ETV Bharat / state

Cyclone Jawad Update; ଚାଷୀଙ୍କୁ ବାତ୍ୟା ଭୟ, ଉଜୁଡିପାରେ ସୁନାର ଫସଲ - brahmagiri farmers worried for cyclone

ମାଡି ଆସୁଛି ସାମ୍ଭାବ୍ୟ ବାତ୍ୟା ଜୱାଦ । ଯାହାକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଚାଷୀ ମାନଙ୍କ ମନରେ ଛନକା ପଶିଛି । ଅଧିକ ପଢନ୍ତୁ

ସାମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ଚାଷୀ: ଉଜୁଡିପାରେ ସୁନାର ଫସଲ

author img

By

Published : Dec 2, 2021, 4:27 PM IST

ବ୍ରହ୍ମଗିରି: ମାଡି ଆସୁଛି ସାମ୍ଭାବ୍ୟ ବାତ୍ୟା ଜୱାଦ । ଯାହାକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଚାଷୀ ମାନଙ୍କ ମନରେ ଛନକା ପଶିଛି । ଫନି ବାତ୍ୟାର ଦୁଃଖ ଲୋକେ ନ ଭୁଲୁଣୁ ଏବେ ଆଉ ଏକ ବାତ୍ୟା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ରାଜ୍ୟରେ ସାଧାରଣତଃ ମେ’ ରୁ ଅକ୍ଟୋବର ମାସ ମଧ୍ୟରେ ବାତ୍ୟା ହୋଇଥାଏ।କିନ୍ତୁ ଚଳିତ ବର୍ଷ ଡିସମ୍ବର ମାସରେ ଆସୁଛି ଜୱାଦ । ଏହା ଶୁଣିବା ପରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ସାମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ଚାଷୀ: ଉଜୁଡିପାରେ ସୁନାର ଫସଲ

ବିଲରେ ପାଚିଲା ଧାନ । ଧାନ ଅମଳ ପାଇଁ ଲୋକ ମିଳୁ ନାହାନ୍ତି। ଏକର ଏକର ଫସଲ ପାଇଁ ହାତ ଗଣତି କେଇଟି ମେସିନ ରହିଛି। ତଥାପି ରାତି ଦିନ ଏକ କରି ଧାନ ଅମଳରେ ବ୍ୟସ୍ତ ରହିଛି ଚାଷୀ। କେଉଁଠି ପାଚିଲା ଧାନ ବିଲରେ ପଡିଛି ତ କେଉଁଠି କଞ୍ଚା ଧାନକୁ ମୁଣ୍ଡରେ ମୁଣ୍ଡାଇ ଗଦା ମାରିବାରେ ଲାଗି ପଡିଛି ଚାଷୀ। ତଥାପି ବାତ୍ୟା ଆଗରେ ହାର ମାନିନି । ଆଗେଇ ଆସିଛି ବର୍ଷକର ଫସଲକୁ ବାତ୍ୟା ଦାଉରୁ ରକ୍ଷା କରିବା ପାଇଁ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.