ETV Bharat / state

ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ

author img

By

Published : Dec 25, 2020, 4:35 PM IST

ଆସନ୍ତାକାଲିଠୁ ଡିସେମ୍ବର 31 ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀର ସ୍ଥାନୀୟ ବାସିନ୍ଦା । ଦର୍ଶନ ବ୍ୟବସ୍ଥାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ ପୁରୀବାସୀଙ୍କ ପାଇଁ ମହାପ୍ରଭୁଙ୍କ ଦୁଆର ଖୋଲା

ପୁରୀ: ଆସନ୍ତାକାଲିଠୁ (ଶନିବାର) ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀ ସ୍ଥାନୀୟ ବାସିନ୍ଦା । ଶନିବାରଠୁ ଡିସେମ୍ବର 31 ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ ସୁବିଧା ଲାଭ କରିବେ । 31 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦର୍ଶନ ବ୍ୟବସ୍ଥାରେ ପ୍ରତ୍ୟେକ ଦିନ ବିଭିନ୍ନ ଓ୍ବାର୍ଡ ବାସିନ୍ଦାକୁ ଦର୍ଶନର ସୁଯୋଗ ଦିଆଯିବ । ଆସନ୍ତାକାଲି ସାତଟି ଓ୍ବାର୍ଡ ଯଥା- 2,3,6,9,11,12,15 ନମ୍ବର ଓ୍ବାର୍ଡବାସୀ ଏହି ସୁବିଧା ପାଇପାରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାସହ ଜାନୁୟାରୀ 3ରୁ ସର୍ବସାଧରଣ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ସବୁ ଓ୍ବାର୍ଡବାସୀଙ୍କୁ ପୌରପାଳିକା ପକ୍ଷରୁ ଟୋକନ ଦିଆଯାଇଛି । ସମସ୍ତ ଭକ୍ତ ମାର୍କେଟ ଛକରୁ ବ୍ୟାରିକେଡରେ ଆସି ହାତ ସାନିଟାଇଡ କରିବା ପରେ ଦର୍ଶନ କରିବାକୁ ଯିବେ । ଦୀର୍ଘ 9 ମାସ ପରେ ପୁରୀବାସୀ ଏହି ଅପୂର୍ବ ଦର୍ଶନର ସୁଯୋଗ ପାଉଥିବାରୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ଏସଓପି ଜାରି କରିଛି । ନିୟମ ଅନୁଯାୟୀ କୌଣସି ଭକ୍ତ ମନ୍ଦିର ଭିତରକୁ କୌଣସି ଦୀପ, ଫୁଲ ନେଇ ଯାଇପାରିବେ ନାହିଁ । ସେହିପରି କୌଣସି ସ୍ଥାନକୁ ସ୍ପର୍ଶ କରିବେ ନାହିଁ । ଉତ୍ତର ଦ୍ବାର ଦେଇ ସମସ୍ତେ ପ୍ରସ୍ଥାନ କରିବେ ଏବଂ ଆନନ୍ଦ ବଜାରରେ ଭକ୍ତ ମହାପ୍ରସାଦ ସେବନ କରିପାରିବେ ନାହିଁ । ଏହି ସମସ୍ତ ଏସଓପିକୁ କାର୍ଯ୍ୟକାରୀ କରିବା ସହ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ଯାନ ପାଇଁ ଆଜି(ଶୁକ୍ରବାର) କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସପି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଭକ୍ତମାନେ ବ୍ୟାରିକେଡରେ କିଭଳି ସାମାଜିକ ଦୂରତା ରକ୍ଷା କରିବେ, ସେମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ସମୁଦାୟ 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ପୁରୀବାସୀଙ୍କ ପାଇଁ 6 ଦିନ ଧରି ଚାଲୁଥିବା ଏହି ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତଙ୍କ ଲାଗି ଆସନ୍ତା ଜାନୁୟାରୀ 3 ତାରିଖଠାରୁ ଦର୍ଶନ ବ୍ୟବସ୍ଥା କରାଯିବ । ଜାନୁଆରୀ 3 ତାରିଖରୁ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.