ETV Bharat / state

ପୁରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଚିହ୍ନଟ, ଧରିବା ପାଇଁ ସ୍ବତନ୍ତ୍ର ଟିମ ଗଠିତ - puri murder case updte

ପୁରୀ ସହର ଉପକଣ୍ଠ ବଡ଼ପୋଖରୀ ଯାଗା ନିକଟରେ ଯୁବକଙ୍କୁ ହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିଛି ପୋଲିସ । ଧରିବା ପାଇଁ ଏସପିଙ୍କ ନେତୃତ୍ବରେ ଗଠିତ ହେଲା ସ୍ବତନ୍ତ୍ର ଟିମ । ଅଧିକ ପଢନ୍ତୁ..

ପୁରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଚିହ୍ନଟ, ଧରିବା ପାଇଁ ସ୍ବତନ୍ତ୍ର ଟିମ ଗଠିତ

author img

By

Published : Jul 26, 2021, 4:24 PM IST

ପୁରୀ : ବଡ଼ପୋଖରୀ ନିକଟରେ ଗତକାଲି ଯୁବକଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହୋଇଛି ପୋଲିସ । ପୁରୀ ଏସପିଙ୍କ ନେତୃତ୍ବରେ ଅଭିଯୁକ୍ତକୁ ଧରିବା ପାଇଁ ୩ଟି ଟିମ ଗଠନ କରାଯାଇଛି । ଘଟଣାସ୍ଥଳର କିଛି ଦୂରରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । ଖୁବଶୀଘ୍ର ହତ୍ୟାକାଣ୍ଡର କାରଣ ସହ ଅଭିଯୁକ୍ତକୁ ଗିରଫ କରାଯାଇ ଖୁଲାସା କରାଯିବ ବୋଲି ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।

ପୁରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଚିହ୍ନଟ, ଧରିବା ପାଇଁ ସ୍ବତନ୍ତ୍ର ଟିମ ଗଠିତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ୪ରୁ ୫ଜଣ ଦୁବୃର୍ତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା l ତାଙ୍କ ମୃତଦେହ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରଯାଇଛି l ମୃତ ବ୍ୟକ୍ତି ହେଉଛନ୍ତି ବାସେଳୀ ସାହି ଥାନା ଅନ୍ତର୍ଗତ ଓଡ଼ିଆ ମଠ ନିକଟର ୪୦ ବର୍ଷୀୟ ସୋଲ କାରିଗର ଜିତେନ୍ଦ୍ର ପୁରୋହିତ l

ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ନିକଟସ୍ଥ ବଡ଼ ପୋଖରୀ ନିକଟକୁ ଯାଇଥିଲେ । ସେହି ସ୍ଥାନ ସମ୍ମୁଖ ଗେଟ ନିକଟରେ ପୂର୍ବରୁ ଲୁଚି ରହିଥିବା ୪ ରୁ ୫ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ ଏସପି, ଅତିରିକ୍ତ ଏସପି ଓ ବାସେଳୀ ସାହି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଥିଲେ ସୁଦ୍ଧା ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସ୍ଥାନୀୟ କେତେକ ଯୁବକଙ୍କ ସହିତ ଜିତେନ୍ଦ୍ରଙ୍କ ପରିବାର ସହିତ ପୂର୍ବରୁ ଗଣ୍ଡଗୋଳ ଘଟି ଥାନାରେ ମାମଲା ମଧ୍ୟ ଚାଲିଛି l ପୂର୍ବରୁ ମଧ୍ୟ ଜିତୁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ପୂର୍ବ ଶତ୍ରୁତା କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.