନିକ ଷ୍ଟାଡିୟମ ଲୋକାର୍ପଣ କରିବାକୁ ଯାଉଥିବାରୁ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ । ପାଖାପାଖି ୧୪ ଏକର ଜମିରେ ୬୭ କୋଟି ଟଙ୍କା ଅଧିକ ଅର୍ଥ ବ୍ୟୟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି । କ୍ରିକେଟ ଷ୍ଟାଡିୟମରେ ରଣଜୀ ଟ୍ରଫି ଭଳି ଫାଷ୍ଟ କ୍ଲାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଦୁଇ ହଜାର ଦର୍ଶକ ଖେଳକୁ ଉପଭୋଗ କଲା ଭଳି ସୁନ୍ଦର ପାଭିଲିଅନ୍ ମଧ୍ୟ ରହିଛି । ସେହିପରି କ୍ରିକେଟ ଏକାଡେମୀର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ଓଡ଼ିଶାର ଦକ୍ଷ ଖେଳାଳିମାନେ ଏହିଠାରେ ଅଭ୍ୟାସ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ପୁରୀର କ୍ରୀଡା ସଂଗଠକ ଓ କ୍ରୀଡାବିତ୍ ମାନେ ପ୍ରଶଂସା କରିଛନ୍ତି । ଏହି କ୍ରିକେଟ ଷ୍ଟାଡିୟମ ପୁରୀକୁ କ୍ରୀଡ଼ା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବ ବୋଲି କହିଛନ୍ତି ଜିଲ୍ଲାପାଳ ।‌

ଏହା ବି ପଢନ୍ତୁ...ପ୍ରଥମ ଶ୍ରେଣୀ ନାମଲେଖା ବୟସ ଦ୍ବନ୍ଦ, ୫ରୁ ୭ ବର୍ଷ କହିଲା ଗଣଶିକ୍ଷା ବିଭାଗ

ଏହା ବି ପଢନ୍ତୁ...ଠକେଇ ମାମଲାରେ ଯୁବ ବିଜେଡି ଉପସଭାପତି ଗିରଫ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ତେବେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଲୋକାର୍ପିତ ପରେ ପୁରୀ ସହର କ୍ରିଡ଼ାକ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବ ବୋଲି ଆଶା କରାଯାଉଛି ।‌ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ 5ଟି ସଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତ କରି ଷ୍ଟାଡିୟମ କାର୍ଯ୍ୟ ସମୀକ୍ଷା କରିଥିଲେ ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.