ETV Bharat / state

ପ୍ରଥମ ଦିନରୁ ହିଁ କାର୍ଯ୍ୟରେ ଲାଗିପଡିଲେ ପୁରୀ ଜିଲ୍ଲାପାଳ

ପୁରୀର ନୂଆ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ବଲବନ୍ତ ସିଂ । ନିଜ ଦାୟିତ୍ବ ବହନ କରିବା ପରେ ଲାଗିପଡିଛନ୍ତି ନିଜ କାର୍ଯ୍ୟରେ । ଲୋକଙ୍କ ନିକଟରେ କିଭଳି ଭଲରେ ରିଲିଫ ପହଞ୍ଚିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସେ ।

author img

By

Published : May 8, 2019, 1:51 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁରୀର ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ବଲବନ୍ତ ସିଂ । ନିଜ ଦାୟିତ୍ବ ବହନ କରିବା ପରେ ଲାଗି ପଡିଛନ୍ତି ନିଜ କାର୍ଯ୍ୟରେ । ଲୋକଙ୍କ ନିକଟରେ କିଭଳି ଭଲରେ ରିଲିଫ ପହଞ୍ଚିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସେ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ପରିବାରକୁ 3 ଦିନ ଭିତରେ 50 କେଜି ଚାଉଳ ଯୋଗାଇ ଦିଆଯିବ । ସେହିପରି ପାନୀୟ ଜଳ ଓ ମୋବାଇଲ ସେବାକୁ ପୂର୍ବୋପରି ସଚଳ କରିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏକ ସପ୍ତାହ ଭିତରେ ପୁରୀରେ ମୋବାଇଲ ସେବା ଠିକ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ବିଦ୍ୟୁତ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ସଠିକ୍‌ କରିବାକୁ ଅଧିକ ସମୟ ଲାଗିପାରେ ବୋଲି ସେ କହିଛନ୍ତି ।

ତେବେ କେତେକ ଜାଗାରେ ରିଲିଫ ଗାଡିକୁ ଅଟକା ଯାଉଥିବା ବେଳେ ଆଉ କେତେକ ଜାଗାରେ ଲୁଟ କରାଯାଉଛି । ଏଭଳି ପରିସ୍ଥିତିରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ପ୍ରତି ବ୍ଳକରେ ଏନଡିଆରଏଫ ଟିମ ରହି ରାସ୍ତା ସଫା କରୁଥିବା ବେଳେ ଖୁବଶିଘ୍ର ତାହା ଶେଷ ହେବ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.