ETV Bharat / state

ଜମି ଅଧିଗ୍ରହଣ ପାଇଁ ଉଚ୍ଛେଦ ନୋଟିସକୁ ବିରୋଧ

author img

By

Published : Sep 26, 2019, 6:21 PM IST

ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ଜମି ଅଧିଗ୍ରହଣ ନେଇ ବୁଧବାର ବିଜ୍ଞପ୍ତି ଜାରି କରାଯାଇଥିଲା । ପରେ ଗୁରୁବାର ଏ ନେଇ ନୋଟିସ ମରାଯାଇଛି । ତେବେ ଉଚ୍ଛେଦ ନୋଟିସକୁ ପଶ୍ଚିମଦ୍ବାର ବାସିନ୍ଦା ଗ୍ରହଣ ନକରିବା ସହ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ।

ଉଚ୍ଛେଦ ନୋଟିସକୁ ବିରୋଧ

ପୁରୀ: ପୁରୀରେ ଜମି ଅଧିଗ୍ରହଣ ପାଇଁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି । ଏନେଇ ଆଜି (ଗୁରୁବାର) ଉଚ୍ଛେଦ ଅଞ୍ଚଳରେ ନୋଟିସ ମରାଯାଇଛି । ନୋଟିସରୁ କେଉଁମାନେ ବିସ୍ଥାପିତ ହେଉଛନ୍ତି ସେ ନେଇ ଲୋକେ ସୂଚନା ନେଉଛନ୍ତି । ଅନ୍ୟପଟେ ଏହି ନୋଟିସ ପ୍ରସଙ୍ଗକୁ ନେଇ ବିରୋଧ ଦେଖିବାକୁ ମିଳିଛି ।

ଉଚ୍ଛେଦ ନୋଟିସକୁ ବିରୋଧ

ପଶ୍ଚିମ ଦ୍ବାର ବାସିନ୍ଦା ଏହାକୁ ଗ୍ରହଣ ନକରିବା ସହ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ଶହ ଶହ ବର୍ଷ ଧରି ଏଠାରେ ରହି ଆସିଥିବା ବେଳେ ଭିଟା ମାଟି ଛାଡି ଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ପଶ୍ଚିମ ଦ୍ବାର ନିକଟ ବାସିନ୍ଦା । ବିଶେଷ କରି ଏନେଇ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।

ନୋଟିସ ଅନୁସାରେ, ଶ୍ରୀମନ୍ଦିର ନିକଟ 5ଟି ସାହିରୁ 15 ଏକର ଜମି ଅଧିଗ୍ରହଣ ହେବ । ଯେଉଁଥିରେ ସରକାରୀ ଓ ବେସରକାରୀ ଜମି ସାମିଲ ରହିଛି । ସର୍ବାଧିକ ଚୁଡଙ୍ଗସାହି ମୌଜାରୁ ତିନି ଏକର ଜମି ଅଧିଗ୍ରହଣ ହେବ ।

ଏଠାରେ ସୂଚନାଯୋଗ୍ୟ, ପୁରୀ ସହର ତଥା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ଓ ସୁରକ୍ଷା ପାଇଁ ସରକାର ଏହି କାର୍ଯ୍ୟ କରୁଛନ୍ତି । ଏଥିପାଇଁ ମେଘନାଦ ପାଚେରିକୁ ଲାଗିଥିବା 75 ମିଟର ଜମି ଅଧିଗ୍ରହଣ କରାଯାଉଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପ୍ରଶାସନିକ ମାପଚୁପ ଆଧାରରେ ପୁନର୍ବାସ ଓ ଥଇଥାନ ଧାରା-4 ଅନୁସାରେ 5ଟି ସାହିର ଜମି ଅଧିଗ୍ରହଣ କରାଯିବ । ଆଗାମୀ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ସର୍ବେକ୍ଷଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଛେଦ ନୋଟିସ କୁ ବିରୋଧBody:ପୁରୀରେ ଜମି ଅଧିଗ୍ରହଣ ପାଇଁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି। ଏନେଇ ଆଜି ନୋଟିସ ଉଛେଦ ଅଞ୍ଚଳରେ ମରାଯାଇଛି। ଲୋକ ମାନେ ନୋଟିସ ରୁ କେଉଁ ମାନେ ବିସ୍ଥାପିତ ହେଉଛନ୍ତି ସେ ନେଇ ସୂଚନା ନେଉଛନ୍ତି। ଅନ୍ୟପଟେ ପୁଣି ନୋଟିସ ପ୍ରସଙ୍ଗ କୁ ନେଇ ବିରୋଧ ତେଜିଛି। ପଶ୍ଚିମ ଦ୍ୱାର ବାସିନ୍ଦା ଏହାକୁ ଗ୍ରହଣ କରି ନାହାଁନ୍ତି। ସରକାର ଙ୍କ ଉଛେଦ ପ୍ରକ୍ରିୟା କୁ ବିରୋଧ କରିଛନ୍ତି। ଶହ ଶହ ବର୍ଷ ଧରି ଏଠାରେ ରହି ଆସିଥିବା ବେଳେ ଭିଟା ମାଟି ଛାଡି ଯିବାର ପ୍ରଶ୍ନ ଉଠୁ ନାହିଁ ବୋଲୀ ପଶ୍ଚିମ ଦ୍ୱାର ନିକଟ ବାସିନ୍ଦା କହିଛନ୍ତି। ବିଶେଷ କରି ମହିଳା ମାନେ ରାଜ ରାସ୍ତାକୁ ଓଲ୍ହାଇ ଛନ୍ତି।
ଶ୍ରୀମନ୍ଦିର ନିକଟ ୫ଟି ସାହିରୁ ୧୫ ଏକର ଜମି ଅଧିଗ୍ରହଣ ହେବ। ଏଥିରେ ସରକାରୀ ଓ ବେସରକାରୀ ଜମି ସାମିଲ ଅଛି। ସର୍ବାଧିକ ଚୁଡଙ୍ଗସାହି ମୌଜାରୁ ତିନି ଏକର ଜମି ଯିବ।ପୁରୀ ସହର ତଥା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସରକାର କାମ କରୁଛନ୍ତି। ଏଥିପାଇଁ ମେଘନାଦ ପାଚେରିକୁ ଲାଗିଥିବା ୭୫ ମିଟର ଜମି ଅଧିଗ୍ରହଣ କରାଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପ୍ରଶାସନିକ ମାପଚୁପ ଆଧାରରେ ପୁନର୍ବାସ ଓ ଥଇଥାନ ଧାରା-୪ ଅନୁସାରେ ୫ଟି ସାହିର ଜମି ଅଧିଗ୍ରହଣ କରାଯିବ। ଆଗାମୀ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ସର୍ବେକ୍ଷଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ବାଇଟ,, 1,, ମଞ୍ଜୁ ଲତା ପ୍ରଧାନ ,, ବିସ୍ଥାପିତ

ବାଇଟ2,, କୁନି ଲତା ପ୍ରଧାନ ,, ବିସ୍ଥାପିତConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.