ETV Bharat / state

ଐତିହ୍ୟ ନଗରୀ ପାଇଁ ପ୍ରସ୍ତୁତ ହେଉଛି ପୁରୀ, ତ୍ବରାନ୍ବିତ ହେଉଛି ନିର୍ମାଣ କାର୍ଯ୍ୟ

author img

By

Published : Sep 14, 2019, 10:25 PM IST

ଉଚ୍ଛେଦ ପରେ ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର ଧାମ । ଶ୍ରୀକ୍ଷେତ୍ରକୁ ଐତିହ୍ୟ ନଗରୀ ଭାବେ ଗଢିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏପଟେ ଶୁକ୍ରବାର ପାଞ୍ଚଜଣ ଆଇଏଏସ ଅଧିକାରୀଙ୍କୁ ପୁରୀର ବିକାଶ ପାଇଁ ନିଯୁକ୍ତ କରିଛନ୍ତି । ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିଛି ପ୍ରଶାସନ ।

ଡ଼ିଜାଇନ୍ ଫଟୋ

ପୁରୀ: ସହରକୁ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନିର୍ମାଣ କାର୍ଯ୍ୟ । ତେବେ ଶ୍ରୀମନ୍ଦିର ପାଖରେ ଥିବା ତିନୋଟି ମଠ ଉଚ୍ଛେଦ ପରେ ଜାଗା ଗୁଡିକୁ ସମତୁଲ କରାଯାଉଛି । ଏଥି ସହିତ ଉଚ୍ଛେଦ ସ୍ଥଳରେ ଟାଇଲ ବିଛାଇ ଆକର୍ଷଣୀୟ ମଧ୍ୟ କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ନିର୍ମାଣ ପ୍ରକ୍ରିୟା ଚାଲୁ ରଥିବାରୁ ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଛି । ତେବେ ଦିନେ ଦୁଇ ଦିନ ଭିତରେ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବ । ଏମାର ମଠ ନିକଟରେ ଥିବା ମଙ୍ଗୁ ମଠ ଓ ସାନ ଛତା ମଠ ଉଚ୍ଛେ ହେବ । ସେ ନେଇ ଜିଲ୍ଲା ପ୍ରଶାସନ ତରଫରୁ ମାପଚୁପ ସରିଛି । ଅନ୍ୟପଟେ ପୁରୀ ସହର ବିକାଶ ନେଇ ପାଞ୍ଚ ଜଣ ନୂଆ ଆଇଏଏସ ଅଫିସର ମାନେ ଜିଲ୍ଲାପାଳ ବଲଓ୍ବନ୍ତ ସିଂଙ୍କୁ ଭେଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କିଭଳି ଆଗେଇବ ସେ ନେଇ ଆଲୋଚନା କରିଛନ୍ତି ।

ମୁଖ୍ୟତ ବଡ଼ ଦାଣ୍ଡ ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ରଘୁ ନନ୍ଦନ ଲାଇ ବ୍ରେରୀର ପୁନଃ ନିର୍ମାଣ କାର୍ଯ୍ୟ, ଟ୍ରାମ୍ପେଟ ବ୍ରିଜ ସହିତ ଜଗନ୍ନାଥ ବଲ୍ଲଭର ବିକାଶ କାର୍ଯ୍ୟ ସହିତ ବିସ୍ଥାପିତ ଲୋକଙ୍କୁ ଉପଯୁକ୍ତ ଥଇଥାନ ନେଇ ପୁରୀ ଜିଲାପାଳଙ୍କୁ କାର୍ଯ୍ୟରେ ସହଯୋଗ କରିବେ । ଦୁଇ ବର୍ଷ ଭିତରେ ପୁରୀ କୁ ଐତିହ୍ୟ ନଗରୀ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ସମସ୍ତ କାର୍ଯ୍ୟକୁ ନିଷ୍ଠାର ସହ ସବୁ ବର୍ଗର ଲୋକଙ୍କୁ ନେଇ ଜିଲା ପ୍ରଶାସନ କାର୍ଯ୍ୟ କରିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଐତିହ ନଗରୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତBody:ପୁରୀ ସହର କୁ ଐତିହ ନଗରୀ ଗଢି ତୋଳିବା ନେଇ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଶ୍ରୀମନ୍ଦିର ପାଖରେ ଥିବା ତିନୋଟି ମଠ ଉଛେଦ ପରେ ଜାଗା ଗୁଡିକୁ ସମତୁଲ କରାଯାଉଛି। ଏଥି ସହିତ ଭୂଇଁ ରେ ଟାଇଲ ବିଛେଇ ଆକର୍ଷଣୀୟ କରାଯାଉଛି। ଏଥିପାଇଁ ଉଛେଦ ପ୍ରକ୍ରିୟା ବନ୍ଦ ରହିଛି। ତେବେ ଦିନେ ଦୁଇ ଦିନ ଭିତରେ ଉଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବ। ଏମାର ମଠ ନିକଟରେ ଥିବା ମଙ୍ଗୁ ମଠ ଓ ବଡ଼ ଅଖଡା ମଠ ପାଖରେ ଥିବା ସାନ ଛତା ମଠ ଉଛେଦ ହେବ। ସେ ନେଇ ଜିଲା ପ୍ରଶାସନ ତରଫରୁ ମାପ ଜୁପ ସରିଛି। ଅନ୍ୟପଟେ ପୁରୀ ସହର ବିକାଶ ନେଇ ନୂଆ ଆଇ ଏ ଏସ ଅଫିସର ମାନେ ଜିଲାପାଳ ବଲବନ୍ତ ସିଂ ଙ୍କୁ ଭେଟି କାର୍ଯ୍ୟ କୀଭଳି ଆଗେଇବ ସେ ନେଇ ଆଲୋଚନା କରିଛନ୍ତି। ମୁଖ୍ୟତ ବଡ଼ ଦାଣ୍ଡ ଓ ଶ୍ରୀମନ୍ଦିର ର ସୌନ୍ଦର୍ଯ୍ୟ କରଣ , ରଘୁ ନନ୍ଦନ ଲାଇ ବ୍ରେରୀ ର ପୁନ ନିର୍ମାଣ କାର୍ଯ୍ୟ , ଟ୍ରାମ୍ପେଟ ବ୍ରିଜ ସହିତ ଜଗନ୍ନାଥ ବଲ୍ଲଭ ର ବିକାଶ କାର୍ଯ୍ୟ ସହିତ ବିସ୍ଥାପିତ ଲୋକ ଙ୍କ ଉପଯୁକ୍ତ ଥଇଥାନ ନେଇ ନୂଆ ଆଇ ଏ ଏସ ଅଫିସର ମାନେ ପୁରୀ ଜିଲାପାଳ ଙ୍କୁ କାର୍ଯ୍ୟ ରେ ସହଯୋଗ କରିବେ । ଦୁଇ ବର୍ଷ ଭିତରେ ପୁରୀ କୁ ଐତିହ ନଗରୀ କରିବା ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଥିବାରୁ ସବୁ କାର୍ଯ୍ୟ କି ନିଷ୍ଠାର ସହ ସବୁ ବର୍ଗର ଲୋକ ଙ୍କୁ ନେଇ କାର୍ଯ୍ୟ ଆଗେଇବା ଜିଲା ପ୍ରଶାସନ ର ମୁଖ୍ୟ କାର୍ଯ୍ୟ ବୋଲି ପୁରୀ ଜିଲାପାଳ କହିଛନ୍ତି ।

ବାଇଟ,, ବଲବନ୍ତ ସିଂ ,, ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.