ETV Bharat / state

ମହାପ୍ରସାଦକୁ ଅସମ୍ମାନ: ପେଜନଳା ନିକଟରେ ପଡିରହିଛି ବସ୍ତା ବସ୍ତା ଖଜା, ଭକ୍ତ ଅସନ୍ତୋଷ - puri jagannath temple

ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରର ପେଜ ନଳା ନିକଟରେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିଥିବା ଖଜା, ଜଗନ୍ନାଥ ବଲ୍ଲଭ ଏବଂ ଲୁଣି ଖଜା ପଡି ରହିଛି ।

ମହାପ୍ରସାଦକୁ ଅସମ୍ମାନ,  ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

author img

By

Published : Aug 12, 2020, 8:10 PM IST

ପୁରୀ: ମହାପ୍ରସାଦକୁ ଅସମ୍ମାନ । ତାହା ପୁଣି ଶ୍ରୀମନ୍ଦିର ନିକଟରେ। ରାସ୍ତାରେ ପଡି ରହିଛି ବସ୍ତା ବସ୍ତା ତାଳପତ୍ର କୁଡୁଆ । ଯେଉଁଥିରେ ରହିଛି ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିଥିବା ଖଜା, ଜଗନ୍ନାଥ ବଲ୍ଲଭ ଏବଂ ଲୁଣି ଖଜା। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରର ପେଜ ନଳା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମହାପ୍ରସାଦ ଭଳି ଅମୂଲ୍ୟ ଜିନିଷ ଭକ୍ତଟିଏ ସବୁ ସମୟରେ ପାଉ ନଥିବାବେଳେ ମହାପ୍ରସାଦକୁ ଏଭଳି ରାସ୍ତା ମଝିରେ ଫୋପାଡିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରାଯାଉଛି । ତେବେ ଭୋଗ ଗୁଡ଼ିକ ଖରାପ ହୋଇ ଯାଇ ଥିବା ହେତୁ ଏହାକୁ ଫିଙ୍ଗି ଦିଆଯାଇ ଥିବା କୁହାଯାଉଛି।

ମହାପ୍ରସାଦକୁ ଅସମ୍ମାନ, ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଦୀର୍ଘ ଦିନ ହେବ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନ ଥିବା ହେତୁ ଅନେକ ଭୋଗ ନଷ୍ଟ ହୋଇଯାଇଛି। ତେବେ ଏତେ ପରିମାଣରେ ମହାପ୍ରସାଦ ଭୋଗ କେଉଁ ପରିସ୍ଥିତିରେ ନଷ୍ଟ ହେଲା ଓ ନଷ୍ଟ ହେବା ପୂର୍ବରୁ ଏହାକୁ ଭକ୍ତ ମହଲରେ ବାଣ୍ଟି ଦିଆଯାଇପାରିଥାନ୍ତା ବୋଲି ଭକ୍ତ କହିଛନ୍ତି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ମୁଣ୍ଡ ନ ପୁରେଇବାରୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.