ETV Bharat / state

ତିନି ରଥର ଚାଲିଛି ପାରା ଭାଡି ନିର୍ମାଣ କାର୍ଯ୍ୟ

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ତିନି ରଥ ନିର୍ମାଣ ଆଗେଇ ଚାଲିଛି । ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ବିଳମ୍ବ ହୋଇଥିଲେ ମଧ୍ୟ ସଠିକ ସମୟରେ ଯେତିକି କାର୍ଯ୍ୟ ସରିବା କଥା ତାହା ବହୁ ପୂର୍ବରୁ ସରିଛି । ଏ ନେଇ ତାଳଧ୍ବଜ ରଥର ମୁଖ୍ୟ ବିଶ୍ବକର୍ମା ଓ ରୂପକାର ସେବକ କହିଛନ୍ତି ।

author img

By

Published : Jun 7, 2020, 3:55 PM IST

puri-ratha-yatra-update
ତିନି ରଥର ଚାଲିଛି ପାରା ଭାଡି ନିର୍ମାଣ କାର୍ଯ୍ୟ

ପୁରୀ:ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ତିନି ରଥ ନିର୍ମାଣ ଆଗେଇ ଚାଲିଛି । ଶ୍ରୀଗୁଣ୍ଡିଚା ଯାତ୍ରା ପାଖେଇ ଆସୁଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ମଧ୍ୟ ଦୃତ ଗତିରେ ଚାଲିଛି ।

ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଛି । ରଥ ନିର୍ମାଣରେ 12 ଦିନ ବିଳମ୍ବିତ ହୋଇଥିଲେ ମଧ୍ୟ ସଠିକ ସମୟରେ ଯେତିକି କାର୍ଯ୍ୟ ସରିବା କଥା ତାହା ବହୁ ପୂର୍ବରୁ ସରିଛି । ବିଶେଷ କରି ତିନି ରଥର ଏବେ ପୋଟଳ,ପାରାଭାଡ଼ି କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ତିନି ରଥର 4 ନାହାକା ସମେତ ଛ କାଠ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସରିଛି । କନିଆ ପଟା, ହସଁ ପଟା,ପାର୍ଶ୍ଵ ଦେବତା,ସଖୀ,କନକ ମୁଣ୍ଡି ଆଦି ପ୍ରମୁଖ କାର୍ଯ୍ୟ ବାକି ରହିଛି । ଯାହାକି ନେତ୍ରୋତ୍ସବ ପୂର୍ବରୁ ସରିବ ବୋଲି ତାଳଧ୍ବଜ ରଥର ମୁଖ୍ୟ ବିଶ୍ବକର୍ମା ନରସିଂହ ମହାରଣା ପ୍ରକାଶ କରିଛନ୍ତି । ସକାଳ 9 ଟା ରୁ ରାତି 9 ଟା ପର୍ଯ୍ୟନ୍ତ ରଥ ଖଳାରେ କାର୍ଯ୍ୟ ଚାଲିଛି ।

ସେପଟେ ରୂପକାର ସେବକମାନେ ନାଟ ଗୋଡ଼, ମୁହାଟି, କାର୍ଯ୍ୟ ଆଗେଇ ନେଉଛନ୍ତି । ସିଂହାସନ,ପଟା ଗୁଜ,ପ୍ରଭା କାର୍ଯ୍ୟ ଆଗକୁ ରହିଛି । 21 ଜଣ ରୂପକାର ସେବକ ରଥ ନିର୍ମାଣରେ ମଧ୍ୟ ଲାଗିଛନ୍ତି । ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ନିଶ୍ଚିତ ହେବ ବୋଲି ସେମାନେ ଆଶା ରଖିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.