ପୁରୀ: ଧଳା ଜହର କବଳରେ ରାଜ୍ୟ । ରାଜ୍ୟରେ ବଢୁଛି ଧଳାଜହର କାରବାର । ପୁରୀ କୁମ୍ଭାରପଡା ଥାନା ପୋଲିସ ସୋମବାର 30ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଘଟଣାରେ ପାଞ୍ଚଜଣଙ୍କୁ ଗିରଫ କରିଛି ।
ସୂଚନାନୁସାରେ,ବ୍ରହ୍ମପୁରରେ ବ୍ରାଉନ ସୁଗାର କାରବାର କରୁଥିବା ଦୁଇଜଣ ବ୍ୟବସାୟୀ ପୁରୀରେ ଦୁଇଜଣ ବେପାରୀଙ୍କୁ ବ୍ରାଉନ ସୁଗାର ଦେବା ପାଇଁ ଏକ କାର ଯୋଗେ ଆସୁଥିଲେ । ଯାହାର ଖବର କୁମ୍ଭାରପଡା ପୋଲିସକୁ ମିଳି ସାରିଥିଲା । ବ୍ୟବସାୟୀଙ୍କ ଯୋଜନାକୁ ପଣ୍ଡ କରିବାକୁ ପୋଲିସ ଦେବୀ ଘାଟି ନିକଟରେ ଜଗି ରହିଥିଲା । ଏହା ପରେ ସେମାନଙ୍କଠାରୁ 257ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ସେମାନଙ୍କଠାରୁ ଗୋଟିଏ ବାଇକ ଓ ଗୋଟିଏ କାର ଜବତ କରିଛି । ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ପ୍ରାୟ 30ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଘଟଣାରେ ଗିରଫ ହୋଇଥିବା ପାଞ୍ଚଜଣ ଅଭିଯୁକ୍ତ ହେଲେ,ବ୍ରହ୍ମପୁରର ସଂଗ୍ରାମ କେଶରୀ ପଟ୍ଟନାୟକ ,ସଦାନନ୍ଦ ନାମକ ଓ ପୁରୀର ରବି ମହାନ୍ତି ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦେଇ ଅନ୍ୟଜଣେ ହେଲେ ରମଣି ମଲ୍ଲିକ । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ