ETV Bharat / state

କୋରୋନାରେ ବୁଡିଲା ବେଉସା, ଶ୍ରୀମନ୍ଦିର କୁମ୍ଭାରଙ୍କ ହାତ ଖାଲି - ଶ୍ରୀମନ୍ଦିର କୁମ୍ଭାର ପରିବାର

କୋରୋନା ଲକଡାଉନ ପାଇଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ କଟକଣା ଲାଗୁ ହୋଇଛି । ଏହି ସମୟରେ ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ହେଲେ ଶ୍ରୀମନ୍ଦିରକୁ ହାଣ୍ଡି କୁଡୁଆ ଯୋଗାଉଥିବା କୁମ୍ଭାର ଏବେ ରୋଜଗାର ହରାଇ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନାରେ ବୁଡିଲା ବେଉସା
କୋରୋନାରେ ବୁଡିଲା ବେଉସା
author img

By

Published : Jul 31, 2020, 4:33 PM IST

Updated : Jul 31, 2020, 7:14 PM IST

ପୁରୀ: ବାତ୍ୟା ଫୋନି ପରେ ମହାମାରୀ କୋରୋନା ମାଡ । ବୁଡିବାକୁ ବସିଛି ପୁରୀ କୁମ୍ଭାରଙ୍କ କୌଳିକ ବୃତ୍ତି । ଫୋନି ପରେ ଅଣ୍ଟା ସଳଖି ଛିଡା ହେଉଥିଲେ । କିନ୍ତୁ କୋରୋନା ଦାଉ ପୁଣି ଥରେ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା କୁମ୍ଭାର ପରିବାର ଏବେ ନାନା ଆର୍ଥିକ ଅନଟନରେ ଗତି କରୁଛନ୍ତି । ଗୋଟିଏ ପଟେ ହାଣ୍ଡି କୁଡୁଆ ବିକ୍ରି ହୋଇ ନପାରି ଘରେ ପଡି ରହିଥିବାବେଳେ ଅନ୍ୟପଟେ କାମଧନ୍ଦା ଠପ । ଏପରି ପରିସ୍ଥିତି କିପରି ଚାଲିବ ଘର ? ତାକୁ ନେଇ ଚିନ୍ତାରେ ପୁରୀର କୁମ୍ଭାର ପରିବାର ।

କୋରୋନାରେ ବୁଡିଲା ବେଉସା , ଶ୍ରୀମନ୍ଦିର କୁମ୍ଭାର ହାତ ଖାଲି

ଶ୍ରୀମନ୍ଦିର ମହାପ୍ରସାଦ ପାଇଁ ହାଣ୍ଡି କୁଡୁଆ ଯୋଗାଉଥିବା କୁମ୍ଭାରଙ୍କ ପେଟରେ ଲାତ୍‌ ମାରିଛି କୋରୋନା । ଲକଡାଉନ ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ମନା । ଫଳରେ ଆଗ ପରି ବାହାରୁ ନାହିଁ ମହାପ୍ରସାଦ। ତେଣୁ ହାଣ୍ଡି କୁଡୁଆର ମଧ୍ୟ ଚାହିଦା କମିଛି । ଅଲୋଡା ସାଜିଛି କୁମ୍ଭାରଙ୍କ କଡୁଆ । ଯଦ୍ବାରା ରୋଜଗାର ହରାଇବାକୁ ବସିଲେଣି ପୁରୀର ଶହ ଶହ କୁମ୍ଭାର ପରିବାର । ଶ୍ରୀମନ୍ଦିର ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିବା କୁମ୍ଭାକାର ନିଶ୍ବ ହୋଇପଡିଥିବା କହିଛନ୍ତି ।

ହାଣ୍ଡି କୁଡୁଆ ବିକ୍ରି ହେଇ ନ ପାରି ଘରେ ଥାକ ମରା ଚାଲିଛି । ପ୍ରାୟ 16 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ହାଣ୍ଡିକୁଡୁଆ ଗଚ୍ଛିତ ରହିଲାଣି । ଅନ୍ୟପଟେ କାମଧନ୍ଦା ବି ଠପ ହୋଇପଡିଛି । ଏପରି ସ୍ଥିତିରେ କିପରି ପରିବାର ଚଳାଇବେ ପୁରୀର କୁମ୍ଭାର ପଡା, ଟିକର ପଡା, ନୂଆ ସାହି ଚାରି ନାଳ ଗ୍ରାମର କୁମ୍ଭାକାର ସେନେଇ ଚିନ୍ତାରେ । ଲକଡାଉନ କାରଣରୁ ସେବାୟତଙ୍କୁ ସରକାର ଆର୍ଥକ ସହାୟତା ଯୋଗାଇଛନ୍ତି । ଠିକ ସେମିତି କୁମ୍ଭାରଙ୍କୁ ମଧ୍ୟ ଆର୍ଥିକ ସହଯୋଗ ଦାବି କରି ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରାଯାଇଛି ।

ସେପଟେ ଲକଡାଉନ କେବେ ହଟିବ ଓ କେବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିବ ତାହା ମଧ୍ୟ ଅନିଶ୍ଚିତତାକୁ ଠେଲି ହୋଇଛି । ଆଗକୁ ଲକଡାଉନ ହଟିଲେ ବି ଭକ୍ତିଙ୍କ ଭିଡ ସେହି ପରି ରହିବ ନାହିଁ । ତେଣୁ ତୁରନ୍ତୁ କୁମ୍ଭାରଙ୍କୁ ସହାୟତା ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 31, 2020, 7:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.