ETV Bharat / state

ସ୍ନାନ ପୂର୍ଣ୍ଣିମା: SOP ଜାରି କଲା ପୁରୀ ପୋଲିସ

author img

By

Published : Jun 19, 2021, 8:55 PM IST

ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ SOP ଜାରି କରିଛି । ଅଧିକ ପଢନ୍ତୁ...

ସ୍ନାନ ପୂର୍ଣ୍ଣିମା: SOP ଜାରି କଲା ପୁରୀ ପୋଲିସ
ସ୍ନାନ ପୂର୍ଣ୍ଣିମା: SOP ଜାରି କଲା ପୁରୀ ପୋଲିସ

ପୁରୀ: ଆସନ୍ତା 24 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା । ତେବେ ସ୍ନାନ ପୂର୍ଣ୍ଣିମା ଶୃଙ୍ଖଳିତ ଭାବରେ ଶେଷ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥିଲାଗି ଶନିବାର ପୋଲିସ ପକ୍ଷରୁ SOP ଜାରି କରାଯାଇଛି ।

ପୁରୀ ସହରକୁ 6ଟି ଯୋନରେ ବିଭକ୍ତ କରାଯାଇଛି। 35 ପ୍ଲାଟୁନ ପୋଲିସ ଫୋର୍ସ , 530 ହୋମ ଗାର୍ଡ , 160 ଜଣ SI , ASI ରାଙ୍କର ଅଧିକାରୀ, 44 ଇନ୍ସପେକ୍ଟର, 6 ଜଣ ଅତିରିକ୍ତ ଏସପି ରାଙ୍କର ଅଧିକାରୀ ନିୟୋଜିତ ହେବେ। ପୁରୀ ସହରର ବିଭିନ୍ନ ପ୍ରବେଶ ପଥରେ ପୋଲିସ ଫୋର୍ସ ଉପସ୍ଥିତ ରହିବେ। କଟକଣା ଅଞ୍ଚଳରେ ପ୍ରବେଶ ନେଇ ସିସିଟିଭି ମାଧ୍ୟମରେ ନଜର ରଖାଯିବ। ପାସ ନ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାକୁ ସିଲ କରାଯିବ। ମାର୍କେଟ ଛକ, ମୋଚି ସାହି ଛକ, ସୋଲାଖିଆ ବର ଗଛ ଛକ, ବୃଷଭ ଛକ ପଟୁ କୌଣସି 4 ଚକିଆ ଯାନ ପ୍ରବେଶ ଅନୁମତି ଦିଆଯିବ ନାହିଁ । କୋଭିଡ ଗାଇଡ଼ ଲାଇନ ପାଳନ କଡାକଡି ହେବ। ସେହିପରି କୌଣସି ଜରୁରୀ କାର୍ଯ୍ୟ ତଥା ମେଡିକାଲ ଯିବା ନେଇ ଆବଶ୍ୟକ ବ୍ୟବସ୍ଥା ହୋଇଛି। ଫଳରେ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ତେବେ ପୁରୀ ସିଟି DSP ଜନାର୍ଦ୍ଦନ ପାଢ଼ୀଙ୍କୁ 9438916559 ନମ୍ବରରେ ଲୋକମାନେ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯୋଗାଯୋଗ କରିପାରିବେ। ତେବେ ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି ପୁରୀ SP କେ ବିଶାଳ ସିଂ। ଏ ନେଇ ଏକ ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏକ ପ୍ରେସ ରିଲିଜରେ ପୁରୀ ଏସପି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.