ETV Bharat / state

ମୁଁ ପୁରୀବାସୀଙ୍କ ବିଧାୟକ, କୌଣସି ଦଳର ନୁହେଁ: ଜୟନ୍ତ ଷଡଙ୍ଗୀ

author img

By

Published : May 12, 2022, 4:45 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ବିଧାୟକ । ଅଧିକ ପଢନ୍ତୁ

ମୁଁ ପୁରୀବାସୀଙ୍କ ବିଧାୟକ, କୌଣସି ଦଳର ନୁହେଁ: ଜୟନ୍ତ ଷଡଙ୍ଗୀ
ମୁଁ ପୁରୀବାସୀଙ୍କ ବିଧାୟକ, କୌଣସି ଦଳର ନୁହେଁ: ଜୟନ୍ତ ଷଡଙ୍ଗୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଇନଗତ ବିବାଦ ସୃଷ୍ଟି ହୋଇ ଥିବାବେଳେ ପୁରୀ ବିଧାୟକଙ୍କ ଭିନ୍ନ ଭିନ୍ନ ମତକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକ ମହଲରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମନ୍ତବ୍ୟ କଡା ସମାଲୋଚନା କରାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସେ କେତେବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ ତ ପୁଣି କେତେବେଳେ ସମର୍ଥନ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲେ । ତେବେ ଏନେଇ ଆଜି(ଗୁରୁବାର) ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଛନ୍ତି ।

ସେ କହିଛନ୍ତି, 'କିଛି ଗଣମାଧ୍ୟମ ମୋ ମନ୍ତବ୍ୟକୁ ଭୁଲ ଭାବେ ପ୍ରସାରଣ କରୁଛନ୍ତି । ମୁଁ କେବେବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରିନାହିଁ । ଆଇନ ଅନୁଯାୟୀ ସବୁ କିଛି ହେଉ ବୋଲି ସବୁବେଳେ କହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ବ ବ୍ରହ୍ମାଣ୍ଡର ଦେବତା । ତାଙ୍କ କାର୍ଯ୍ୟରେ କେହି ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛି ।' ଏହି ମତାମତା ମୋର ରାଜ୍ୟ ସରକାରଙ୍କ ସମର୍ଥନନରେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ବିଧାୟକ କହିଛନ୍ତି ।

ବିଧାୟକ ଷଡଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁଁ ବିଧାୟକ ହେବା ପରେ ସମସ୍ତ ପୁରୀ ବାସିନ୍ଦାଙ୍କ ନେତା । କୌଣସି ଦଳର ନୁହେଁ । ପୁରୀ ସହରର ଉନ୍ନତି ପାଇଁ ସବୁବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ସବୁ ପ୍ରକଳ୍ପକୁ ସମର୍ଥନ କରୁଛି ।' ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଯେଉଁ ଆଇନଗତ ସମସ୍ୟା ସୃଷ୍ଟି ହୋଇଛି ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ସହମତିରେ କାର୍ଯ୍ୟ ସାରିବାକୁ ପୁରୀ ବିଧାୟକ କହିଛନ୍ତି । ଏପରିକି ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ସେ ଚିଠି ଲେଖିଛନ୍ତି । ଦିଲ୍ଲୀ ଯାଇ ପ୍ରକଳ୍ପକୁ ନେଇ ଥିବା ଆଇନଗତ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଫୋରମରେ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.