ETV Bharat / state

ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପୁରୀ ସହିତ ଶ୍ରୀଜଗନ୍ନାଥ ନାମ ଯୋଡିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ଦାବି ପତ୍ର ପ୍ରଦାନ କରିଛି ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ...

author img

By

Published : Nov 9, 2021, 9:36 PM IST

Puri no change issue
Puri no change issue

ପୁରୀ: ପୁରୀ ସହିତ ଶ୍ରୀଜଗନ୍ନାଥ ନାମ ଯୋଡିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ଦାବି ପତ୍ର ପ୍ରଦାନ କରିଛି ଶ୍ରୀଜଗନ୍ନାଥ ସେନା ।

ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ ଅବା ଶ୍ରୀଜଗନ୍ନାଥ ଧାମ ପୁରୀ ରଖିବା ନେଇ ପୁରୀ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିଜେଡି ସଂଗଠନ ମୁଖ୍ୟ ପ୍ରଣବ ପ୍ରକାଶ ଦାସଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ପଦକ୍ଷେପ ନେବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ପ୍ରଣବ ପ୍ରକାଶ ଦାସ ଦାବି ପତ୍ରକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଆରାଧ୍ୟ ଦେବତା। ମହାପ୍ରଭୁଙ୍କ ଧାମକୁ ପୁରୀ ସହିତ ଶ୍ରୀଜଗନ୍ନାଥ ଯୋଡିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଜଣାଇବେ ବୋଲି କହିଛନ୍ତି ବିଜେଡି ସାଂଗଠନିକ ମୁଖ୍ୟ ।

ସେପଟେ ପୁରୀର ନାମ ପରିବର୍ତ୍ତନ ହେଉନାହିଁ। ମହାପ୍ରଭୁଙ୍କ ନାମ ପୁରୀ ସହିତ ଯୋଡା ଯିବା ନେଇ ଶ୍ରୀଜଗନ୍ନାଥ ସେନା ଦାବି କରୁଛି। ଏଣୁ ଏହାକୁ ସମସ୍ତେ ସମର୍ଥନ କରିବାକୁ ଶ୍ରୀଜଗନ୍ନାଥ ସେନା ଆହ୍ବାନ କରିଛି। ପୂର୍ବରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ 5ଟି ସଚିବଙ୍କୁ ଏ ନେଇ ଏକ ସ୍ମାରକ ପତ୍ର ମଧ୍ୟ ଦେଇଛି । ସେହିଭଳି ପୁରୀ ରେଳ ଷ୍ଟେସନର ନାମ ଶ୍ରୀଜଗନ୍ନାଥଧାମ ପୁରୀ ନାମରେ ନାମିତ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସମସ୍ତେ ଏହି କାମକୁ ସହଯୋଗ କରିବାକୁ ଶ୍ରୀଜଗନ୍ନାଥ ସେନା ଅନୁରୋଧ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.