ETV Bharat / state

ପୁରୀ ପୋଲିସର ସ୍କାନରରେ ନିଶା ମାଫିଆ, ୪ଜଣ ବ୍ରାଉନ ସୁଗାର ବେପାରୀ ଗିରଫ

author img

By

Published : Feb 4, 2023, 11:00 PM IST

ନିଶା ବେପାରୀଙ୍କ ଆଡ୍ଡା ପାଲଟିହାରେ ଲାଗିଛି ପୁରୀ । ନିଶା ମାଫିଆଙ୍କ ଉପରେ ଲଗାମ କଷିବା ପାଇଁ ପୁରୀ ପୋଲିସର କଡ଼ା ପଦକ୍ଷପ ଗ୍ରହଣ କରୁଛି । ଅଧିକ ପଢ଼ନ୍ତୁ

ବ୍ରାଉନ ସୁଗାର ମାଫିଆଙ୍କ ଉପରେ ପୁରୀ ପୋଲିସର କଡ଼ା ନଜର

ପୁରୀ : ବ୍ରାଉନ ସୁଗାର ମାଫିଆଙ୍କ ଉପରେ ପୁରୀ ପୋଲିସର କଡ଼ା ନଜର। ପୁରୀ ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ୪ ବ୍ରାଉନ ସୁଗାର ମାଫିଆ । ଗତକାଲି ବାସେଳୀ ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ଼ର ଷଣ୍ଢ ଜାଗା ନିକଟରୁ ୪ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳାଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୨୫୬ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ କହିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜଙ୍କିଆର ପ୍ରମୋଦ କୁମାର ବେହେରା ଓ ଅଜୟ କୁମାର ମହାପାତ୍ର। ସେହିପରି ଦୁଇ ମହିଳା ଅଭିଯୁକ୍ତ ହେଉଛନ୍ତି ପୁରୀ ଗୁଡିଆ ସାହିର ପ୍ରତୀମା ଚୌଧୁରୀ ଓ ଅନୁଗୁଳ ଛେଳିଆ ପଡାର ପିଙ୍କି ଷଡ଼ଙ୍ଗୀ। ଖୋର୍ଦ୍ଧାର‌ ଦୁଇ ଅଭିଯୁକ୍ତ ଅଜୟ ଏବଂ ପ୍ରମୋଦ ବ୍ରାଉନ ସୁଗାର ଆଣି ପୁରୀରେ ରହୁଥିବା ଦୁଇ ମହିଳା ପିଙ୍କି ଓ ପ୍ରତିମାକୁ ଧଳାଜହର ବିକ୍ରି ପାଇଁ ପୁରୀରେ ଯୋଗାଉଥିଲେ ।

ଏପଟ ପୁରୀ ପୋଲିସ ବ୍ରାଉନ ସୁଗାର ମାଫିଆଙ୍କୁ ଧରି ବାଃ ବାଃ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ସେପଟେ ପୁରୀ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ସମୁଦ୍ର କୂଳ ଅଞ୍ଚଳରେ ଖୁଲମଖୁଲା ବିକ୍ରି ହେଉଛି ବିଭିନ୍ନ ନିଶା ସାମଗ୍ରୀ। ନିଶାଖୋର ମାନେ କୋରେକ୍ସ, ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ ସହ‌ ନିଶା ବଟିକା ଖୁଆଇ ପର୍ଯ୍ୟଟକ ଓ ସହରବାସୀଙ୍କ ଠାରୁ ବିଭିନ୍ନ ସମୟରେ ଲୁଟପାଟ କରୁଛନ୍ତି । ଫଳରେ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ସମୁଦ୍ରକୂଳ ଅଞ୍ଚଳ ଏବେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ।

ଏଣୁ ବିଭିନ୍ନ ଥାନା ପକ୍ଷରୁ କଡାକଡି ପାଟ୍ରୋଲିଙ୍ଗ ସହ ଉକ୍ତ ସ୍ଥାନ‌ ଗୁଡିକରେ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ଓ ଆଇନଜୀବୀ । ମାଫିଆଙ୍କୁ ଧରିବା ପାଇଁ ପୁରୀ ସହରରେ ବିଭିନ୍ନ ସାହିର ମହିଳାମାନଙ୍କୁ ନେଇ ମାତୃଶକ୍ତି ନାମକ ଏକ ସାମାଜିକ ଅନୁଷ୍ଠାନ ଆରମ୍ଭ କରିଛି ପୋଲିସ। ଯେଉଁ ସ୍ଥାନରେ ନିଶା କାରବାର ହେଉଛି ମାତୃଶକ୍ତିରେ ଥିବା ମହିଳା ସ୍ବେଚ୍ଛାସେବୀ ମାନେ ପୋଲିସକୁ ଖବର କରିବା ପରେ ନିଶା ମାଫିଆଙ୍କୁ ଧରୁଛି ପୁରୀ ପୋଲିସ। ତେବେ ଜନସାଧାରଣଙ୍କ ସହଯୋଗ ମିଳିଲେ ହିଁ ସହରରେ ନିଶା କାରବାରକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.