ETV Bharat / state

କୋଣାର୍କ, ଚନ୍ଦ୍ର ଭାଗା ଓ ରାମଚଣ୍ଡୀରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Sep 9, 2022, 10:50 PM IST

କୋଣାର୍କ, ଚନ୍ଦ୍ର ଭାଗା, ରାମ ଚଣ୍ଡୀ ରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ। ଚନ୍ଦ୍ରଭାଗା ଓ ରାମ ଚଣ୍ଡୀ ବିଚ୍ ର ହେବ ବିକାଶ। ଅଧିକ ପଢନ୍ତୁ

ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

ପୁରୀ: ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ । କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡୀ ରେ ଚାଲିଥିବା ବିକାଶ ମୂଳକ କର୍ଯ୍ୟକୁ ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ। ଚନ୍ଦ୍ରଭାଗା ଓ ରାମଚଣ୍ଡୀ ବିଚ୍ ର ହେବ ବିକାଶ । ତେବେ କିଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଓ କାର୍ଯ୍ୟ ସଠିକ୍ ସମୟରେ ସରିବ ସେ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ରାମଚଣ୍ଡୀ ମନ୍ଦିର ସମେତ ରାମଚଣ୍ଡୀ ବିଚର ବିକାଶ କରାଯିବ। ସେଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ସମସ୍ତ ସୁବିଧା ରହିବ । ସେହିପରି ବେଳାଭୂମି ଏକ କିଲୋମିଟର ବିକାଶ କରାଯିବ ।

ପାର୍କିଂ ବ୍ୟବସ୍ଥା, ଭେଣ୍ଡିଂ ଜୋନ, ସୁନ୍ଦର ପାର୍କ ବ୍ୟବସ୍ଥା କରାଯିବ । ସେହିପରି କୋଣାର୍କ ମନ୍ଦିର ଚାରିପାଖରେ ଚାଲିଥିବା ସୌନ୍ଦର୍ଯ୍ୟମୂଳକ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ । ତେବେ କୋଣାର୍କରେ ହେବାକୁ ଥିବା ରିଙ୍ଗ ରୋଡ, ରାସ୍ତାର ବିକାଶ ପାଇଁ ସବୁ ପଦକ୍ଷେପ ନିଆଯିବ। ଖୁବ୍ ଶୀଘ୍ର ଟେଣ୍ଡର ସରିବା ପରେ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, "ରାମଚଣ୍ଡୀ ବିକାଶ ମୂଳକ କର୍ଯ୍ୟ ଚାଲିଛି । ଯେଉଁଥିରେ 1କିଲୋମିଟର ବେଳାଭୂମି ବିକାଶ କରାଯିବ । ମନ୍ଦିର ସମେତ ବିଚ୍ ର ବି ବିକାଶ କରାଯିବ। ତା' ପରେ ଚନ୍ଦ୍ରଭାଗା ବିଚ୍ ର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବ । ସେଥିରେ ପାର୍କିଂ ବ୍ୟବସ୍ଥା, ଭେଣ୍ଡିଂ ଜୋନ, ସୁନ୍ଦର ପାର୍କ ବ୍ୟବସ୍ଥା କରାଯିବ। ଏହା 2ରୁ 3ସପ୍ତାହ ଭିତରେ ଆରମ୍ଭ ହୋଇଯିବ। କୋଣାର୍କ ହେରିଟେଜ ର ବିକାଶ ନେଇ ଆଗକୁ କାର୍ଯ୍ୟ ଆରମ୍ଭ ହେବ । "

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.