ETV Bharat / state

ସତ୍ୟବାଦୀ ଥାନା ଏଏସଆଇ ନିଲମ୍ବିତ

ନିଲମ୍ବିତ ହେଲେ ସତ୍ୟବାଦୀ ଥାନା ଏଏସଆଇ ବଟକୃଷ୍ଣ ସାହୁ । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଏଏସଆଇ ବଟକୃଷ୍ଣ ସାହୁଙ୍କୁ ନିଲମ୍ବିତ କରିଛନ୍ତି ପୁରୀ ଏସପି ।

author img

By

Published : Nov 8, 2020, 8:30 PM IST

ସତ୍ୟାବାଦୀ ଥାନା ଏଏସଆଇ  ନିଲମ୍ବିତ
ସତ୍ୟାବାଦୀ ଥାନା ଏଏସଆଇ ନିଲମ୍ବିତ

ପୁରୀ: ମହଙ୍ଗା ପଡିଲା କର୍ତ୍ତବ୍ୟରେ ଅବହେଳା । କର୍ତ୍ତବ୍ୟରେ ଅବହେଳା ନେଇ ଆଜି(ରବିବାର) ନିଲମ୍ବିତ ହେଲେ ସତ୍ୟବାଦୀ ଥାନା ଏଏସଆଇ ବଟକୃଷ୍ଣ ସାହୁ । ଆକ୍ସନ ମୁଡରେ ପୁରୀ ଏସପି ଅଖିଳେଶ୍ବର ସିଂ । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଏଏସଆଇ ବଟକୃଷ୍ଣ ସାହୁଙ୍କୁ ନିଲମ୍ବିତ କରିଛନ୍ତି ପୁରୀ ଏସପି ।

ସୂଚନା ଅନୁଯାୟୀ,ଏକ ଗାଡି ଦୁର୍ଘଟଣା ମାମଲାରେ ଇନ୍ସୁରାନ୍ସ ଟଙ୍କା ହଡପ ପାଇଁ କାଗଜପତ୍ରରେ ଆଉ ଏକ ଗାଡିର ନଂ ଦର୍ଶାଇଥିଲେ ଏଏସଆଇ ବଟକୃଷ୍ଣ । ଏଭଳି ବେନିୟମ କାର୍ଯ୍ୟ ସମ୍ପର୍କରେ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏସପି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ସତ୍ୟାସତ୍ୟ ଜାଣିବା ପରେ ରବିବାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଖିଳେଶ୍ବର ସିଂ ।

ପୂର୍ବରୁ ମଧ୍ୟ ଏଏସଆଇ ବଟକୃଷ୍ଣଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ହୋଇଆସୁଥିଲା । ଅନ୍ୟପଟେ କର୍ତ୍ତବ୍ୟରେ ଅବହେଳା ଓ ଦୁର୍ନୀତିଖୋର ପୋଲିସ କର୍ମଚାରୀଙ୍କୁ ସାବାଡ କରିବା ପାଇଁ ପୁରୀ ଏସପି କଡା ପଦକ୍ଷେପ ନେଉଛନ୍ତି । ଏକ ସପ୍ତାହ ଭିତରେ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଏସପି ।

କର୍ତ୍ତବ୍ୟରେ ଅବହେଳା କରି ବିଭିନ୍ନ ସମୟରେ ପୁଲିସ ନିୟମର ଖୋଲା ଉଲ୍ଲଂଘନ ସାଙ୍ଗକୁ ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ଅଭିଯାେଗରେ କୋଣାର୍କ ଥାନା ଏସଆଇ ଦିଲ୍ଲୀପ କୁମାର ବେହେରାଙ୍କୁ 4 ତାରିଖରେ ନିଲମ୍ବିତ କରିଥିଲେ ପୁରୀ ଏସପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.