ETV Bharat / state

ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ | ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି |

author img

By

Published : Feb 6, 2019, 9:27 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ | ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି | ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ନାଲକୋ ଜିଏମ୍, ଟୁରିଜମ ଏମଡି, ପରିଚାଳନା କମିଟି ସଦସ୍ୟ ମହିମୋହନ ତ୍ରିପାଠୀ, ପୁର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି ଓ ସେବାୟତ ପ୍ରତିନିଧି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
undefined

ଏହି ବୈଠକରେ ମୁଖ୍ୟତଃ ଶ୍ରୀମନ୍ଦିରର ଉନ୍ନୟନ ଓ ଏହାର ପ୍ରଚାର ପ୍ରସାର ଦିଗରେ ଆଲୋଚନା ହୋଇଥିଲା । ଜଗନ୍ନାଥ ବଲ୍ଲଭରେ ଚାଲିଥିବା ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଶ୍ରୀମନ୍ଦିର ଭିତରେ ନୀଳାଦ୍ରି ମ୍ୟୁଜିୟମର ଉନ୍ନତିକରଣ ନେଇ ମଧ୍ୟ ଏଠାରେ ଆଲୋଚନା ହୋଇଥିଲା । ତେବେ ଜଗନ୍ନାଥ ବଲ୍ଲଭରେ ଚାଲିଥିବା ଇଣ୍ଟରପ୍ରିଟେସନ ସେଣ୍ଟରର କାର୍ଯ୍ୟ ଆଗାମୀ ବର୍ଷେ ଭିତରେ ଶେଷ ହେବ ନେଇ ବୈଠକରେ ସୂଚନା ଦିଆଯାଇଥିଲା ।

ଏହି ଇଣ୍ଟରପ୍ରିଟେସନ ସେଣ୍ଟରରେ ଶ୍ରୀମନ୍ଦିରର ଇତିହାସ, ପରମ୍ପରା, ସଂସ୍କୃତି, ସାହିଯାତ ସମେତ ବିଭିନ୍ନ ବେଶ ସ୍ଥାନିତ ହେବ । ଏଥିରେ ଯେଭଳି କୌଣସି ତୃଟି ନ ରହେ ସେଥିପାଇଁ ଏକ ସବ୍‌-କମିଟି ମଧ୍ୟ ଗଠନ ହୋଇଛି ବୋଲି ଗଜପତି ଓ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ଏଥିସହ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଭିତରେ ଥିବା ନୀଳାଦ୍ରି ମ୍ୟୁଜିୟମର ଉନ୍ନତୀକରଣ ଶେଷ ହେବା ନେଇ ସୂଚନା ଦେଇଥିଲେ ଗଜପତି ।

ଅନ୍ୟପଟେ ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାରେ ୨୨ରୁ ନୂଆ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଶ୍ରୀମନ୍ଦିରକୁ ଆସି ସେ ସ୍ଥିତି ସମୀକ୍ଷା ପରେ ସୁପ୍ରିମକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ନ୍ୟୁଜ୍‌  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.