ETV Bharat / state

ଶରଣ ଶୀକ୍ଷେତ୍ର ଢେଙ୍କାନାଳରେ ଦାରୁ ଚୟନ ବିଧି, ବିରୋଧ କଲେ ସେବାୟତ - ଦଇତାପତି ନିଯୋଗର ଆନ୍ଦୋଳନ

ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳ ଠାରେ ନୂତନ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପରେ ଦାରୁ ଚୟନ ନୀତିକୁ ହୋଇଛି ବିରୋଧ । ମହାପ୍ରଭୁଙ୍କ ମୂଳ ପୀଠ ଶ୍ରୀକ୍ଷେତ୍ର ଛଡା ଏହା ଅନ୍ୟ କୌଣସି ସ୍ଥାନରେ ଗ୍ରହଣୀୟ ନୁହେଁ ବୋଲି ଦଇତାପତି ନିଯୋଗ କହିଛି । ଅଧିକ ପଢନ୍ତୁ

ଶରଣ ଶୀକ୍ଷେତ୍ର ଢେଙ୍କାନାଳରେ ଦାରୁ ଚୟନ ବିଧି, ବିରୋଧ କଲେ ସେବାୟତ

author img

By

Published : Mar 28, 2022, 2:17 PM IST

Updated : Mar 28, 2022, 9:39 PM IST

ପୁରୀ: ଶରଣ କ୍ଷେତ୍ର ଢେଙ୍କାନାଳରେ ଦାରୁ ଚୟନ ବିଧିକୁ ବିରୋଧ କରିଛନ୍ତି ସେବାୟତ । ଢେଙ୍କାନାଳରେ ନୂତନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଏଠାରେ ଶ୍ରୀମନ୍ଦିରର ପରି ଦାରୁ ଚୟନ ନୀତି ପାଳନକୁ ନେଇ ସୃଷ୍ଟି ହୋଇଛି ବିବାଦ । ମହାପ୍ରଭୁଙ୍କ ମୂଳ ପୀଠ ଶ୍ରୀକ୍ଷେତ୍ର ଛଡା ଏହା ଅନ୍ୟ କୌଣସି ସ୍ଥାନରେ ଗ୍ରହଣୀୟ ନୁହେଁ ବୋଲି ଦଇତାପତି ନିଯୋଗ କହିଛି ।

ଶରଣ ଶୀକ୍ଷେତ୍ର ଢେଙ୍କାନାଳରେ ଦାରୁ ଚୟନ ବିଧି, ବିରୋଧ କଲେ ସେବାୟତ

ମହାପ୍ରଭୁଙ୍କ ନୀତିକାନ୍ତି ସବୁ କିଛି ଶାସ୍ତ୍ରନୁମୋଦିତ ଅନୁଯାୟୀ ତିଥୀ ବାର ହୋଇ ଥାଏ । କିନ୍ତୁ ଏହି ନୀତିକୁ ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳରେ ଅସମୟରେ ତଥା ମହାପ୍ରଭୁଙ୍କ ସଂସ୍କୃତିକୁ କଦର୍ଥ କରି ପାଳନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି କାର୍ଯ୍ୟରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଶ୍ରୀମନ୍ଦିର ଦଇତାପତି ସେବାୟତ ନିଯୋଗ ଦାବି କରିଛି । ମହାପ୍ରଭୁଙ୍କ ଦାରୁ ଚୟନ ନୀତି ସ୍ବତନ୍ତ୍ର । ଏହା ଏକ ଗୁପ୍ତ ସେବା । କିନ୍ତୁ ଶରଣ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର କରିଥିବା କମିଟି କିଭଳି ସେଠାରେ ଏହି ନୀତି ପାଳନ କରୁଛି ସେ ନେଇ ଦଇତାପତି ନିଯୋଗ ପ୍ରଶ୍ନ କରିଛି ।

ମହାପ୍ରଭୁଙ୍କ ସଂସ୍କୃତି ପ୍ରଚାର ପ୍ରସାର ନେଇ କୌଣସି ମନା ନାହିଁ । ହେଲେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଭୁଲ ଭାବେ ପାଳନ କରିବା ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ । ଯାହାକି ଗ୍ରହଣୀୟ ନୁହେଁ । ତେବେ ଏ ନେଇ ପୁରୀ ସିଂହଦ୍ବାର ଥାନାରେ ମଧ୍ୟ ଏତଲା ହୋଇଛି । ଦଇତାପତି ସେବାୟତ ଜଗଦୀଶ ଦାସ ମହାପାତ୍ର ଏହି ଏତଲା ଦେଇଥିବା ବେଳେ ଜଗନ୍ନାଥ ସଂସ୍କୃତିକୁ ଅପମାନ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଦର୍ଶାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 28, 2022, 9:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.