ETV Bharat / state

ପୁରୀ ଗୋଲ୍ଡେନ ବିଚକୁ ମିଳିଲା 'ବ୍ଲୁ ଫ୍ଲାଗ' ବିଚ୍‌ର ମାନ୍ୟତା - ପୁରୀ ଗୋଲ୍ଡେନ ବିଚ

ପୁରୀ ଗୋଲ୍ଡେନ ବିଚକୁ ମିଳିଲା ବ୍ଲୁ ଫ୍ଲାଗ ମାନ୍ୟତା । ଡେନମାର୍କର ଏକ ସଂସ୍ଥା ଏହି ମାନ୍ୟତା ଦେଇଛି । ଅଧିକ ପଢନ୍ତୁ...

ପୁରୀ ଗୋଲ୍ଡେନ ବିଚକୁ ମିଳିଲା 'ବ୍ଲୁ ଫ୍ଲାଗ' ବିଚ୍‌ର ମାନ୍ୟତା

author img

By

Published : Oct 11, 2020, 5:44 PM IST

ପୁରୀ: ପୁରୀ ଗୋଲ୍ଡେନ ବିଚକୁ ମିଳିଲା ବ୍ଲୁ ଫ୍ଲାଗ ମାନ୍ୟତା । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ।

ଭାରତକୁ 8ଟି ବ୍ଲୁ ଫ୍ଲାଗ ବିଚ ମାନ୍ୟତା ମିଳିଥିବା ବେଳେ ପୁରୀରେ ନିର୍ମିତ ଅତ୍ୟାଧୁନିକ ବିଚକୁ ବ୍ଲୁ ଫ୍ଲାଗ ବିଚର ମାନ୍ୟତା ମିଳିଛି । ତେବେ ଡେନମାର୍କର ଏକ ସଂସ୍ଥା ଏହି ମାନ୍ୟତା ଦେଇଥାଏ । ଏହି ମାନ୍ୟତା ଦ୍ବାରା ଉକ୍ତ ବିଚ୍‌ ମର୍ଯ୍ୟାଦା ସାରା ବିଶ୍ବରେ ସ୍ବତନ୍ତ୍ର ହୋଇଥାଏ । ତେବେ ଏହି ବ୍ଲୁ ଫ୍ଲାଗ ବିଚ ନିର୍ମାଣରେ ପୁରୀବାସୀ ସହଯୋଗ କରିଥିବା ହେତୁ ଜିଲ୍ଲାପାଳ ବଲବନ୍ତ ସିଂ ପୁରୀବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଏଥିସହିତ ଏହି ବିଚ୍‌ର ମାନକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ଲୋକଙ୍କ ଦାୟିତ୍ୱ ରହିବା ଉଚିତ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି ।

ପୁରୀ ଗୋଲ୍ଡେନ ବିଚକୁ ମିଳିଲା 'ବ୍ଲୁ ଫ୍ଲାଗ' ବିଚ୍‌ର ମାନ୍ୟତା
ପୁରୀ ଗୋଲ୍ଡେନ ବିଚକୁ ମିଳିଲା 'ବ୍ଲୁ ଫ୍ଲାଗ' ବିଚ୍‌ର ମାନ୍ୟତା
ପୁରୀ ଗୋଲ୍ଡେନ ବିଚକୁ ମିଳିଲା 'ବ୍ଲୁ ଫ୍ଲାଗ' ବିଚ୍‌ର ମାନ୍ୟତା
ପୁରୀ ଗୋଲ୍ଡେନ ବିଚକୁ ମିଳିଲା 'ବ୍ଲୁ ଫ୍ଲାଗ' ବିଚ୍‌ର ମାନ୍ୟତା

ପର୍ଯ୍ୟଟକଙ୍କ ପାଇଁ ଏହି ବିଚ ଖୋଲି ସାରିଥିବା ବେଳେ ବ୍ଲୁ ଫ୍ଲାଗ ବିଚକୁ ପ୍ରବେଶ ପାଇଁ ଟିକେଟ ବ୍ୟବସ୍ଥା ହୋଇଛି । ମାସିକ 300 ଟଙ୍କାର ପାସ ବ୍ୟବସ୍ଥା ଥିବାବେଳେ ବିଚରେ ପ୍ରବେଶ ପାଇଁ ସର୍ବନିମ୍ନ 20 ଟଙ୍କା ଟିକଟ ଦର ରହିଛି । ଟିକେଟ କାଟି ପର୍ଯ୍ୟଟକମାନେ ବ୍ଲୁ ଫ୍ଲାଗ ବିଚରେ 3 ଘଣ୍ଟା ଭ୍ରମଣ କରିପାରିବେ । ସେହିପରି ଦିନ ସାରା ବ୍ଲୁ ଫ୍ଲାଗ ବିଚରେ ଉପସ୍ଥିତ ପାଇଁ 100 ଟଙ୍କା ଟିକେଟ ଥିବାବେଳେ ପୁରୀ ବାସିନ୍ଦାଙ୍କ ପାଇଁ ଏହା 50 ଟଙ୍କା ରହିଛି । ସ୍ବର୍ଣ୍ଣାଭ ବେଳାଭୂମିରେ କରାଯାଇଛି ଇକୋ ଫ୍ରେଣ୍ଡଲି ବ୍ୟବସ୍ଥା । ଏଥିପାଇଁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ବାଉଁଶରେ ତିଆରି ହୋଇଛି ଅତ୍ୟାଧୁନିକ ଶୌଚାଳୟ ଓ ଚେଞ୍ଜିଂ ରୁମ । ସେହିପରି ବେଳାଭୂମିରେ କୁନି କୁନି ପିଲାଙ୍କ ଖେଳିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ଫିଟନେସ ପାଇଁ ରହିଛି ଜିମର ବ୍ୟବସ୍ଥା । ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା । ପର୍ଯ୍ୟଟକମାନେ ବେଳାଭୂମିରେ ମଜା ନେବା ସହ ବସିବା ପାଇଁ ହୋଇଛି ଆକର୍ଷଣୀୟ ଡିଜାଇନର ବାଉଁଶ ଚେୟାର । ଏଥିସହ ସମୁଦ୍ରର ନୀଳ ଜଳ ରାଶିର ଦୃଶ୍ୟ ଉପଭୋଗ କରିବା ପାଇଁ କରାଯାଇଛି ବମ୍ବୁ ଟାୱାର । କେବଳ ସେତିକି ନୁହେଁ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ପାଇଁ ରହିଛି ସିସିଟିଭି ବ୍ୟବସ୍ଥା ।

ଡେନମାର୍କର ଏକ ସଂସ୍ଥା 'ଫି'ର କର୍ମକର୍ତ୍ତା ପୁରୀ ଆସି ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ବିଚ୍‌ର 33ଟି ମାନଦଣ୍ଡ ପୂରଣ କରୁଥିଲେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇଥାନ୍ତି । ଡେନମାର୍କର ଫେଡେରସନ ଅଫ୍ ଏନଭରମେଣ୍ଟ ଏଜୁକେସନ ନାମକ ସଂସ୍ଥା ବିଶ୍ବରେ ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇଥାଏ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ଭାରତର ବିଭିନ୍ନ ରାଜ୍ୟର ସମୁଦ୍ର ଉପକୂଳରେ 8ଟି ବ୍ଲୁ ଫ୍ଲାଗ ବିଚ ପ୍ରୋଜେକ୍ଟ ଏହି ମାନ୍ୟତା ହାସଲ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.